ପୋଲିସ ପଞ୍ଜାରେ ବାଇକ୍ ଚୋରି ମୁଖ୍ୟ ଅଭିଯୁକ୍ତ ସହ ଦୁଇ ନାବାଳକ 

By digbalayalive

Published on:

ପୋଲିସ ପଞ୍ଜାରେ ବାଇକ୍ ଚୋରି ମୁଖ୍ୟ ଅଭିଯୁକ୍ତ ସହ ଦୁଇ ନାବାଳକ 

ପୋଲିସ ପଞ୍ଜାରେ ବାଇକ୍ ଚୋରି ମୁଖ୍ୟ ଅଭିଯୁକ୍ତ ସହ ଦୁଇ ନାବାଳକ

ଗୁଣୁପୁର:୨୧/୭/୨୪(ବ୍ୟୁରୋ ):- ଦିନକୁ ଦିନ ଅନେକ ଚୋରି ତସ୍କରି ବଢ଼ିବାରେ ଲାଗିଛି ଯାହାକୁ ନେ଼ଇ ଅନେକ ଥାନାରେ ମାମଲା ରହିଛି ସେହିପରି ରାୟଗଡା ଜିଲା ଗୁଣୁପୁର ପୁଲିସ ବାଇକ ଚୋରି ଘଟଣାର ପର୍ଦ୍ଦାଫାସ କରିଛି । ବାଇକ୍ ଚୋରି କରିଥିବା ମୁଖ୍ୟ ଅଭିଯୁକ୍ତ କୁନାଲ ମିଶାଲଙ୍କ ସହିତ ଏଥିରେ ସମ୍ପୃକ୍ତ ୨ ନାବାଳକ ଙ୍କୁ ଗିରଫ କରିଛି ପୁଲିସ । ଏଥିସହ ସେମାନଙ୍କ ନକିଟରୁ ୪ଟି ବାଇକ୍ ଜବତ ହୋଇଛି। ପୁଲିସର ସୂଚନା ଅନୁଯାୟୀ, ଗୁଣୁପୁର ଆମ୍ବେଦକର ନଗରର କୁନାଲ ମିଶାଲ ନାମକ ଜଣେ ଯୁବକ ଓ ଦୁଇ ଜଣ ନାବାଳକ ବିଭିନ୍ନ ସ୍ଥାନରୁ ବାଇକ ଚୋରି କରିବା ଘଟଣାରେ ସଂପୃକ୍ତ ଥିଲେ । ବିଶାଖାପାଟଣା, ପାରଳାଖେମୁଣ୍ଡି ଓ ଗୁଣୁପୁର ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟ, ଲକ୍ଷ୍ମଣ ଢେପ ଗୁଣୁପୁର ପ୍ରଭୃତି ସ୍ଥାନରୁ ବିଭିନ୍ନ ପ୍ରକାରର ବାଇକ୍‌ ଚୋରି କରିଥିଲେ । ମଟର ସାଇକେଲ ଚୋରି କରି ବେଆଇନ ଭାବେ ବିକ୍ରି କରୁଥିବା ଏମାନଙ୍କ ବୃତ୍ତି ପାଲଟିଥିଲା । ଗୁଣୁପୁର ପୁଲିସ ପକ୍ଷରୁ ଅଭିଯୋଗ ପାଇବା ପରେ ଏକ ସ୍ୱତନ୍ତ୍ର ସ୍କ୍ଵାଡ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ଚୋରି ହୋଇଥିବା ବାଇକ ଉଦ୍ଧାର କରିଛି । ଗୁଣୁପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବାବୁଲି ନାୟକ, ଥାନା ଅଧିକାରୀ ଉତ୍ତମ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ।

Leave a Comment