ବିବାହ ଚାରି ମାସ ନ ପୁରୁଣୁ ନବବଧୂ ଆତ୍ମହତ୍ୟା

By digbalayalive

Published on:

୧୬/୭/୨୪:ଏରସମା (ବ୍ୟୁରୋ):- ଆମ୍ବିକି ପଞ୍ଚାୟତ ରେ ଘଟିଛି ଅଭାବନୀୟ ଘଟଣା । ବିବାହ ଚାରି ମାସ ନ ପୁରୁଣୁ ନବବଧୂ ର ଆତ୍ମହତ୍ୟା କରିଥିବା ଦେଖିବକୁ ମିଳିଛି । ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ମେରାଇଁନ ଥାନ ଅଧୀନ ରାମନଗର ଗାଁ ର ଭରତ ଦାସ ଙ୍କ ଝିଅ ସୋନାଲି ଦାସ ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ପଞ୍ଚାୟତ କିଆଦା (ସହଙ୍ଗ) ଗ୍ରାମର ମାଧବାନନ୍ଦ ପରିଡ଼ା ଙ୍କ ପୁଅ ରଶ୍ମିରଞ୍ଜନ ପରିଡ଼ା ଙ୍କୁ ଦିର୍ଘ ଚାରି ମାସ ତଳେ ପ୍ରେମ ବିବାହ କରିଥିଲେ । ହେଲେ ବିବାହର ଚାରି ମାସ ନପୁରୁଣୁ ସୋନାଲି ଦାସ ବେକରେ ରଶି ଲଗେଇ ଆତ୍ମହତ୍ୟା କରିଥିବା ଅଞ୍ଚଳରେ ଚହଳ ସୃଷ୍ଟି କରିଛି । ରଶ୍ମିରଞ୍ଜନ ଆଜି ସକାଳ ପ୍ରାୟ ୭:୩୦ ମିନିଟ୍ ସମୟରେ କାମକୁ ବାହାରି ଯାଇଥିଲେ ହେଲେ ପ୍ରାୟ ୯:୩୦ ମିନିଟ୍ ସମୟରେ ଏକ ଛୋଟ ଝିଅ କବାଟ ଖୋଲି ଦେଖିଲା ବେଳକୁ ସୋନାଲି ବେକରେ ଏକ ରଶି ସାହାଯ୍ୟର ଝୁଲୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲା । ଝିଅଟି ସଙ୍ଗେ ସଙ୍ଗେ ପାଟି କରି ଡାକିଥିଲେ । ପଡ଼ୋଶୀ ସୁଚିତ୍ରା ପରିଡ଼ା ଏବଂ ସରସ୍ୱତୀ ପରିଡ଼ା ଆସି ବେକରୁ ରଶି ଖୋଲିଥିଲେ ହେଲେ ସୋନାଲି ସେତେବେଳକୁ ମୃତ୍ୟୁ ହୋଇଯାଇଥିଲା । ଏହା ସ୍ବାମୀ ରଶ୍ମିରଞ୍ଜନ କୁ ଖବର ଦେବାପରେ ସେଠାରେ ଆସି ପହଞ୍ଚିଥିଲେ । ଏହାକୁ ନେଇ ଏରସମା ଥାନ କୁ ଖବର ଦେବାପରେ ଥାନ ବାଲା ଆସି ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ସୋନାଲି ଙ୍କ ବାପ ଘରକୁ ଜଣାଇଥିଲେ । କୁହାଯାଉଛି କି ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ କିଛିଦିନ ହେବ ଝଗଡ଼ା ଲାଗିଥିଲା ହେଲେ ତାହା ସମାଧାନ ହୋଇଯାଇଥିଲା । ସୋନାଲି ର ମୃତ୍ୟୁ ଖବର ପାଇ ବାପ ଘର ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ ସୁଦ୍ଧା ଏହା ହତ୍ୟା ନା ଆତ୍ମହତ୍ୟା କିଛି ଜଣା ପଡ଼ିନଥିବାବେଳେ ଘଟଣା ର ତଦନ୍ତ ପାଇଁ ମୃତକ ସ୍ବାମୀ ରଶ୍ମିରଞ୍ଜନ ଙ୍କୁ ଏରସମା ପୋଲିସ ଥାନରେ ଅଟକ ରଖିଛନ୍ତି ଏବଂ ଅଧିକ ତଦନ୍ତ ପାଇଁ ସାଇଣ୍ଟଫିକ ଟିମ୍ କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Comment