ମା ଶାରଳା ପୀଠ ରେ ନିୟମ ଉଲଂଘନ କାରଣରୁ ସିଲ ହୋଲା ଭୋଗ ଦୋକାନ !

By digbalayalive

Published on:

ତିର୍ତ୍ତୋଲ :-ଜଗତସିଂହପୁର ର ସର୍ବପୁରାତନ ପ୍ରଶିଦ୍ଧ ଶକ୍ତିପୀଠ ମା’ଶାରଳାଙ୍କ ମନ୍ଦିର ପରିସରରେ ଚାଲିଥିଲା ଜୋର ଜବରଦସ୍ତ ନୀତି !ଭୋଗ ଦୋକାନୀର ମନମୁଖୀ କାର୍ଯ୍ୟ ବଢିବଢି ଚାଲିଥିଲା !ଟେଣ୍ଡରଧାରୀ ଭୋଗ ଦୋକାନୀ ସବୁ ସର୍ତ୍ତାବଳୀ କୁ ଉଲଂଘନ କରି ଚାଲିଥିଲା ! ଭୋଗ ସାମଗ୍ରୀ ନିମନ୍ତେ ଲଗାଇ ନଥିଲା ନିର୍ଦ୍ଧାରିତ ମୂଲ୍ୟତାଲିକା !ଶ୍ରଦ୍ଧାଳୁ ଭକ୍ତଙ୍କ ଠାରୁ ମନଇଛା ଲୁଟୁଥିଲା ଟଙ୍କା !ଭୋଗ କମ୍ ଦେଇ ଅଧିକ ଟଙ୍କା ଦାବୀ କରୁଥିଲା !ଅସନ୍ତୋଷ ଲାଗି ରହୁଥିଲା ଯାତ୍ରୀଙ୍କ ମଧ୍ୟରେ !ଏବାବଦରେ ଦେବୋତ୍ତର ବିଭାଗ ଅବଗତ ହେଲା ପରେ, ଭୋଗ ଦୋକାନୀ କୁ ଦୁଇ ଦୁଇ ଥର କାରଣ ଦର୍ଶାଅ ନୋଟିସ କରିଥିଲେ !ଡ୍ୟାସ ରେ ଖାତିର କରି ନଥିଲେ ନିଲାମଧାରୀ !ନିଜ ପତିଆରା ବଢ଼େଇ ବଢ଼େଇ ଚାଲିଥିଲେ !ସହିବାର ତ ଗୋଟେ ସୀମା ଅଛି , ହଠାତ ଦେବୋତ୍ତର ବିଭାଗ ପକ୍ଷରୁ ଭୋଗ ଦୋକାନ ଉପରେ ଚଢ଼ାଉ କରି ନିୟମ ଉଲଂଘନ କାରଣରୁ ଭୋଗ ଦୋକାନରେ ପକେଇ ଦେଲେ ତାଲା !ସିଲ ହେଇଗଲା ଭୋଗ ଦୋକାନ !ପ୍ରକାଶ ଥାଉ କି ଦେବୋତ୍ତର କମିଶନର ଙ୍କ ଦ୍ୱାରା ଭୋଗ ଦୋକାନ ପାଇଁ ଟେଣ୍ଡର ଆହ୍ୱାନ କରାଯାଏ ! ଚଳିତ ବର୍ଷ ୧କୋଟି ୧୨ ଲକ୍ଷ ୪୪ ହଜାର ୨୦୧ ଟଙ୍କା ସର୍ବାଧିକ ନିଲାମ ନିର୍ଦ୍ଧାରଣ କରାଯାଇଥିଲା !ନିଲାମଧାରୀ ଙ୍କୁ

ଦେବୋତ୍ତର ବିଭାଗ ପକ୍ଷରୁ ସମସ୍ତ ସର୍ତ୍ତାବଳୀ ଅବଗତ କରାଯାଇ ଥିବା ସତ୍ତ୍ୱେ, କୌଣସି ନୀତିନିୟମ କୁ ଅମାନ୍ୟ କରି ମନମୁଖୀ କାର୍ଯ୍ୟ ଚଳାଇ ଆସୁଥିଲା !ଚଳିତ ବର୍ଷ ଦେବୋତ୍ତର ବିଭାଗ କମିଟି ରେ ଜଗତସିଂହପୁର ର ଉପଜିଲ୍ଲାପାଳ, ତିର୍ତ୍ତୋଲ ତହସିଲଦାର, ତିର୍ତ୍ତୋଲ ଥାନାଧିକାରୀ, ତିର୍ତ୍ତୋଲ ଏସଡିପିଓ,ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ରହି ଥିବାରୁ ପୂର୍ବରୁ ମନ୍ଦିର ମଧ୍ୟରେ ଘଟୁଥିବା ବିଶୃଙ୍ଖଳା କୁ ପ୍ରତିହତ କରାଇ ପାରିଥିବାରୁ ଭକ୍ତଙ୍କ ମହଲରେ ଆଶ୍ବସ୍ତି ପ୍ରକାଶ ପାଇଛି ! ସେଥିମଧ୍ୟରୁ ଭୋଗ ଦୋକାନୀର ମନମାନି ଅନ୍ୟତମ !ଦେବୋତ୍ତର ବିଭାଗ ତରଫରୁ ଟେଣ୍ଡରଧାରୀ ଙ୍କୁ ପାଞ୍ଚ ଦିନ ମଧ୍ୟରେ କାରଣ ଦର୍ଶାଅ, ନଚେତ ଆମେ କିଛି ବିକଳ୍ପ ପଦକ୍ଷେପ ନେବୁ ବୋଲି ଜଣାଇ ଦିଆଯାଇ ଥିବାର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟ ରଞ୍ଜନ ପରିଜା ଦର୍ଶାଇଛନ୍ତି !

Leave a Comment