୨୫ତମ କାରଗିଲ ବିଜୟ ଦିବସ ଉପଲକ୍ଷେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ।
ଜଗତସିଂହପୁର ୨୮/୭/୨୪(ବ୍ୟୁରୋ):-କାରଗିଲ ଯୁଦ୍ଧ କୁ ପୁରିଲା ୨୫ ବର୍ଷ , ଏହି ଯୁଦ୍ଧରେ ଅନେକ ଯବାନ ସହିଦ ହୋଇ ଆମ୍ ଭାରତ ପାଇଁ ଖ୍ୟାତି ଅର୍ଜନ କରିଛନ୍ତି , ଭାରତର ବର୍ଷରେ ଏହାକୁ ମନେ ରଖିବା ପାଇଁ ସମଗ୍ର ଭାରତ ବର୍ଷ ତଥା ଓଡିଶା ର ପ୍ରତ୍ୟକ ଜିଲ୍ଲାରେ ଶ୍ରେଷ୍ଠ କାରଗିଲ ବିଜୟ ଦିବସ ରୂପେ ପାଳନ ହୋଇଯାଇଛି l ଏହି ଅବସରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଜଗତସିଂହପୁର ଜିଲ୍ଲା ସ୍ଥାନୀୟ ଗାନ୍ଧୀ ଛକ ଠାରୁ ଏକ ବିରାଟ ମଶାଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଗଣତନ୍ତ୍ର ଛକ ନିକଟରେ ପହଞ୍ଚିଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପି ବିଧାୟକ ଅମରେନ୍ଦ୍ର ଦାସ ଯୋଗ ଦେଇ କାର୍ଗିଲ ଯୁଦ୍ଧର ବିଜୟ ଉତ୍ସବ ଶୋଭା ଯାତ୍ରାରେ ଯୋଗଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର , ବାଲିକୁଦା ଏରସମା ଯୁବନେତା ସତ୍ୟ ସାରଥୀ ମହାନ୍ତି , ବିଜେପି ସଭାନେତ୍ରୀ କ୍ରିଷ୍ଣା ମହାନ୍ତି ,ତିର୍ତ୍ତୋଲ ବିଜେପି ନେତା ରାଜକିଶୋର ବେହେରା, ଜିଲ୍ଲା ବିଜେପି ପର୍ଯ୍ୟବେକ୍ଷକ ତେଜେଶ୍ୱର ପରିଡା,ଜିଲା ବିଜେପି ଯୁବମୋର୍ଚାର ସଭାପତି ପ୍ରବୋଧ ବାରିକ ପ୍ରମୁଖ ଉପସ୍ଥିତ ରହି କାର୍ଗିଲ ଯୁଧ୍ୟରେ ବିଜୟ ପାଇଁ ସହିଦ ଙ୍କ ବଳିଦାନ ସମ୍ପର୍କ ରେ ଆଲୋକ ପାତ କରିବା ସହିତ କାର୍ଗିଲ ବିଜୟ ଯୁଧ୍ୟର ସୈନିକ ମାନେ ନିଜ ଜୀବନକୁ କିପରି ବାଜି ଲଗାଇ ପାକିସ୍ତାନ ଠାରୁ ଭାରତକୁ ଯେଉଁ ବିଜୟହାସଲଦେଇଥିଲେ ତାହା ଅବିସ୍ମରଣୀୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏବଂ ଏହି ବିଜୟମସାଲ ସୋଭାଜାତ୍ରା ରେ ଜିଲ୍ଲାର କୋଣ ଅନୁକୋଣରୁ ହଜାର ହଜାର ସଂଖ୍ୟାରେ ଜୁବ ବିଜେପି କର୍ମକର୍ତ୍ତା ମାନେ ଜୋଗ ଦେଇଥିଲେ