- ୪୦ କିଲୋ ହରିଣ ମାଂସ ଜବତ
- ଏରସମା, ୫/୧୨ ଜଗତସିଂହପୁର ଜିଲ୍ଲା ଶିଆଳୀ ବେଳାଭୂମି ପ୍ରାକୃତିକ ସୌନ୍ଦର୍ଯ୍ୟ ଲୋକମାନଙ୍କୁ ଆକର୍ଷିତ କରୁଥିବା ବେଳେ କିଛି ଅସାଧୁ ବ୍ୟକ୍ତି ଏହାକୁ ନଷ୍ଟ କରୁଛନ୍ତି। ଶିଆଳୀ ବେଳାଭୂମି ନିକଟସ୍ଥ ଜଙ୍ଗଲରେ ଅନେକ ହରିଣ ଥିବାର ଦେଖା ଯାଆନ୍ତି । ପୂର୍ବରୁ ଅନେକ ବାର ଅଭିଯୋଗ ହୋଇ ଆସୁଥିଲା କି, ନିକଟସ୍ଥ ଗ୍ରାମର କିଛି ଖଳ ପ୍ରକୃତିର ବ୍ୟକ୍ତି ମାନେ ହରିଣ ଶିକାର କରି ମାଂସ ବିକ୍ରୀ କରନ୍ତି । ବନ ବିଭାଗ ପକ୍ଷରୁ ସବୁ ବେଳେ ଏହି କାର୍ଯ୍ୟ ଉପରେ ତୀକ୍ଷ୍ମ ନଜର ରଖାଯାଇଥିଲା । ଆଜି ବନ ବିଭାଗକୁ ଏହି ହରିଣ ମାଂସ ବେପାରୀ ମାନଙ୍କୁ ଧରିବାରେ ସଫଳତା ମିଳିଛି । କେନ୍ଦ୍ରାପଡ଼ା ଜିଲ୍ଲା ଜଗତଜୋର ଗ୍ରାମର ରାମ କାମିଲା (୩୧) ଏବଂ ଗୁଡୁଗୁଡ଼ିଆ ଗ୍ରାମର ଗଣେଶ ମଣ୍ଡଳ (୩୦) ଏହି ଦୁଇ ବ୍ୟକ୍ତିଙ୍କ ଠାରୁ ୪୦ କିଲୋ ହରିଣ ମାଂସ ସହ ଏକ ଟି.ଭି.ଏସ ବାଇକ୍ ଓଡ଼ି ୨୯ ଏଫ୍ ୯୯୯୮ ଜବତ କରିଛନ୍ତି । ଆଜି ସକାଳ ୧୦ଟା ସମୟରେ ଓଲାରା ପୋଲ ପାଖରୁ ହାୱାଖାନା ବନଖଣ୍ଡ ବନପାଳ ମଙ୍ଗଳ ହେମ୍ବ୍ରମ୍ ଓ ସହଯୋଗି ସଦଳବଳେ ଏହି ଦୁଇ ଆସାମୀକୁ ଧରିବାରେ ସକ୍ଷମ ହୋଇଥିଲେ । ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ବନ ବିଭାଗର ଏତାଦୃଶ କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି ।
୪୦ କିଲୋ ହରିଣ ମାଂସ ଜବତ
Published on: