୧/୭/୨୪ ବ୍ୟୁରୋ : ୨୦୧୯ ମସିହା ଅଗଷ୍ଟ ମାସରୁ ମୋଦି ସରକାର ବ୍ରିଟିଶ ଆଇନରେ ପରିବର୍ତ୍ତନ ପାଇଁ ପ୍ରଚେଷ୍ଟା ଆରମ୍ଭ କରିଥିଲେ ମୋଦି ସରକାର । ଯେଉଁଥିରେ ସୁପ୍ରିମକୋର୍ଟ, ହାଇକୋର୍ଟର ବିଚାରପତି, ଲ ୟୁନିଭରସିଟି ର ମତାମତ ବି ଲୋଡ଼ା ଯାଇଥିଲା । ୨୦୨୩ରେ ଏହା ସଂସଦରେ ପାରିତ ହୋଇ ରାଷ୍ଟ୍ରପତିଙ୍କ ମୋହର କ୍ରମେ ଆଇନରେ ପରିଣତ ହୋଇଥିଲା । ଭାରତରେ ଆଉ ଚଳିବନି ୧୬୦ ବର୍ଷ ପୂର୍ବ ବ୍ରିଟିଶ ଅମଳର ଫୌଜଦାରୀ ଆଇନ । ଅପରାଧିକ ନ୍ୟାୟ ପ୍ରଣାଳୀରେ ଆଜିଠୁ ହୋଇଛି ପରିବର୍ତ୍ତନ । ଭାରତୀୟ ଦଣ୍ଡବିଧି ଆଇନରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଆଜି ଠାରୁ ସାରା ଦେଶରେ ୧୮୬୦ରୁ ପ୍ରଚଳିତ IPC ବଦଳରେ ଭାରତୀୟ ନ୍ୟାୟ ସଂହିତା, ୧୮୯୮ରୁ ପ୍ରଚଳିତ CRPC ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ୧୮୭୨ରୁ ପ୍ରଚଳିତ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ(IEA) ବଦଳରେ ଭାରତୀୟ ସାକ୍ଷ୍ୟ ଅଧିନିୟମ ଲାଗୁ ହୋଇଛି । ନୂଆ ଆଇନ ଅନୁସାରେ IPCର ୫୧୧ ଧାରା ବଦଳରେ ବି.ଏନ.ଏସ ୩୫୬କୁ ଖସିଛି ଯେଉଁଥିରେ ୧୭୫ଟିରେ ପରିବର୍ତ୍ତନ ସହ ୮ ନୂଆ ଧାରା ଯୋଡ଼ି ହୋଇଛି, ୨୨ ଟି ଅନାବଶ୍ୟକ ଧାରା ହଟାଯାଇଛି । ସେହିପରି CRPCର ୪୮୪ଟି ଧାରା ବଦଳରେ ବି.ଏନ.ଏସ.ଏସ.ରେ ଧାରା ସଂଖ୍ୟା ୫୩୧କୁ ବୃଦ୍ଧି ହୋଇଛି
। ସେଥିମଧ୍ୟରୁ ୧୬୦ଟି ବଦଳିଛି ଓ ୯ ଟି ନୂଆ ଧାରା ଯୋଡ଼ି ହୋଇଛି, ୯ ଟି ଉଚ୍ଛେଦ କରାଯାଇଛି । ହତ୍ୟାକାରୀଙ୍କ ପାଇଁ ଆଇ.ପି.ସିର ଧାରା ୩୦୨ ବଦଳରେ ଏଥର ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୩/୧ ଆଧାରରେ ମାମଲା ରୁଜୁ ହେବ । ସେହପିରି ହତ୍ୟା ଉଦ୍ୟମ ପାଇଁ ଆଇ.ପି.ସିର ଧାରା ୩୦୭ ପରିବର୍ତ୍ତେ ବି.ଏନ.ଏସ.ର ଧାରା ୧୦୯ ଲାଗୁ ହେବ । ନୂଆ ଫୌଜଦାରୀ ଆଇନରେ ଗୁରୁତ୍ବପୂର୍ଣ୍ଣ ବ୍ୟବସ୍ଥା କ୍ରମେ ଏଣିକି ୯୦ ଦିନ ମଧ୍ୟରେ ପୋଲିସ କୌଣସି ଅପରାଧିକ ମାମଲାରେ ଚାର୍ଜସିଟ୍ ଦାଖଲ କରିବାକୁ ବାଧ୍ୟ । ଯଦି କୋର୍ଟ ଚାହିଁବେ ଏଥିପାଇଁ ଅଧିକ ୯୦ ଦିନ ଦେଇପାରିବେ । ସେହିପରି ଚାର୍ଜସିଟ୍ ଦାଖଲର ୬୦ ଦିନ ମଧ୍ୟରେ ଚାର୍ଜସିଟ ଓ ଶୁଣାଣି ଶେଷ କରି ସର୍ବାଧିକ ୩୦ ଦିନ ମଧ୍ୟରେ ରାୟ ଶୁଣାଇବେ କୋର୍ଟ । ଅର୍ଥାତ୍ ମାମଲା ଆରମ୍ଭ ହେବାର ପୂରା ପ୍ରକ୍ରିୟା ସର୍ବାଧିକ ୩ ବର୍ଷ ଭିତରେ ସରିବ । ଫଳରେ ପୀଡ଼ିତଙ୍କୁ ତ୍ବରିତ ନ୍ୟାୟ ଦିଆଯାଇପାରିବ । ଏଥିପାଇଁ ରାଜ୍ୟ ପୋଲିସ ମଧ୍ୟ ଫୁଲ୍ ଆକ୍ଟିଭ୍ ରହିବେ । ନୂଆ ଆଇନରେ ମହିଳା ଓ ଶିଶୁ ବିରୋଧୀ ହିଂସା ବିରୋଧରେ କଡ଼ା ଦଣ୍ଡର ବ୍ୟବସ୍ଥା କରାଯାଇଛି । ନାବାଳିକା ଦୁଷ୍କର୍ମକାରୀ ଙ୍କୁ ମୃତ୍ୟୁଦଣ୍ଡ । ସେହିପରି ଭିଡ଼ ହିଂସା ଜନିତ ହତ୍ୟାକୁ ବଡ଼ ଅପରାଧ ଭାବେ ବିବେଚନା କରାଯାଇ ଏଥିରେ ବି ଦୋଷୀଙ୍କୁ ମୃତ୍ୟୁଦଣ୍ଡର ପ୍ରାବଧାନ ରହିଛି । ୫ ଏବଂ ତା ଠୁ ଅଧିକ ଲୋକ ଏକାଠି ହୋଇଛି ଜାତି, ସମୁଦାୟ ଓ ଭାଷା ଭଳି ଆଧାରରେ କୌଣସି ହତ୍ୟାକାଣ୍ଡ ଘଟାଇଲେ ୭ ବର୍ଷ ଜେଲରୁ ମୃତ୍ୟୁଦଣ୍ଡ ଯାଏଁ ବ୍ୟବସ୍ଥା କରାଯାଇଛି । ମହିଳାଙ୍କୁ ଗଣଦୁଷ୍କର୍ମ ଜନିତ ଯେକୌଣସି ମାମଲାରେ ୨୦ ବର୍ଷ ଯାଏଁ ଜେଲ୍ ସହ ଆଜିବନି କାରାଦଣ୍ଡାଦେଶ ର ବ୍ୟବସ୍ଥା ହୋଇଛି । ଏପରିକି ୧୮ ବର୍ଷରୁ କମ୍ ନାବାଳିକା ଦୁଷ୍କର୍ମକାରୀ ଙ୍କୁ ବି ମୃତ୍ୟୁଦଣ୍ଡ ଦିଆଯିବ । ଦେଶଦ୍ରୋହି ଆଇନରେ ବ୍ୟାପକ ପରିବର୍ତ୍ତନ ସହ ସଂଜ୍ଞା ବି ବଦଳିଛି । ଦେଶ ବିଭାଜନ, ସଶସ୍ତ୍ର ବିଦ୍ରୋହ, ବିଚ୍ଛିନ୍ନତାବାଦୀ କାମ, ଦେଶର ସାର୍ବଭୌମତ୍ ଓ ଏକତା କ୍ଷୁର୍ଣ୍ଣ ଭଳି ଅପରାଧ ପାଇଁ ଆଇନରେ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି । ଯାହାକୁ ସବୁଠି ସ୍ବାଗତ କରାଯାଇଛି ।