ବଣ ଭିତରେ ମୃତ୍ୟ ଦେହ, ହତ୍ୟା ନା ଆତ୍ମହତ୍ୟା

By digbalayalive

Updated on:

୧୬/୭/୨୪ ଏରସମା:(ବ୍ୟୁରୋ):-ଘଟି ଯାଇଛି ଏକ ଅଭାବନିୟ ଘଟଣା । ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ସନ୍ଦେହ ପ୍ରକାଶ ପାଉଛି । ଏରସମା ଥାନା ଅଧୀନରେ ଥିବା ପଦ୍ମପୁର ପଞ୍ଚାୟତ ରାମତରା ଗ୍ରାମ ଦକ୍ଷିଣପଡା ଏଭଳି ଘଟଣା ଦେଖିବାକୁ ମିଳିଛି । ରାମତରା ଗ୍ରାମର ଶ୍ରୀକାନ୍ତ ଗିରି ଙ୍କ ୨୯ବର୍ଷିୟ ସାନ ପୁଅ ବଳରାମ ଗିରି ଘରଠାରୁ କିଛି ଦୂରରେ ଥିବା ସୁଧୀର ଦାସ ଙ୍କ କାଜୁ ବାରିରେ ମୃତ ଦେହ ପଡ଼ିଥିବା ଲୋକେ ଦେଖି ଏରସମା ପୋଲିସ କୁ ଖବର ଦେଇଥିଲେ ।

ଘଟଣା ସ୍ଥଳରେ ଏରସମା ପୋଲିସ ପହଞ୍ଚି ଘଟଣା ର ତଦନ୍ତ କରୁଥିବାବେଳେ । ମୃତ ବଳରାମ ର ବାପା , ପୁଅ ବିଷ ଖାଇ ଆତମହତ୍ୟା କରିଥିବା ଥାନାରେ ଅଭିଯୋଗ କରିଛନ୍ତି କିନ୍ତୁ ମଝିଆଁ ପୁଅ ଫେରାର ଥିବାରୁ ଅନେକ ସ୍ତରରୁ ସନ୍ଦେହ ପ୍ରକାଶ ପାଉଛି । ସୂଚନା ଅନୁଯାୟୀ ଗ୍ରାମବାସୀ ମାନେ ଙ୍କ କହିବା କଥା ବଳରାମ ଙ୍କୁ କେହି ଜଣେ ଫୋନ୍ କରି ଡାକିଥିଲେ , ହେଲେ ବଳରାମ ସେଠାକୁ ଜାଇ ଆଉ ଘରକୁ ଫେରିନଥିଲେ , କୁହାଯାଉଛି କି କେହି ମଦ ପିଇବା ପାଇଁ ଡ଼ାକିନେଇ ହତ୍ୟା କରାଯାଉଥିବା ନେଇ ସନ୍ଦେହ ଯାଉଥିବା ଆଲୋଚନା କରାଯାଇଛି, ଏବଂ ରାତିରେ କେହି ତାଙ୍କ ବାଡ଼ିର ଫସଲ ଗଛ ଓପଡ଼ି ଦେଇଥିଲେ ।ବଣ ଭିତରେ ମୃତ୍ୟ ଦେହ, ହତ୍ୟା ନା ଆତ୍ମହତକିନ୍ତୁ ବଡ଼ ଭାଇ ଘଟଣା ସ୍ଥଳରେ ରହିଥିବାବେଳେ ମୋ ଭାଇକୁ ହତ୍ୟା କରାଯାଇଛି ବୋଲି ସନ୍ଦେହ ସୃଷ୍ଟି ହଉଛି ବୋଲି ଏରସମା ପୋଲିସ ସାମ୍ନାରେ କହିଛନ୍ତି । ମଝିଆଁ ଭାଇ ଜଗନ୍ନାଥ ଗିରି ଏବଂ ତା ସହିତ ସାମିଲ୍ ହରିପଦ ମାଇତି ଅନୁପସ୍ଥିତ ଥିବା ନେଇ ହତ୍ୟା କରାଯାଉଥିବା ନେଇ ସନ୍ଦେହ ପ୍ରକାଶ ପାଇଛି । ତେବେ ଏରସମା ପୋଲିସ ଘଟଣା ସ୍ଥଳରୁ ଏକ ପ୍ଲାଷ୍ଟିକ ଗ୍ଲାସ୍, ଚପଲ , ଏବଂ ଏକ ଜରିରେ ଥିବା ବିଷ ଜବତ କରିଛି ।

Leave a Comment