ବର୍ତ୍ତମାନ୍ ର ବଡ଼ ଖବର ୨୪ ଘଣ୍ଟାରେ ସାରା ରାଜ୍ୟରେ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ l ବଙ୍ଗୋପସାଗରରେ ପଶ୍ଚିମ କେନ୍ଦ୍ରୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି l ଆଗାମୀ ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା l ଗତ ୨୪ ଘଣ୍ଟାରେ ୮ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଯାଇଛି l ଖୋର୍ଦ୍ଧା , ଗଞ୍ଜାମ , ପୁରୀ ଓ କନ୍ଧମାଳ ରେ ପ୍ରବଳ ରୁ
ଅତି ପ୍ରବଳ ବର୍ଷା ପାଇଁ ୟେଲୋ ୱାରଙ୍ଗି ଜାରି କରିଛି ପାଣିପାଗ ବିଭାଗ l ସେହିପରି ରାୟଗଡା, କଳାହାଣ୍ଡି, ମାଲକାନଗିରି , ଅନୁଗୁଳ, ଢେଙ୍କାନାଳ, ନୟାଗଡ, କଟକରେ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି l ଏବଂ ଗଜପତି, କୋରାପୁଟ, ନବରଙ୍ଗପୁରରେ ମଧ୍ୟ ପ୍ରବଳ ବର୍ଷା ସହ ଏବଂ ଅନ୍ୟ କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସତର୍କ କରାଯାଇଛି ବର୍ତ୍ତମାନ୍ ସୁଦ୍ଧା କୋରାପୁଟରେ ୧୫୨ ମି.ମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଆଗମୀ ଦୁଇ ଦିନ ମଧ୍ଯ ବର୍ଷା ହେବ ବୋଲି ପାଣିପାଗ ତରଫରୁ ସୂଚନା ଦିଆଯାଇଛି l
୨୪ ଘଣ୍ଟାରେ ସାରା ରାଜ୍ୟରେ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ
Updated on: