ଗ୍ରାମେଶ୍ୱର ଙ୍କ ପୀଠରେ କାଉଡ଼ିଆ ସେବା ସଂଘ ପକ୍ଷରୁ ନିଶ୍ୱାର୍ଥ ସେବା
ଏରସମା ୧୯/୮/୨୪(ବ୍ୟୁରୋ):-ଦେବ ଦେବ ମହାଦେବ ଙ୍କ ପବିତ୍ର ପୀଠ ହେଉଛି ପ୍ରଭୁ ଗ୍ରାମେଶ୍ୱର୍ ଙ୍କ ପୀଠ , କାହିଁ କେଉଁ ଅନାଦି କାଳରୁ ଘଞ୍ଚ ଜଙ୍ଗଲ ଭିତରେ ପତାଳରୁ ଉଭା ହୋଇଛନ୍ତି, କାଳକ୍ରମେ ଏହି ଜଙ୍ଗଲ ରେ ଗାଈ ଜଗୁଆଳି ମାନେ ଗାଈ ଚରାଇବାକୁ ଆସିଥାନ୍ତି , କିନ୍ତୁ ଏମିତି ଗାଈ ଚରାଉ ଚାରାଉ ଏକ ଗାଈ ଏକ ପଥର ଉପରେ ପ୍ରତେକ ଦିନ ସେହି ପଥର ଉପରେ ଠିଆ ହେବାକ୍ଷଣି ଆପେ ଆପେ କ୍ଷୀର ଝରିପଡେ, ପବିତ୍ର ଶ୍ରାବଣ ମାସ ହେଉଛି ଧର୍ମ ର ମାସ , ଏହି ମାସ ସାରା ମହାଦେବ ଙ୍କୁ ଜଳାଭିଷେକ କରିବାପାଇଁ ମାସ ସାରା ଆମିଷ ତ୍ୟାଗ କରିବା ସହ ନିଷ୍ଠା ରେ ରହିଥାନ୍ତି , ପ୍ରତ୍ୟେକ ସୋମବାର ରେ ବିଭିନ୍ନ ମହାଦେବ ଙ୍କ ପୀଠ ସ୍ଥଳକୁ ଯାଇ କାଉଡ଼ିଆ ଭକ୍ତ ମାନେ ଜଳାଭିଷେକ କରି ନିଜ ମନ ବଞ୍ଚା ପୂରଣ କରିଥାନ୍ତି, ସେହି ପରି ବହୁ ଦୂର ଦୂରାନ୍ତରୁ କାଉଡ଼ିଆ ଭକ୍ତ ମାନେ ପାଣି ଭାର ନେଇ ଚାଲି ଚାଲି ଆସିଥାନ୍ତି, ଆସିବ ବାଟରେ କାଉଡ଼ିଆ ଭକ୍ତଙ୍କ କୌଣସି ଅସୁବିଧା ନ ହେବାପାଇଁ ବିଭିନ୍ନ ଛକ ମାନଙ୍କରେ କାଉଡ଼ିଆ ଙ୍କୁ ବିଭିନ୍ନ ସଂଘଠନ ତତଫରୁ ସମସ୍ତ ଶୁ ବ୍ୟବସ୍ଥା କରାଯାଇଥାଏ, ସେହିପାରି ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳର ପଞ୍ଚପୁଲି ଅବସ୍ଥିତ ରେ ପ୍ରସିଦ୍ଧ ଶ୍ୟବ ପୀଠ ପ୍ରଭୁ ଗ୍ରମେଶ୍ଵର୍ ଙ୍କ ପୀଠ, ଯେଉଁଠି ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରତେକ ସୋମବାର ଦିନ ହଜାର ହାଜର କାଉଡ଼ିଆ ଭକ୍ତ ଜଳାଭିଷେକ କରିବାପାଇଁ ଭିଡ ଲାଗିଥାଏ , ସେହିପରି ଦୀର୍ଘ ଦଶ ବର୍ଷ ହେବ କାଉଡ଼ିଆ ଭକ୍ତ ସେବା ସଂଘ କଟକ ତରଫର ଭକ୍ତ ମାନଙ୍କ ପାଇଁ ଖାଦ୍ୟପେୟ ବ୍ୟବସ୍ଥା କରାଯିବା ସହ ପ୍ରାଥମିକ ଚିକିତ୍ସା କରାଯାଇଥାଏ,ସେହିପରି ଚଳିତ ବର୍ଷ ମଧ୍ୟ ଚାରୋଟି ଜିଲ୍ଲା ନୟାଗଡ଼ , କଟକ, ଜଗତସିଂହପୁର ଏବଂ ପୁରୀ ନିଆଳି , ଅଞ୍ଚଳର ମିଶ୍ରିତ କାଉଡ଼ିଆ ଭକ୍ତ ସେବା ସଂଘ କଟକ ତତଫରୁ ଅରବିନ୍ଦ ଦାସ, ଚିତ୍ତରଞ୍ଜନ ଦାସ , ସନ୍ତୋଷ ସାହୁ , ସୁବାସ ବହିରା, ଟୁକୁନା ସ୍ବାଇଁ, ହେମନ୍ତ ଦାସ , ତ୍ରିଲୋକ୍ୟ ବେହେରା ଙ୍କ ନେତୃତ୍ୱରେ ୧୪୦ ଜଣ ସଦସ୍ୟ ରାତ୍ର ତମାମ ଉପସ୍ଥିତ ରହି ଖାଦ୍ୟପେୟ ବ୍ୟବସ୍ଥା କରାଯିବା ସହ ପ୍ରାଥମିକ ଚିକିତ୍ସା କରାଇଥିଲେ ଏବଂ ରାତ୍ରି ରେ ମନୋରଞ୍ଜନ ପାଇଁ ଭଜନ ସନ୍ଧ୍ୟା ର କେମିତି ତରଫରୁ ଆୟୋଜନ କରାଯାଇଥିଲା ,