ଶିଶୁ ଶ୍ରମିକ ସଚେତନତା ରଥର ଶୁଭାରମ୍ଭ

By digbalayalive

Updated on:

ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ କରିବା ତଥା ଶିଶୁ ଶ୍ରମିକ
ନିୟୋଜନ ବିରୋଧରେ ସଚେତନତା ଲକ୍ଷ୍ୟ ନେଇ ଆଜି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଉନ୍ନୟନ ଡକ୍ଟର ଦିବ୍ୟଲୋଚନ ମହାନ୍ତ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଛନ୍ତି ।୧୪ ବର୍ଷରୁ କମ୍ ବୟସର ଶିଶୁଙ୍କୁ କୌଣସି ପ୍ରକାରର ବୃତିରେ ନିୟୋଜିତ ନ କରିବା ଏବଂ ୧୫ରୁ ୧୮ ବର୍ଷ ବୟସର କିଶୋରମାନଙ୍କୁ ବିପଦଶଙ୍କୁଳ କାର୍ଯ୍ୟରେ ନିୟୋଜିତ କରିବାରୁ ନିବୃତ ରଖିବା ବାର୍ତା ନେଇ ଏହି ରଥ ଜିଲ୍ଲାର ୧୪ଟି ଯାକ ବ୍ଲକ ପରିଭ୍ରମଣ କରିବ ।ଶିଶୁ ଶ୍ରମିକ ନିୟୋଜିତ କରୁଥିବା ବ୍ୟକ୍ତିମାନଙ୍କ ନିମନ୍ତେ ଜୋରିମାନା ଓ ଦଣ୍ଡବିଧାନର ପ୍ରାବଧାନ ରହିଛି । ଏ

ସମ୍ପର୍କରେ ଯେ କୌଣସି ସଚେତନ ନାଗରିକ ନିଃଶୁଳ୍କ ଶ୍ରମିକ ସହାୟତା ହେଲପଲାଇନ୍ ନମ୍ବର ୧୫୫୩୬୮ ଏବଂ ଚାଇଲ୍ଡ ଲାଇନ୍ ନମ୍ବର ୧୦୯୮ରେ ଅଭିଯୋଗ କରିପାରିବେ । ଜିଲ୍ଲା ପ୍ରଶାସନ ପକ୍ଷରୁ କେବଳ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇ ନଥାଏ ବରଂ ସେମାନଙ୍କ ଉପଯୁକ୍ତ ଥଇଥାନ, ଶିକ୍ଷା ଓ ପରିବାରର ଆର୍ଥିକ ସ୍ଥିତି ଆଂଚ କରାଯାଇ ସମସ୍ୟାର ସମାଧାନ ନିମନ୍ତେ ମଧ୍ୟ ପ୍ରୟାସ କରାଯାଇଥାଏ ।ଏହି ଅବସରରେ ଆଜି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ ବିଭାଗ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଶିଶୁ ଓ କିଶୋର ଶ୍ରମିକ ଆଇନ୍ ସମ୍ପର୍କିତ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ଦିବ୍ୟଲୋଚନ ମହାନ୍ତ ବୈଠକରେ ଅଧ୍ୟକ୍ଷତା କରି ଶିଶୁ ଶ୍ରମିକ ଭଳି ଏକ ସାମଜିକ ବ୍ୟାଧ୍ୟକୁ ସମାଜରୁ ଦୂରୀଭୂତ କରିବା ନିମନ୍ତେ ଆହ୍ବାନ ଦେଇଥିଲେ । ବିଭିନ୍ନ ସ୍ଥାନରୁ ଶିଶୁ ଶ୍ରମିକମାନଙ୍କୁ ଚିହ୍ନଟ କରିବା ନିମନ୍ତେ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇ ଅଚାନକ ଚଢାଉ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଏଥି ସହ ଉଦ୍ଧାର ହୋଇଥିବା ପିଲାମାନଙ୍କୁ ଉପଯୁକ୍ତ ଥଇଥାନ କରାଯିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ
ସମସ୍ତ ପ୍ରକାରର ଉଦ୍ୟମ କରିବାକୁ ନିଜର ପ୍ରତିକ୍ରିୟା ରେ କହିଥିଲେ।।

Leave a Comment