ବ୍ଲକ ସ୍ତରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ କୁଇଜ୍ ପ୍ରତିଯୋଗିତା
_________________________________________________
ଏରସମା,୧୯/୯/(ସତ୍ୟବ୍ରତ ସାମଲ), ଗଣିତ, ପରିବେଶ ବିଜ୍ଞାନ, ସାମାଜିକ ବିଜ୍ଞାନ କୁ ପିଲାମାନଙ୍କ ଭିତରେ ବୃଦ୍ଧି କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଏରସମା ବ୍ଲକ ଶିକ୍ଷା ଅଧିକାରୀଙ୍କ ମିଳିତସହଯୋଗ୍ରେ ମଣ୍ଡଳ ସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଉଦଘାଟନ ଉତ୍ସବରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଲେ, ପିଲାମାନେ ହେଉଛନ୍ତି ରାଷ୍ଟ୍ରୀୟ ସମ୍ପଦ, ସେମାନଙ୍କ ବୌଦ୍ଧିକ ବିକାଶ ଆମ ସମସ୍ତଙ୍କର ଦାୟିତ୍ୱ ବୋଲି କହିଥିଲେ। ବ୍ଲକ ଶିକ୍ଷା ଅଧିକାରୀ ଅକ୍ଷୟ କୁମାର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାର ପ୍ରାରମ୍ଭରେ ସାଧନ ସଂଯୋଜିକା ନିବେଦିତା ଜେନା ସ୍ବାଗତ ଭାଷଣ ଦେଇଥିଲେ। ସଂମାନିତ ଅଥିତି ଭାବେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର, ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ଦାଶ, ଏବିଇଓ ଲିଆକତ ଅଲ୍ଲୀ ଖାଁ, ବି ଆର ସି ସି ଗୋପବନ୍ଧୁ ନାୟକ, ଶିକ୍ଷକ ଲୋକନାଥ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ବରିଷ୍ଠ ଶିକ୍ଷକ ଶେଷଦେବ ସ୍ଵାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉଦଯାପନ ସଭାରେ ସ୍ଥାନୀୟ ବିଡ଼ିଓ ଲମ୍ବୋଦର ଖୁଣ୍ଟିଆ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ହୋଇ ନୈତିକ ଶିକ୍ଷା ଗ୍ରହଣ କରିବା ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ। ସନମାନୀତ ଅଥିତି ରୂପେ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ସ୍ୱାଇଁ, ବି ଇ ଓ. ଦୁଇ ଅତିରିକ୍ତ ବି ଇ ଓ ଯୋଗ ଦେଇଥିଲେ ମୋଟ ବରିଷ୍ଠ ବିଭାଗ ରେ ୫୮ ଜଣ କନିଷ୍ଟ ବିଭାଗ ରେ ୧୦୦ ଜଣ ପିଲା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ ପ୍ରତିଯୋଗିତାର ବରିଷ୍ଠ ବିଭାଗରେ ଶ୍ରୀମାନି ଗଛୟତ ପ୍ରଥମ, ସୌମ୍ୟା ସୋମାନି ସ୍ଵାଇଁ ୨ୟ, ଶ୍ରୀସାନ୍ତ ଶେଖର ୩ୟ ସ୍ଥାନ କରିଥିଲେ। କନିଷ୍ଠ ବିଭାଗରେ ଆରବ ସାହୁ ୧ମ, ସିଦ୍ଧିପ୍ରିୟା ସାହୁ ୨ୟ, ଦିବ୍ୟାଲକ୍ଷ୍ମି ଜେନା ୩ୟ ସ୍ଥାନ ଅଧିକାର କରିଥିଲେ। ସହ କନିଷ୍ଠ ବିଭାଗରେ କୃତକାର୍ଯ୍ୟ ହୋଇଥିବା ୩ ଜଣଙ୍କ ସହିତ ୯ ଜଣଙ୍କୁ ପୁରସ୍କୃତ କରଯାଇଥିଲା। ସେମାନେ ଜିଲ୍ଲା ସ୍ତରକୁ ଉତ୍ତୀର୍ଣ୍ଣ ହୋଇଥିବା ବିଇଓ ବେହେରାଙ୍କ ଠାରୁ ଜଣାପଡିଛି। ବ୍ଲକ ଶିକ୍ଷ୍ୟା ଅଧିକାରୀଙ୍କ ହିସାବ ରକ୍ଷକ ଅରୀକ୍ଷିତ ସ୍ୱାଇଁ, ଜ୍ୟୋତି ରଞ୍ଜନ ସାହୁ, ,ଙ୍କ ସମେତ ସମସ୍ତ ସି ଆର ସି ସିଓ କାର୍ଯ୍ୟଳୟ କର୍ମଚାରୀ ସହଯୋଗ କରିଥିଲେ