ସାଧୁବେଶଧାରି ଗୁଣ୍ଡା ଙ୍କ କବଜାରେ ତ୍ରିଦଣ୍ଡି ମଠ

By digbalayalive

Updated on:

ସାଧୁବେଶଧାରି ଗୁଣ୍ଡା ଙ୍କ କବଜାରେ ତ୍ରିଦଣ୍ଡି ମଠ

 

ଭୁବନେଶ୍ବର:୨୧/୧୦/୨୪(ବ୍ୟୁରୋ):-ଓଲ୍ଡ ଟାଉନ ଭୁବନେଶ୍ଵର ଲିଙ୍ଗରାଜ ମନ୍ଦିର ଠାରୁ କପିଳେଶ୍ୱର ରୋଡ଼ ମନ୍ଧରେ ରହିଥିବା ତ୍ରିଦଣ୍ଡି ଗୌଡିୟା ମଠ ଏବେ ସାଧୁ ବେଶଧାରି ଗୁଣ୍ଡା ଙ୍କ କବଜାରେ ରହିଛି, ଧର୍ମାନୁଷ୍ଠାନ ନା ରେ ସାଧାରଣ ଲୋକମାନଙ୍କ ମଧ୍ୟରେ ସୃଷ୍ଟି କରୁଛନ୍ତି ଭେଦଭାବ । କିଛି ଅସାଧୁ ସାଧୁ ବେଶ ଧାରୀ ସୁଦ୍ର ବଙ୍ଗଳା ଦେଶୀ ରୁ ଆସି ତ୍ରିଦାଣ୍ଡି ଗୌଡ଼ିୟା ମଠ ରେ ଆଶ୍ରୟ ନେଇ ନିଜକୁ ମଠର ସର୍ବେସର୍ବା ଜାହିର କରି ଆସୁଛନ୍ତି ଏବଂ ସାଧାରଣ ଲୋକମାନଙ୍କ ମନରେ ଭେଦ ଭାବ ସୃଷ୍ଟି କରୁଛନ୍ତି , ଯୋଉଠି ଶ୍ରୀ ଜଗନ୍ନାଥ ଙ୍କ ସଂସ୍କୃତି ତଥା ରାଧା ଗୋପାଳ ପରମ୍ପରା କୁ କୁଠାରଘାତ କରୁଛନ୍ତି,ଯାହାକୁ ନେଇ ଥାନା ଠାରୁ କୋର୍ଟ ରେ ଅଭିଯୋଗ ପହଞ୍ଚିଛି , ସୂଚନାରୁ ପ୍ରକାଶ କି ଓଲ୍ଡ ଟାଉନ ଭୁବନେଶ୍ଵର ଲିଙ୍ଗରାଜ ମନ୍ଦିର ଠାରୁ କପିଳେଶ୍ୱର ରୋଡ ରେ ଶ୍ରୀ ତ୍ରିଦାଣ୍ଡି ଗୌଡ଼ିଆ ମଠ ଅବସ୍ଥିତ ଉକ୍ତ ମଠ ରେ ଭକ୍ତି ବିକାଶ ସଜନ୍ୟ ମହାରାଜ କାହୁଁ କେଉଁ କାଳରୁ ରାଧା ଗୋବିନ୍ଦ ଙ୍କୁ ପୂଜାର୍ଚ୍ଚନା କରିଆସୁଥିଲେ, ବର୍ତମାନ ସେ ଶଯ୍ୟାଶାୟୀ ରହିଛନ୍ତି, ଶଯ୍ୟାଶାୟୀ ପୂର୍ବରୁ ଶ୍ରୀ ତ୍ରିଦାଣ୍ଡି ଗୌଡ଼ିଆ ମଠ କୁ ଟ୍ରଷ୍ଟ କରି ସରକାରୀ ସ୍ତରରେ ଅନୁମତି ପ୍ରଦାନ କରାଇଥିଲେ ଯାହା ବର୍ତ୍ତମାନ୍ ମଠର ମହନ୍ତ ଶ୍ରୀ ଅକିଞ୍ଚନ ମହାରାଜ ଙ୍କୁ ଦାୟିତ୍ଵ ଦିଆଯାଇଥିବା ବେଳେ ଜଣେ ବଙ୍ଗୀୟ ମାଧବ ଦାସ ବ୍ରହ୍ମଚାରୀ ନିଜକୁ ସାଧୁ ପରିଚୟ ଦେଇ କିଛି ସାଧୁ ବେଶ ଧାରୀ ଅସାଧୁ ଙ୍କୁ ଆଣି ମଠରେ ଆଡ୍ଡା ଜମାଇ ବସିଛନ୍ତି l ଏହାକୁ ନେଇ ଶ୍ରୀ ମହନ୍ତ ଥାନାରେ ଅଭିଯୋଗ କରିଥିଲେ , ଯାହା ବର୍ତ୍ତମାନ କୋର୍ଟ ରେ ବିଚାରଧୀନ ରେ ରହିଛି , କିନ୍ତୁ ଅନେକ ସମୟରେ ବଙ୍ଗୀୟ ଅସାଧୁ ମାନେ ଶ୍ରୀ ଅକିଞ୍ଚନ ମହାରାଜ ଙ୍କୁ ବିଭିନ୍ନ ସମୟରେ ମାରିଦେବା ପାଇଁ ଧମକ ଦେବା ସହ ରହୁଥିବା ଘର ର ବିଜୁଳୀ କାଟି ଅସୁବିଧାରେ ପକାଉଛନ୍ତି । ଅନେକ ସମୟରେ ମାଡ଼ ମାରୁଥିବା ଦେଖିବାକୁ ମିଳିଛି ଯାହା ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି । ତେବେ ବଙ୍ଗୀୟ ଆସାଧୁ ଗୁଣ୍ଡା ମାନଙ୍କୁ ଉକ୍ତ ମଠରୁ ବାହାର କରିବାକୁ ଅଞ୍ଚଳ ବାସି ଦାବି କରିଛନ୍ତି ।

 

 

 

Leave a Comment