ପୁର୍ବତନ ସରପଞ୍ଚ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଂଘର ସଧାରଣ ବୈଠକ

By digbalayalive

Published on:

ପୁର୍ବତନ ସରପଞ୍ଚ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଂଘର ସଧାରଣ ବୈଠକ

ବାଲିକୁଦା:୨୧/୧୧:-ଜଗତସିଂହପୁର ଜିଲ୍ଲା ସ୍ତରୀୟ ପୁର୍ବତନ ସରପଞ୍ଚ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଂଘ ସଭାପତି ନାରାୟନ ମହାରଣା ଙ୍କ ସଭାପତିତ୍ବରେ ସଧାରଣ ବୈଠକ ଆମ୍ବସାଳ କୈଲାଣି ମଣ୍ଡପ ର ଅନୁଷ୍ଠିତ ହୋଇଯାଇଛି । ଏହି ଅନୁଷ୍ଠାନରେ ମୂଖ୍ୟ ଅତିଥି ଭାବେ ବାଲିକୁଦା ବ୍ଲକ ଅଧ୍ୟକ୍ଷ ପ୍ରକାସ ଚନ୍ଦ୍ର ପ୍ରଧାନ ଯୋଗ ଦେବାସହ ଜଗତସିଂପୁର ଜିଲ୍ଲାର ପ୍ରତିଟି ବ୍ଲକ ରୁ ପୂର୍ବତନ ସରପଞ୍ଚ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ଯୋଗଦେଇ ନିଜକୁ ସାଧାରଣ ଲୋକ ମାନଙ୍କ ମଧ୍ୟରେ ଦୀର୍ଘ ୫ ବର୍ଷ ନିଜକୁ ନିୟୋଜିତ କରି ବର୍ତ୍ତମାନ୍ ଅବହେଳିତ ଅବସ୍ଥାରେ ରହିଛନ୍ତି ତାହା ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ , ତେବେ ଆଗମୀ ଦିନରେ ଏହା ପ୍ରତ୍ୟେକ ଜିଲ୍ଲା ସ୍ତରୀୟ ସଙ୍ଘ କରାଯାଇ ସରକାର ଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବା ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ, ଦାବି ଗୁଡ଼ିକ ହେଲା , ତୃଣମୂଳ ସ୍ତରରେ ସାମାଜିକ ସମସ୍ୟା ସମାଧାନର ଗୁରୁତ୍ବପୂର୍ଣ୍ଣ ଭୂମିକା ସେବାରେ ନିବୃତ ସଭ୍ୟ, ସରପଞ୍ଚ ଏବଂ ଜିଲ୍ଲା ପରିଷଦ କୌଣସି ବାଛ ବିଚାର ନକରି ଭତ୍ତା ପ୍ରଦାନ , ସ୍ବାସ୍ଥ୍ୟ ବୀମା ଯୋଜନା ଏବଂ ଭୁବନେଶ୍ବର ରେ ଓଡ଼ିଶା ପଞ୍ଚାୟତ ନାମରେ ଆଶ୍ରୟ ସ୍ଥଳୀ କରାଯିବା କୁ ନେଇ ଆଲୋଚନା କରିବା ସହ ଦାବି ଜଣାଇବା କୁ ଅବଗତ କରାଇଥିଲେ

Leave a Comment