କଟରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁଷ୍ମାନ କାର୍ଡ ଶୁଭାରମ୍ଭ
ତିର୍ତ୍ତୋଲ ୧୧/୪ (ସତ୍ୟବ୍ରତ ସାମଲ):ପଞ୍ଚାୟତ ସ୍ଥିତ କଟରା ଗୋଷ୍ଠି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ହୋଇଅଛି l ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ କଟକ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମାନ୍ୟବର ଜେପି ନଡ୍ଡା ଶୁଭାରମ୍ଭ କରିଥିଲେ l ଆୟୁଷ୍ମାନ ଯୋଜନାରେ ସତୁରି ବର୍ଷରୁ ଅଧିକ ବ୍ୟକ୍ତି ଚିକିତ୍ସା ସୁବିଧା ପାଇପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ତତସହିତ ପୂର୍ବରୁ ଗୋଟିଏ ପରିବାରକୁ ଗୋଟିଏ ବିଏସକ୍ୱାଇ କାର୍ଡ ମାଧ୍ୟମରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆ ଯାଉଥିବା ବେଳେ ଏବେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଗୋଟିଏ ଗୋଟିଏ କାର୍ଡ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । କଟରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଆଶିଷ ପରିଡ଼ା ଙ୍କ ଉପସ୍ଥିତରେ ମୁଖ୍ୟ ଅତିଥିଭାବେ ବ୍ଲକ୍ ଉପାଧ୍ୟକ୍ଷ ଶ୍ରୀମତୀ ସନ୍ଧ୍ୟାରଣୀ ମହାନ୍ତି, କଟରା ସରପଞ୍ଚ ସଂହିତା ବଳ, କଟରା ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ସୁଶାନ୍ତ କୁମାର ମହାନ୍ତି, ମିହିର କୁମାର ସ୍ଵାଇଁ, ମଞ୍ଚ ପରିଚାଳନା ଶତାବ୍ଦୀ ପ୍ରିୟଦର୍ଶିନୀ କରିବସହିତ ସ୍ନେହମୟୀ ନାୟକ ଉପସ୍ଥିତ ରହି ନୂତନ ହିତାଧିକାରୀଙ୍କୁ ଆୟୁଷ୍ମାନ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଥିଲା l ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଲ ଈ ଡ଼ି ଲଗାଯାଇ ମୁଖ୍ୟମନ୍ତ୍ରୀଙ୍କ ଶୁଭାରମ୍ଭର ସିଧା ପ୍ରସାରଣ କରାଯାଇଥିଲା । ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇଥିଲା ବେଳେ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ସମସ୍ତ ଆଶା କର୍ମୀ ଉପସ୍ଥିତ ଥିଲେ ।