ପଞ୍ଚପଲ୍ଲୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁଷ୍ମାନ କାର୍ଡ ଶୁଭାରମ୍ଭ 

By digbalayalive

Published on:

ପଞ୍ଚପଲ୍ଲୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁଷ୍ମାନ କାର୍ଡ ଶୁଭାରମ୍ଭ

ଏରସମା ୧୧/୪ (ସତ୍ୟବ୍ରତ ସାମଲ):-ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ନାରଦିଆ ପଞ୍ଚାୟତସ୍ଥିତ ପଞ୍ଚପଲ୍ଲୀ ଉନ୍ନୀତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ହୋଇଅଛି l ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ କଟକ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମାନ୍ୟବର ଜେପି ନଡ୍ଡା ଶୁଭାରମ୍ଭ କରିଥିଲେ l ଆୟୁଷ୍ମାନ ଯୋଜନାରେ ସତୁରି ବର୍ଷରୁ ଅଧିକ ବ୍ୟକ୍ତି ଚିକିତ୍ସା ସୁବିଧା ପାଇପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ତତସହିତ ପୂର୍ବରୁ ଗୋଟିଏ ପରିବାରକୁ ଗୋଟିଏ ବିଏସକ୍ୱାଇ କାର୍ଡ ମାଧ୍ୟମରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆ ଯାଉଥିବା ବେଳେ ଏବେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଗୋଟିଏ ଗୋଟିଏ କାର୍ଡ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ପଞ୍ଚପଲ୍ଲୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅମୀୟ କୁମାର ସ୍ବାଇଁଙ୍କ ଉପସ୍ଥିତରେ ଜିଲ୍ଲା ପରିଷଦ ସଭ୍ୟା ରାଣୀଟୁଡୁ, ନାରଦିଆ ସରପଞ୍ଚ ସୀମାଇଁ ଭୋଳ, ପଞ୍ଚପଲ୍ଲୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସନ୍ଦୀପ ବେହେରା, ଡାକ୍ତର ବିଦ୍ୟୁତ ପ୍ରଭା ବରାଳ, ଗୋଡ଼ା ସରପଞ୍ଚ ବିଶ୍ୱ କଲ୍ୟାଣୀ ନାୟକ, ପଦ୍ମପୁର ସମିତି ସଭ୍ୟ ନାରାୟଣ ସେଠୀ ପ୍ରମୁଖଙ୍କ ଉପସ୍ଥିତରେ ନୂତନ ହିତାଧିକାରୀଙ୍କୁ ଆୟୁଷ୍ମାନ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଥିଲା l ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଲ ଈ ଡ଼ି ଲଗାଯାଇ ମୁଖ୍ୟମନ୍ତ୍ରୀଙ୍କ ଶୁଭାରମ୍ଭର ସିଧା ପ୍ରସାରଣ କରାଯାଇଥିଲା । ଫାର୍ମାସିଷ୍ଟ ଅଫିସର ଚିନ୍ମୟ ଚିର ସୁନ୍ଦର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇଥିଲା ବେଳେ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ସମସ୍ତ ଆଶା କର୍ମୀ ଉପସ୍ଥିତ ଥିଲେ ।

Leave a Comment