ନେମାଳ : ଉପଲକ୍ଷେ ପଦ୍ମକ୍ଷେତ୍ର ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ମହାପୁରୁଷ ଙ୍କ ପୀଠରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାବେଶ ରେ ପ୍ରଶାସନିକ ର ଅବ୍ୟବସ୍ଥା ଯୋଗୁ ଲୋକମାନେ ନାହିଁ ନଥିବାର ଅସୁବିଧା ର ସମ୍ମୁଖୀନ ଭୋଗିବାକୁ ପଡ଼ିଛି l ପ୍ଲାଟୁନ୍ ପ୍ଲାଟୁନ୍ ପୋଲିସ ମୁତୟନ ସତ୍ୟେ ବି ସଠିକ୍ ଶୁ ବ୍ୟବସ୍ଥା ରହିନାହିଁ ଯାହାଫଳରେ ରାସ୍ତା ଉପରେ ଲୋକମାନେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ରହୁଥିବା ଦେଖିବାକୁ ମିଳିଥିଲା , ଭିଡ ଭିତରେ ଲୋକମାନଙ୍କ ନାହିଁ ନଥିବାର ଅସୁବିଧା ର ସମ୍ମୁଖିନ ହେଉଥିବା ବେଳେ ଅନେକ ଲୋକେ ଭିଡରେ ଭିତରେ ପଡ଼ିଯାଏ ଖଣ୍ଡିଆ ଖାବରା ହେଉଥିବା ଦେଖିବାକୁ ମିଳିଛି,
ଅନ୍ଧାରରେ ଚାଲିଛି ପ୍ରଥମିକ ଚିକିତ୍ସା……
ବାରମ୍ଵାର ଅଭିଯୋଗ ପରେ ବି କମିଟି ଶୁଣୁନି…..
ମୋବାଇଲ୍ ଫ୍ଲାସ୍ ଲାଇଟ୍ ରେ ଚାଲିଛି ସ୍ବାସ୍ଥ୍ୟ ସେବ…..
ଲୋକ ମାନଙ୍କ ପାଇଁ ଫାର୍ଷ୍ଟ ଆଡ୍ ବକ୍ସ ତଥା ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ପାଇଁ କଟକ ନିଶ୍ଚି୍ତକୋଇଲି NMA ସେଣ୍ଟର୍ ତରଫରୁ ଏକ ସାତ ଜଣିଆ ଟିମ୍ ନିୟୋଜିତ କରାଯାଇ ଥିବାବେଳେ କମିଟି ତରଫରୁ ସେମାନଙ୍କୁ ଅବହେଳିତ କରାଯାଇଥିବା ଦେଖିବାକୁ ମିଳିଛି, ଯାହା ସେମାନଙ୍କୁ ପାଖରେ ବିଜୁଳି ର ବ୍ୟବସ୍ତା ରହୁନଥିବା ବେଳେ ସେମାନେ ଅନ୍ଧାରରେ ନିଜ ମୋବାଇଲ୍ ଫ୍ଲlକ୍ସ ଲାଇଟ୍ ସାହାଯ୍ୟରେ ଚିକିତ୍ସା କରୁଥିବା ଦେଖିବାକୁ ମିଳିଥିଲା , ଏ ବାବଦରେ NMA ସେଣ୍ଟର୍ ତରଫରୁ କମିଟି କୁ ବାରମ୍ବାର ଅଭିଯୋଗ ପରେବି ସେମାନଙ୍କ କଥା ଶୁଣା ଯାଇନଥିଲା l