ଦଶମ ଶ୍ରେଣୀ ଛାତ୍ର କୁ ଟେକି ନେଇ ମରଣାତ୍ମକ ଆକ୍ରମଣ
ବାଲେଶ୍ଵର ୨୨/୮/୨୪(ବ୍ୟୁରୋ):-ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡିଆ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଦଶମ ଶ୍ରେଣୀ ଛାତ୍ରକୁ ଫୋନ୍ କଲ୍ ମାଧ୍ୟମରେ ଡାକି ତୁଡ଼ିଗଡ଼ିଆ ବଜାର ରୁ ଜବରଦସ୍ତ ଟେକିନେଇ ୧୫/୨୦ ଜଣ ମରଣାତ୍ମକ ଭାବେ ମାରି ବଜାର ରୁ ପ୍ରାୟେ ୧୦ କିଲୋମିଟର ଦୂରରେ ପକେଇ ପଲେଇଥିବା ଖଇରା ଥାନା ରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ – ତୁଡିଗଡ଼ିଆ ସ୍ଥିତ ମଛଦା ନୀଳାମ୍ବର ଉଚ୍ଚ ବିଦ୍ୟାଳୟ ରେ ପଢୁଥିବା ତୁଡିଗଡିଆ ର ମୀର୍ ହବିବ ଙ୍କ ପୁଅ ମୀର୍ ହୋସେନ୍ ଘରେ ଥିବା ବେଳେ ଗଦାଧର ସାହୁ ଙ୍କ ପୁଅ ମନୋରଞ୍ଜନ ସାହୁ ଫୋନ୍ କଲ୍ କରି ଡାକି ମୀର୍ ହୋଷେନ୍ କୁ ବଜାର ଡାକି ଥିଲା ଏବଂ ବଜାର ରୁ ଜୋର୍ ଜବରଦସ୍ତ ଅଚୂତ ନନ୍ଦ ମାଝୀ ନାମକ ଆଉ ଜଣେ ମୋଟର ସାଇକେଲ ରେ ଟେକି ନେଇ ଯୋଜନା ବଦ୍ଧ ହୋଇ ଗଣେଶ, ମିଟୁକ ,ଚିକୁ ଏବଂ ଆହୁରି ୧୪/୧୫ ଜଣ ହୋଇ ମରଣାତ୍ମକ ଭାବେ ଆକ୍ରମଣ କରିଥିଲେ ।ଘଟଣା ର ୫ ଘଣ୍ଟା ପରେ ଘର ଲୋକେ ଖବର ପାଇ ମୀର୍ ହସେନ୍ କୁ ରକ୍ତାକ୍ତ ହୋଇ ଗୁରୁତର ଅବସ୍ଥାରେ ଚେତାଶୂନ୍ୟ ହୋଇ ପଡିରହିଥିବା ର ଦେଖି ଖଇରା ଡାକ୍ତରଖାନା ନେଇଥିଲେ । ଖଇରା ଡାକ୍ତର ମୀର୍ ହୁସେନ କୁ ସଙ୍ଗେଶାଙ୍ଗ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନନ୍ତର କରିଥିଲେ । ମୀର୍ ହୁସେନ ର ଘର ଲୋକେ ଖଇରା ଥାନା ରେ ଅଭିଯୋଗ କରିଥିଲେ ।ଖଇରା ଥାନା ଅଧିକାରୀ ଲିଖିତ ଅଭିଯୋଗ କୁ ନେଇ ଏକ ମାମଲା ରୁଜୁ କରି ତିନିଜଣ ଙ୍କୁ ଗିରଫ କରି କୋଟ ଚାଲାଣ କରିଛନ୍ତି ।