ଫାର୍ମହାଉସ୍ ରେ ସ୍ଥାନୀୟ ଯୁବତୀଙ୍କ ଝୁଲନ୍ତା ମୃତଦେହ ଘଟଣାର ସମ୍ନାକୁ ଆସୁଛି ରୋଚକ ତଥ୍ୟ
ତିର୍ତ୍ତୋଲ ୯/୯/୨୪(ବ୍ୟୁରୋ):-ତିର୍ତ୍ତୋଲ ଥାନା ଅନ୍ତର୍ଗତ ତରଜଙ୍ଗା ଗ୍ରାମପଞ୍ଚାୟତ ତେରତାଙ୍ଗ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା , ସେହି ଗ୍ରାମର ଅନାମ ସାହୁଙ୍କ ଝିଅର ଝିଅ (ନାତୁଣୀ) ପ୍ରିୟଙ୍କା ସାହୁ (୨୫) ଡାକ ନାମ କଣ୍ଢେଇ ନିକଟସ୍ଥ ଫାର୍ମହାଉସ ରେ କିଛିଦିନ ହେବ କାର୍ଯ୍ୟ କରିଆସୁଥିଲେ। ଏହି ଫାର୍ମ ହାଉସ ଟି ସ୍ଥାନୀୟ ବିଜେପି ନେତା ତଥା ଅବସରପ୍ରାପ୍ତ ସେନା କର୍ମଚାରୀ ବୀରେନ୍ ପାଲଙ୍କର । ପ୍ରାୟ ସମୟରେ ସେହି ସ୍ଥାନରେ ନିଶା ସେବନ କରୁଥିବା କିଛି ଯୁବକଙ୍କ ସହିତ ବୀରେନ୍ ପାଲଙ୍କୁ ଦେଖିବାକୁ ମିଳେ। ଅନେକ ସମୟରେ ନେତାମାନେ ପ୍ରାୟ ସମୟରେ ସେହି ସ୍ଥାନକୁ ଯିବା ଆସିବା କରନ୍ତି । ଶ୍ରୀ ପାଲ ପୂର୍ବରୁ ଅନେକ ପ୍ରକାରର ଚାଷ କାର୍ଯ୍ୟ କରି ସ୍ଥାନୀୟ କିଛି ଯୁବକ ଯୁବତୀଙ୍କୁ ସେଥିରେ କର୍ମ ନିଯୁକ୍ତି ଦେଇ ତାହାର ଫାଇଦା ଉଠାନ୍ତି ବୋଲି କିଛି ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି । ମୃତ ଯୁବତୀ ସେହି ଫାର୍ମ ହାଉସ କୁ ଦୈନିକ ଆସନ୍ତି ଓ ସେହି ଫାର୍ମ ହାଉସ୍ ମାଲିକଙ୍କୁ ରୋଷେଇ କରି ଖାଇବାକୁ ଦିଅନ୍ତି ଓ ଘରର ସମସ୍ତ କାର୍ଯ୍ଯ କରନ୍ତି । କିଛି ସ୍ଥାନୀୟ ବ୍ୟକ୍ତି ପ୍ରକାଶ କରିଛନ୍ତି ଯେ ସମ୍ପୃକ୍ତ ସ୍ଥାନରେ ଅନେକ ସମୟରେ ଆପତ୍ତି ଜନକ କାର୍ଯ୍ୟ ଚାଲେ । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଟୁପୁରୁ ଟାପୁରୁ ହେଉଛନ୍ତି ଯେ କଣ୍ଢେଇକୁ ମାରିଦିଆ ଯାଇଛି ଆଉ ଏଥିରେ ସମ୍ପୃକ୍ତ ଫାର୍ମହାଉସ ମାଲିକ ତଥା ବିଜେପି ନେତା ସମ୍ପୃକ୍ତ ରହିଛନ୍ତି । ମୃତ ଯୁବତୀଙ୍କ ସମ୍ପର୍କୀୟଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ଏହି ଘଟଣାକୁ ଚପାଇ ଦେବାକୁ ଜୋର ଦାର ଉଦ୍ୟମ ଚଳାଇଥିବା ଜଣାପଡିଛି ।ଶୁଣିବାକୁ ମିଳୁଛି ସମ୍ପୃକ୍ତ ବିଜେପି ନେତାଙ୍କର ସ୍ଥାନୀୟ ଅଞ୍ଚଳରେ ଅନେକ ମହିଳାଙ୍କ ସହିତ ଆପତ୍ତି ଜନକ ସମ୍ପର୍କ ରହିଛି । ଏ ଭଳି ପରିସ୍ଥିତିରେ କଣ୍ଢେଇ ମୃତ୍ୟୁର ରହସ୍ୟ ନିଶ୍ଚୟ ଶ୍ରୀ ପାଲଙ୍କୁ ଜଣା ଥିବବୋଲି ଅଞ୍ଚଳରେ ଚର୍ଚ୍ଚା ଧରିଛି । ମୃତ୍ୟୁର ଚାରି ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ବ୍ଯବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରି ବସିରହିଛି । କଣ୍ଢେଇ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ବାହାରକୁ ଆସୁଛି , ଏହି ଘଟଣାରେ ଫାର୍ମ ହାଉସ ମାଲିକ ତଥା ବିଜେପି ନେତାଙ୍କର ସମ୍ପୃକ୍ତି ନେଇ କିଛି କିଛି ରୋମାଞ୍ଚକର ତଥ୍ଯ ସାମ୍ନାକୁ ଆସୁଛି, ଘଟଣାରୁ ପ୍ରକାଶ ମୃତ ଯୁବତୀର ନିକଟରେ ଏକ ଜୈନେକ ଯୁବକଙ୍କ ସହିତ ପ୍ରେମ ବିବାହ ହେବାର ଥିଲା । ନାତୁଣୀର ବାହାଘର ହେଇଯିବ ଜାଣି ସମ୍ପୃକ୍ତ ଫାର୍ମ ହାଉସ ମାଲିକ ବ୍ୟତିବ୍ୟସ୍ତ ହୋଇ ପଡିଥିଲେ ମାନସିକ ଭାରସାମ୍ୟ ହରାଇ ବାହାହେବାକୁ ଥିବା ଯୁବକଙ୍କୁ ଫୋନରେ ବିଭିନ୍ନ ପ୍ରକାର ଗାଳି ଗୁଳଜ କରିବା ସହିତ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଥିବା ନେଇ ଆଲୋଡନ ସୃଷ୍ଟି କରିଛି । ଧମକ ପାଇବା ପରେ ଜୈନିକ ଯୁବକ କଣ୍ଢେଇକୁ ଫାର୍ମ ହାଉସକୁ ନଯିବା ପାଇଁ ତାଗିଦ୍ କରିଥିଲେ । ଏହି ଘଟଣାର କିଛି ଦିନ ପରେ କଣ୍ଢେଇର ଝୁଲନ୍ତା ମୃତଦେହ ସେହି ଫାର୍ମ ହାଉସ ଘର ଭିତରୁ ମିଳିବା ଘଟଣାକୁ ରହସ୍ୟମୟ କରି ଦେଇଛି । ଘଟଣା ସମୟରେ ଶ୍ରୀ ପାଲ ଅନୁପସ୍ଥିତ ଥିଲେ ବୋଲି ବୟାନ ଦେଉଥିବା ବେଳେ ମୃତ ଯୁବତୀକୁ ଠାବ କରିବାର ମାତ୍ର ଅଳ୍ପ କିଛି ସମୟ ମଧ୍ୟରେ କିପରି ଭୁବନେଶ୍ବରରୁ ପ୍ରାୟ ୮୦ କିଲୋମିଟରରୁ ଉର୍ଦ୍ଧ୍ୱ ଲମ୍ବା ରାସ୍ତାକୁ ପାର କରି ଆସିଲେ ତାହା ସବୁଠାରୁ ପ୍ରଶ୍ନବାଚୀ ପାଲଟିଛି ?
ପ୍ରକାଶ ଥାଉକି ଏହି ଘଟଣାର କିଛିଦିନ ପୂର୍ବରୁ ମଧ୍ଯ ଆଉ ଥରେ ଯୁବତୀ ଜଣକ ଫାର୍ମ ହାଉସ୍ ପରିସରରେ ଥିବା ପୋଖରୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ପୁଣି ସେହି କହିକି ମୃତ ଯୁବତୀ ଏକାଧିକବାର ସେହି ଫାର୍ମ ହାଉସରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି ଏହା ତଦନ୍ତ ସାପେକ୍ଷ । ମୃତ ଯୁବତୀର ଶ୍ରୀ ପାଲଙ୍କ ସହିତ କେତେ ଗଭୀର ସମ୍ପର୍କ ଥିଲା ତଦନ୍ତ ଆବଶ୍ୟକ ବୋଲ ଚର୍ଚ୍ଚା ହେଉଛି ,ଲୋକମୁଖରୁ ଅନେକ ଅକୁହା କଥା ଶୁଣିବାକୁ ମିଳୁଛି ଯାହା ସବୁ ଘଟଣା ତଦନ୍ତ ସାପେକ୍ଷ ବୋଲି ସେପଟେ ଝିଅକୁ ହରାଇ ମା ର ଆଖିରୁ ଲୁହ ଶୁଖୁନି । ଘଟଣାର ଖଳନାୟକ ବିଷୟରେ ଲୋକମାନେ ଖୋଲା ଖୋଲି ସର୍ବସାଧାରଣରେ ମନ୍ତବ୍ୟ ରଖୁଥିବାବେଳେ ପୁଲିସ କାହିଁକି ଚୁପ୍ ହୋଇ ବସିଛି ତାହା ଆଶ୍ଚର୍ଯ୍ୟ କରିଛି । ପୁଲିସର ଭୂମିକାକୁ ନେଇ ମଧ୍ୟ ସନ୍ଦେହ ସ୍ରୁଷ୍ଟି କରିଛି । ଏହା ଏଜ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ତିର୍ତ୍ତୋଲ ବିଧାୟକ ଶ୍ରୀ ରମାକାନ୍ତ ଭୋଇ ମଧ୍ୟ ଥାନାରେ ପହଂଚି ପୋଲିସ କିଭଳି ତଦନ୍ତ ଚଳାଇଛି ପଚାରି ବୁଝିଥିଲେ ଓ ପୋଲିସ ତଦନ୍ତରେ ଅସନ୍ତୁଷ୍ଟ ବ୍ୟକ୍ତ କରିଥିଲେ । ବିଧାୟକଙ୍କ ଉକ୍ତିରୁ ପ୍ରକାଶ ଆଗାମୀ ଦିନରେ ବିଜେଡିର ଏକ ରାଜ୍ୟସ୍ତରୀୟ କମିଟି ଆରକ୍ଷୀ ଅଧୀକ୍ଷକ ଜଗତ୍ସିଂହପୁର ଓ ଉପରିସ୍ଥ ଅଧିକାରୀଙ୍କୁ ଭେଟି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଉପସ୍ଥାପନ କରିବେ ଶୁଣିବାକୁ ମିଳେ ଆଗାମୀ ଦିନରେ ଏ ଘଟଣାକୁ ନେଇ ଏକ ବଡ ଧରଣର ଆନ୍ଦୋଳନର ଦାନା ବାନ୍ଧୁଛି । କେତୋଟି ରାଜନୈତିକ ଦଳବି ମଧ୍ୟ ସମାନ ଉଦ୍ଧେଶ୍ୟରେ ରଖିଥିବା ଜଣାପଡ଼ିଛି । ଅନ୍ୟପଟେ ଅଭିଯୁକ୍ତ ଫାର୍ମ ହାଉସ ମାଲିକ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ବିଭିନ୍ନ ପ୍ରକାର ଧମକ ଦେବା ସହିତ ମକଦ୍ଦମା କରିବେ କହି ବେପରୁଆ ଭାବେ ଘୁରିବୁଲୁଛନ୍ତି । ପୋଲିସ କାହିଁକି ନୀରବଦ୍ରଷ୍ଟା ସାଜିଛି ସର୍ବସାଧାରଣରେ ଆଲୋଚନାର ବିଷୟ ପଲଟିଛି ।