ବାପ ପୁଅ ଙ୍କୁ ସଂଘବଦ୍ଧ ଆକ୍ରମଣ  

By digbalayalive

Updated on:

ବାପ ପୁଅ ଙ୍କୁ ସଂଘବଦ୍ଧ ଆକ୍ରମଣ  

ବାଲିକୁଦା:୧୭/୨/୨୦୨୫(ବ୍ୟୁରୋ):ପୁରୁଣା ଶତ୍ରୁତାକୁ କେନ୍ଦ୍ର କରି ବାପା ପୁଅ ଙ୍କୁ ମରଣାତ୍ମକ ଆକ୍ରମଣ , ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଧୀନ ଇଚ୍ଛାପୁର ପଞ୍ଚାୟତ ମଲିକାପୁର ଗ୍ରାମରେ । ସୂଚନାରୁ ପ୍ରକାଶ ଥାଉ କି ମଲିକାପୁର ଗ୍ରାମର ପ୍ରକାଶ ସେଠି ଗ୍ରାମରେ ଥିବା ନିରାକାର ମଠ ଉତ୍ସବ ସାରି ଘରକୁ ଫେରୁଥିବା ସମୟରେ ଜୟପ୍ରକାଶ ସେଠି, ଯୁଧିଷ୍ଠିର ସେଠି, ଶଙ୍କର ସେଠି, ସିଲୁ ରାଉତ, କାର୍ତ୍ତିକ ରାଉତ, ତୋଫାନ ସେଠି, ବବୁଲ ପୃଷ୍ଟି , ଅଭୟ ପୃଷ୍ଟି ମିଳିତ ସଂଘବଧ ଭାବେ ଅଶ୍ୱିଳ ଭାଷାରେ ଗାଳି ଗୁଲଜ କରିବା ସହିତ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ପ୍ରକାଶ ଙ୍କ ମୁଣ୍ଡ ଫାଟି ଲହୁଲୁହାଣ ହେବା ଫଳରେ ତାଙ୍କର ଏକ ଛୋଟ ପୁଅ କୁ ମାରି ଖଣ୍ଡିଆ ଖାବରା କରିଦେଇଥିଲେ। ଯାହାଫଳରେ ବାପ ପୁଅ ଉଭୟ ବାଲିକୁଦା ଡାକ୍ତର ଖାନରେ ଚିକିତ୍ସା ହୋଇ ବାଲିକୁଦା ଥାନାରେ ଅଭିଯୋଗ କରି ନ୍ୟାୟ ଅପେକ୍ଷାରେ ବସିଛନ୍ତି ।

Leave a Comment