ଅଗଷ୍ଟ ୨୧ ରେ ଭାରତ ବନ୍ଦ୍ ଡାକରା 

By digbalayalive

Updated on:

ଅଗଷ୍ଟ ୨୧ ରେ ଭାରତ ବନ୍ଦ୍ ଡାକରା

 

ଜଗତସିଂହପୁର ୧୯/୮/୨୪(ବ୍ୟୁରୋ):-ଗତ ଅଗଷ୍ଟ ୧ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ଏସ.ସି- ଏସ.ଟି ସ୍ଥାନ ସଂରକ୍ଷଣ ସଂକ୍ରାନ୍ତରେ ଯେଉଁ ରାୟ ପ୍ରଦାନ କରିଛନ୍ତି , ତାହା ଅନୁସୂଚିତ ବର୍ଗ ସରକ୍ଷଣ ଅକାମୀ କରିଦେବ, ଓ ଅଧିକ ସଂଖ୍ୟକ ସଧାରଣବର୍ଗ ବ୍ୟକ୍ତି ମାନେ ଉପକୃତ ହେବେ , ଓଡ଼ିଶା ରାଜ୍ୟର ଅନୁସୂଚିତ ଜାତି, ଜନଜାତି , ପଛୁଆବର୍ଗ, ସଂଖ୍ୟାଲଘୁ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ଅନ୍ୟାନ୍ୟ ସଂଘଠନ ପକ୍ଷରୁ ଏହି ରାୟକୁ ତୀବ୍ର ବିରୋଧ କରାଯାଇଛି ମାନ୍ୟବର ସୁପ୍ରିମକୋର୍ଟ ସମ୍ପ୍ରତି ଏସ.ସି- ଏସ.ଟି ମାନଙ୍କ ସଠିକ୍ ସାମାଜିକ ,ଆର୍ଥିକ , ଶିକ୍ଷାଗତ ସ୍ଥିତିକୁ ଆକଳନ ନକରି ତଥା ଏହି ବର୍ଗର ସୁରକ୍ଷା ନିମନ୍ତେ ସାମ୍ବିଧାନିକ ଅନୁଷ୍ଠାନ ଓ ମନ୍ତ୍ରଣାଳୟ ସହ ସମ୍ପର୍କ ନ କରି ଏପରି ଏକ ନ୍ୟାୟ ପ୍ରଦାନ କରିଥିବାରୁ ଯଥା ଶୀଘ୍ର ଏହାର ପୁନର୍ବିଚାର ବୋଲି ସାଙ୍ଗଠନିକ ପକ୍ଷରୁ ଦାବି କରାଯାଇଛି ସେହିପରି ଆଜି ଜଗତସିଂହପୁର ଜିଲ୍ଲା ବାଲିକୁଦା ବସ୍ ଷ୍ଟାଣ୍ଡ ନିକଟରେ ଭୋଇ ବିକାଶ ପରିଷଦ ଜିଲ୍ଲା ସଭାପତି ଶଙ୍କର ଦାସ ଙ୍କ ନେତୃତ୍ୱରେ ୨୧ ତାରିଖରେ ଭରତ ବନ୍ଦ ଡାକରା ଦିଆଯାଇଛି , ଏହି ଡାକରାରେ ଭୁଲେ ଆମ୍ବେଦକର ବିକାଶ ପରିଷଦ ର ସଭାପତି ମାଧବ ଗୋଛୟତ, ଅକ୍ଷୟ ଦାସ ,ସଂଗ୍ରାମ ମଲ୍ଲିକ ,ଅଭିରାମ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିଥିଲେ

Leave a Comment