ବାଲିକୁଦା ବ୍ଲକ ର ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତଥା ମଣ୍ଡଳ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ।
ବାଲିକୁଦା:୧୮/୯/୨୪ ( ସତ୍ୟବ୍ରତ ସାମଲ):-ଆଜି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ର ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତଥା ମଣ୍ଡଳ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଆମ୍ବସାଳ ଶିକ୍ଷା ମଣ୍ଡଳ ଉନ୍ନୟନ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି , ଏହି ଅବସରରେ ବାଲିକୁଦା ବ୍ଲକ ଅଧୀନରେ ଥିବା ସମସ୍ତ ସ୍କୁଲ ର ଛାତ୍ର ଛାତ୍ରୀ ମାନେ କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ , କୁଇଜ୍ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ, ଏବଂ ତୃତୀୟ ସ୍ଥାନ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସାଠିପିକେଟ ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା , ଏହି ପ୍ରତିଯୋଗିତାରେ ତିନି ଜଣ ଙ୍କୁ ଜିଲ୍ଲା ସ୍ତରିୟ କୁଇଜ୍ ପ୍ରତିଯୋଗିତା ପାଇଁ ଉତ୍ତୀର୍ଣ୍ଣ ହୋଇଥିଲେ , ସଭା ଆରମ୍ଭରୁ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ କରାଯିବା ପରେ ସଭାର ଶିକ୍ଷା ମଣ୍ଡଳ ଉନ୍ନୟନ ଶ୍ରୀଯୁକ୍ତ ବିଜୟ କୁମାର ସ୍ବାଇଁ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ବାଲିକୁଦା ଏରସମା ବିଧାୟକ ଶ୍ରୀଯୁକ୍ତ ସାରଦା ଜେନା ଯୋଗଦାନ କରି ଶ୍ରୀ ଜଗନ୍ନାଥଙ୍କ ଫଟୋ ଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜୋଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ, ପ୍ରକାଶ ଚନ୍ଦ୍ର ପ୍ରଧାନ , ଉପାଧ୍ୟକ୍ଷ ପ୍ରିୟମ୍ବଦା ପଲାଉରି , ଏରସମା ଶିକ୍ଷା ଅବସରପ୍ରାପ୍ତ ମଣ୍ଡଳ ଉନ୍ନୟନ ଭାବଗ୍ରାହୀ ଭୋଳ ,ଆମ୍ବସାଳ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ବିଷ୍ଣୁ ପ୍ରିୟା ରାଉଳ ସେମିତି ସଭ୍ୟା ରୋଜାଲିନ ଲେଙ୍କା ,ଝରଣା ମାହାନ୍ତି ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଆହୁରି ଆଗକୁ ଯାଇ ଏ ଅଞ୍ଚଳର ନାଁ ରଖିବାକୁ ଉତ୍ସାହିତ କରିଥିଲେ ।