ମଣ୍ଡଳସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ
ଏରସମା:୬/୨୫(ସତ୍ୟବ୍ରତ ସାମଲ): ଏରସମା ବ୍ଲକ ପଏଦା ପଞ୍ଚାୟତ ର ବୁଧବାର ଦିନ ଚମ୍ପେଶ୍ୱର୍ ରାମକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ, ଡିହସାହି ପରିସରରେ ମଣ୍ଡଳ ସ୍ତରୀୟ ନିପୁଣ ଓଡିଶା ମେଳା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇସାରିଛି। ଉଦ୍ଘାଟନୀ ଉତ୍ସବ ରେ ବାଲିକୁଦା ଏରସମା ର ବିଧାୟକ ଶ୍ରୀଯୁକ୍ତ ଶାରଦା ପ୍ରସାଦ ଜେନା ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିବା ସହ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ହାସଲ ପାଇଁ ସବୁ ସ୍ତରରେ ପଦକ୍ଷେପ ନିଆଯିବ ର ଗୁରୁତ୍ୱାରୋପ କରିଥିଲେ। ଉତ୍ସବରେ ଜିଲ୍ଲା ଶିକ୍ଷା ସଂଯୋଜକ ତପନ କୁମାର ନନ୍ଦ ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବେ ଶିକ୍ଷକ ପ୍ରଶିକ୍ଷକ ଚିତ୍ତ ରଂଜନ ଦାସ, ପ୍ରଧାନ ଶିକ୍ଷକ ତାପସ କୁମାର ମହାନ୍ତି, ମନୋରଞ୍ଜନ ମହାନ୍ତି , ଗଙ୍ଗାଧର ପାଣିଗ୍ରାହୀ,ସ୍ଥାନୀୟ ସରପଞ୍ଚ ଦିପ୍ତିରାଣୀ ପ୍ରଧାନ, ସହକାରୀ ଶିକ୍ଷା ଅଧିକାରୀ ଲିୟାକତ୍ ଅଲି ଖାନ, ବିଦ୍ୟାଳୟ ପରିଚାଳନା କମିଟି ର ଅଧ୍ୟକ୍ଷା ମମତା ସେନାପତି ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ କୁନି କୁନି ପିଲାଙ୍କ ଦ୍ଵାରା ନିପୁଣ ଓଡିଶା ସଙ୍ଗୀତ ପରିବେଷଣ ସହ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ସି ଆର ସି ସି ପ୍ରିୟଙ୍କା ପ୍ରିୟଦର୍ଶିନୀ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଶପଥ ପାଠ କରାଯାଇ ଥିଲା। ଶେଷଦେବ ସ୍ୱାଇଁ ଅତିଥି ପରିଚୟ କରିଥିବାବେଳେ ସ୍ବାଗତ ଅଭିଭାଷଣ ଓ ଉଦ୍ଦେଶ୍ୟ ନିବେଦିତା ଜେନା ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷଣ କୋଣକୁ ନେଇ ୯ ଟି ଆକର୍ଷଣୀୟ ଷ୍ଟଲ୍ ପ୍ରଦର୍ଶିତ ହୋଇଥିଲା। ଷ୍ଟଲ୍ ଗୁଡ଼ିକର ପରିଚାଳନା ପାଇଁ ସି ଆର୍ ସି ସି ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିୟୋଜିତ ହୋଇଥିଲେ। ଉଦଯାପନୀ ଉତ୍ସବରେ ମଣ୍ଡଳ ଉନ୍ନୟନ ଅଧିକାରୀ ଦାଶରଥି ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାର୍ଥୀ ଙ୍କର ନ୍ୟୁନତମ ଶିକ୍ଷଣ ସ୍ତରର ଅଭିବୃଧି ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କୁ ପରାମର୍ଶ ଦେଇଥିଲେ। ଉକ୍ତ ଦୁଇଟି ଉତ୍ସବରେ ମଣ୍ଡଳ ସହକାରୀ ଶିକ୍ଷା ଅଧିକାରୀ ତଥା ମଣ୍ଡଳ ପ୍ରକଳ୍ପ ସଂଯୋଜକ ଶ୍ରୀ ଗୋପବନ୍ଧୁ ନାୟକ ସଭାପତିତ୍ବ କରିଥିଲେ। ଶେଷରେ ସୁରେନ୍ଦ୍ରନାଥ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲା ବେଳେ କାର୍ଯ୍ୟକ୍ରମଟିକୁ ସମସ୍ତ ସି ଆର୍ ସି ସି ଓ ପଈଦା କ୍ଲଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ। ସର୍ବଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।