ଢ଼ିଙ୍କିଆ ପଞ୍ଚାୟତ ସରପଞ୍ଚ ନିର୍ବାଚନ ଶାନ୍ତି ଶୃଙ୍ଖଳା ଭାବରେ ଶେଷ

By digbalayalive

Updated on:

ଢ଼ିଙ୍କିଆ ପଞ୍ଚାୟତ ସରପଞ୍ଚ ନିର୍ବାଚନ ଶାନ୍ତି ଶୃଙ୍ଖଳା ଭାବରେ ଶେଷ

 

ଏରସମା ୪/୧୦ (ରିପୋର୍ଟ :- ସତ୍ୟବ୍ରତ ସାମଲ)ଚର୍ଚ୍ଚିତ ଢ଼ିଙ୍କିଆ ପଞ୍ଚାୟତ ନିର୍ବାଚନ ପାଇଁ ତିନିଜଣ ସରପଞ୍ଚ ପ୍ରାର୍ଥୀନୀଙ୍କ ପାଇଁ ଭୋଟ କରାଯାଇଥିଲା। ଆଜି ସକାଳୁ ୭ଟାରୁ ଢ଼ିଙ୍କିଆ ,ତ୍ରିଲେଚନପୁର, ଗୋବିନ୍ଦପୁର, ମାହାଳ,ପାଟଣାର ୨୩ଟା ୱ।ର୍ଡର ୨୩ଟା ବୁଥୁରେ ମତଦାନ ପ୍ରକାଶ ଚାଲିଛି।ତିନି ସରପଞ୍ଚ ପ୍ରାର୍ଥନୀ ନିଜ ନିଜର ବୁଥୁରେ ନିଜର ମତଦାନ କରିଥିଲେ।ଏବଂ ଢ଼ିଙ୍କିଆ ପଞ୍ଚାୟତରେ ମୋଟ ଭୋଟର ସଂଖ୍ୟା ୭,୯୦୦ ଥିବାବେଳେ। ଦିନ ୧ଟା ସୁଧା ୬୭୦୭ଜଣ ଭୋଟର ମତଦାନ କରିଛନ୍ତି। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଜଗତସିଂହପୁର ଜିଲ୍ଲାର ଏସ୍ପି ଭବାନୀ ଶଙ୍କର ଉଦ୍ଗାତା , ଆଡିସିନାଲ୍ ଏସ୍ପି , ଅମରେନ୍ଦ୍ର ପଣ୍ଡା , ପାରାଦୀପ ଆଡିସନାଲ୍ ଏସ୍ପି, ସନ୍ତୋଷ କୁମାର ଜେନା, ତିର୍ତ୍ତୋଲ ଏସ୍ଡିପିଓ ଚିନ୍ମୟ ରାଉତ, ପାରାଦୀପ ଏରସମା ତହସିଲଦାର ଦେବୀ ପ୍ରସାଦ ଆଚାର୍ଯ୍ୟ, କୁଜଙ୍ଗ ଆଇଆଇସି ରଶ୍ମିରଞ୍ଜନ ଦାଶ, ଅଭେୟଚାନ୍ଦପୁରୁ ଆଇଆଇସି ରାଜକିଶୋର ବେହେରା, ଏରସମା ଆଇଆଇସି ନିରଞ୍ଜନ ଦାସ ପାରାଦୀପି ଲକ ଆଇଆଇସି କୂଳମଣି ସେଠୀଙ୍କ ସମେତ ଜଗତସିଂହପୁର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଢ଼ିଙ୍କିଆ ପଞ୍ଚାୟତରେ ଭୋଟର ମାନେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ କରିଥିଲେ। ଆସନ୍ତା ୫ ତାରିଖ ଶୁକ୍ରବାର ଦିନ ୧୦ ଘଟିକା ସମୟରେ ଏରସମା ବ୍ଲକରେ ଭୋଟ ଗଣତି ସହିତ ଭୋଟ ଫଳାଫଳ ପ୍ରକାଶ ପାଇବ ବୋଲି ଏରସମା ବ୍ଲକ ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ଲମ୍ବୋଦର ଖୁଣ୍ଟିଆ ପ୍ରକାଶ କରିଛନ୍ତି।

 

Leave a Comment