ସର୍ଭ ସ୍ମାଇଲ ଫାଉଣ୍ଡେସନ ତରଫରୁ ମାଗଣା ଚକ୍ଷୁ ଚିକିତ୍ସା।

By digbalayalive

Published on:

ସର୍ଭ ସ୍ମାଇଲ ଫାଉଣ୍ଡେସନ ତରଫରୁ ମାଗଣା ଚକ୍ଷୁ ଚିକିତ୍ସା।

 

ତିର୍ତୋଲ ତା ୨୫.୦୭.୨୪(ବ୍ୟୁରୋ):-,ସର୍ଭ ସ୍ମାଇଲ ଫାଉଣ୍ଡେସନ କଟକ ଓ ରୋଟାରୀ ଚକ୍ଷୁ ଚିକିତ୍ସାଳୟ କଟକ ର ମିଳିତ ସହଯୋଗରେ ଜଗତସିଂହପୁର ଜିଲ୍ଲାର ଜଗନ୍ନାଥପୁର ଗ୍ରାମ ପଞ୍ଚାୟତର ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଏକ ବିଶାଳ ମାଗଣା ଚକ୍ଷୁ ଶିବିର ଆୟୋଜନ କରାଯାଇ ଅଛି ।ଏହି ମାଗଣା ଚକ୍ଷୁ ଶିବିର ରେ ପାଖାପାଖି ୬୦ରୁ ୮୦ ଜଣ ଲୋକ ଆଖି ପରୀକ୍ଷା କରା ଯାଇଥିଲା।ଏଥି ମଧ୍ୟରୁ ୮ଜଣ ବୃଦ୍ଧ, ବୃଦ୍ଧା ଙ୍କର ମୋତିଆ ବିନ୍ଦୁ ଚିହ୍ନଟ ହୋଇଥିଲା ।ସେମାନଙ୍କ ପାଇଁ ସମ୍ପୂର୍ଣ ମାଗଣା ଅପରେସନ ମେଡିସିନ ଚଷମା ରହିବା ଖାଇବା ଘରୁ ଯିବା ଆସିବା ସମ୍ପୂର୍ଣ ମାଗଣା ରହିବ.ଏହି ଚକ୍ଷୁ ଶିବିର ଆୟୋଜନ ରେ ତିର୍ତ୍ତୋଲ ଅଞ୍ଚଳ ର ବହୁ ମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ବିଶେଷ କରି ମୂଳସିଂହ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ସଫି ଆଜାମ ,ପିପଳମାଧବ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଅଶୋକ କୁମାର ନାୟକ ,ଜଗନ୍ନାଥପୂର୍ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସଭ୍ୟ ଶ୍ରୀଯୁକ୍ତ ସୁଶାନ୍ତ କୁମାର ନାୟକ,ଶ୍ରୀଯୁକ୍ତ ଏସ୍.କେ ରଫିକ୍ ଉଦ୍ଦୀନ ୱାର୍ଡ ମେମ୍ବର ଜଗନ୍ନାଥ ପରିଡ଼ା ଓ ଯୁବ ସମାଜସେବୀ ଜ୍ଞାନରଞ୍ଜନ ପରିଡ଼ା ,ସମାଜ ସେବିକା ଶ୍ରୀମତି ବସନ୍ତ ମଞ୍ଜରୀ ଦାସ .ଏବଂ ଜଗନ୍ନାଥପୁର ବାଳିକା ଉଚ୍ଚ ବିଦ୍ୟାଳୟ ର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଶରତ କୁମାର ତାରେଣିଆ ମୁଖ୍ୟ ଯୋଗଦେଇ ଏହି ମାଗଣା ଚକ୍ଷୁଚିକିତ୍ସା ଶିବିର କୁ ଖୁସିରେ ଦୁଇ ଗୁଣୀତ କରିଥିଲେ ।ଏହିଁ ଉଚ୍ଚ ଚିନ୍ତାଧାରା ନେଇ ସେବା କରିଥିବାରୁ ସର୍ଭ ସ୍ମାଇଲ ଫାଉଣ୍ଡେସନ ପରିବାରକୁ ବୁଦ୍ଧି ଯିବି ମହଲ ରେ ପ୍ରଶଂସା ଏବଂ ଆଶୀର୍ବାଦ କରିଛନ୍ତି .ଏକ ନିଆରା ଚିନ୍ତାଧାରା କୁ ସଫଳ କରିଥିବା ସର୍ଭ ସ୍ମାଇଲ ଫାଉଣ୍ଡେସନ କଟକ ର ସମସ୍ତ ସଦସ୍ୟ ଓ ସଦସ୍ୟା ଙ୍କୁ ସଂଗଠନ ର ପ୍ରତିଷ୍ଠାତା ଏସ.ଏମ ପପୁ ଏବଂ ପ୍ରେସିଡେଣ୍ଟ ପ୍ରଜ୍ଞା ଧନ୍ୟବାଦ୍ ଜଣାଇଛନ୍ତି ।

Leave a Comment