ବୋରିକିନା ଉଚ୍ଚ ବିଦ୍ୟାଳୟର ୧୯୮୩ ସିନିଅର୍ ବ୍ୟାଚ ପୁରାତନ ଛାତ୍ରଙ୍କ ବନ୍ଧୁମିଳନ ପୁରୁଣା ଦିନର ସ୍ମୃତିକୁ ମନ ପକାଇ ଭାବବିହ୍ୱଳ ହେଲେ

By digbalayalive

Published on:

ବୋରିକିନା ଉଚ୍ଚ ବିଦ୍ୟାଳୟର ୧୯୮୩ ସିନିଅର୍ ବ୍ୟାଚ ପୁରାତନ ଛାତ୍ରଙ୍କ ବନ୍ଧୁମିଳନ

  1. ପୁରୁଣା ଦିନର ସ୍ମୃତିକୁ ମନ ପକାଇ ଭାବବିହ୍ୱଳ ହେଲେ

ଏରସମା, ୨୯।୧୨ (ସତ୍ୟବ୍ରତ ସାମଲ): ବାଲିକୁଦା ବ୍ଲକର ପୁରାତନ ବୋରିକିନା ଉଚ୍ଚ ବିଦ୍ୟାଳୟର ୧୯୮୩ ସିନିଅର ବ୍ୟାଚର ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପେକ୍ଷୀରେ ବିଦ୍ୟାଳୟ ପରିସରରେ ଥିବା ପୁଣ୍ୟାତ୍ମ୍ୟ ଉତ୍କଳମଣି ଗୋପବନ୍ଧୁ ଦାସ, ସ୍ୱାମୀ ବିବେକାନନ୍ଦ ଓ ବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଧାନ ଶିକ୍ଷକ ଭାସ୍କର ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ପୁରାତନ ଛାତ୍ରଛାତ୍ରୀ ମାନେ ମାଲ୍ୟାର୍ପଣ କରିଥିଲେ । ପ୍ରାରମ୍ଭରେ ଏହି ସିନିଅର ବ୍ୟାଚର ଦିବଂଗତ ୪ଜଣ ପୁରାତନ ଛାତ୍ରଙ୍କ ଉଦ୍ଦେଶ୍ୟରେ ଏକ ଶୋକପ୍ରସ୍ତାବ ଗ୍ରହଣ କରାଯାଇଥିଲା । ପରେ ପରେ ଏକ ବନ୍ଧୁମିଳନ ଉତ୍ସବରେ ସମସ୍ତ ପୁରାତନ ଛାତ୍ରଛାତ୍ରୀ ମାନେ ଏକତ୍ରିତ ହୋଇ ଦୀର୍ଘ ୪୧ ବର୍ଷ ତଳର ପାଠପଢ଼ା ସମୟର ଅନୁଭୂତି ଓ ଛାତ୍ର ଶିକ୍ଷକ ମାନଙ୍କ ମଧ୍ୟରେ ଥିବା ମଧୁର ଓ ଭକ୍ତିପୂର୍ଣ୍ଣ ସମ୍ପର୍କକୁ ମନେ ପକାଇଥିଲେ । ସେ ସମୟରେ ଥିବା ଏହି ବିଦ୍ୟାଳୟର ଶୈକ୍ଷିକ ପରିବେଶ ଓ ଛାତ୍ରଛାତ୍ରୀ ମାନଙ୍କ ଭିତରେ ସୁମଧୁର ସମ୍ପର୍କ ଆଜି ବି ସମସ୍ତଙ୍କ ସ୍ମୃତିକୁ ଆନ୍ଦୋଳିତ କରୁଛି ବୋଲି କହି ଆତ୍ମବିଭୋର ହୋଇପଡିଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ସେ ସମୟରେ ବିଦ୍ୟାଳୟରେ ପଢ଼ୁଥିବା ପୁରାତନ ଛାତ୍ରଛାତ୍ରୀ ମାନେ ବିଭିନ୍ନ କୋଣାନୁକୋଣରୁ ଆସି ଏକତ୍ରିତ ହେବା ଫଳରେ ଏକ ଭାବମୟ ପରିବେଶ ସୃଷ୍ଟି ହୋଇଥିଲା । ଏହି ଦିବସ ବ୍ୟାପି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ତଥା ବୈଜ୍ଞାନିକ ଡଃ ରଶ୍ମି ରଞ୍ଜନ ମହାନ୍ତି, ବିଜୟ କୁମାର ପରିଡା, ପ୍ରଦୀପ୍ତ କୁମାର ମୁଦୁଲି, ଶରତ କୁମାର ସ୍ୱାଇଁ, ପ୍ରକାଶ ଚନ୍ଦ୍ର ମହାନ୍ତି, ଅର୍ଜୁନ କୁମାର ସ୍ୱାଇଁ, ରମେଶ ଚନ୍ଦ୍ର ଗୋଚ୍ଛାୟତ, ବିଷ୍ଣୁଚରଣ ବିଶ୍ୱାଳ, ତ୍ରିଲୋଚନ ସାହୁ, ସୁପ୍ରିୟା ଦାସ, ସୁଧାଂଶୁ ବେହେରା, କୈଳାସ ଚନ୍ଦ୍ର ସାହୁ, ଶିବ ପ୍ରସାଦ ବେହେରା, ବସନ୍ତ କୁମାର ସାହୁ, ବିଜୟ କୁମାର ମଲ୍ଲିକ, ସଞ୍ଜୟ କୁମାର ନାୟକ, ନିରଞ୍ଜନ ନାୟକ, ନାରାୟଣ ମହାନ୍ତି, ମମତା ବେଉରା, ରଂଜିତା ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଦୀର୍ଘ ୩୬ ବର୍ଷ ତଳର ଶିକ୍ଷା ଜୀବନର ସ୍ମୃତି ଓ ଅନୁଭୂତିକୁ ସାଉଣ୍ଟିବା ସହିତ ଆଗାମୀ ଦିନରେ ଏହି ସିନିଅର ବ୍ୟାଚ ତରଫରୁ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସର୍ବସମ୍ମତି ପ୍ରକାଶ ପାଇଥିଲା । ଏହା ସହିତ ସିନିଅର ବ୍ୟାଚ ତରଫରୁ ବିଦ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶତାଧିକ ପୁରାତନ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ । ଶେଷରେ କୈଳାସ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Comment