ଖେଳ ପଡିଆ ନା ରେ ସରକାରୀ ଅର୍ଥ ହରିଲୁଟ୍ l
ତିର୍ତ୍ତୋଲ:୧୫/୪(ନି.ପ୍ର):-ବିଗତ ଦିନରେ ରାଜ୍ୟରେ ବିଜେଡି ସରକାର ଥିଲା ବେଳେ ବିଭିନ୍ନ ଉନ୍ନତି ମାନର କାମ ପାଇଁ ବିଭିନ୍ନ ପଞ୍ଚାୟତ କୁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଗେ କାମ ଆସିଥିଲା , ସେହିପରି ତିର୍ତ୍ତୋଲ ବ୍ଲକ ଇବ୍ରିସିଂହ ପଞ୍ଚାୟତ ର ବଢିଲୋ ଗ୍ରାମର ଖେଳ ପଡିଆ ନିର୍ମାଣ ପାଇଁ ଆର୍ଥିକ ବର୍ଷ ୨୦୨୩-୨୪ ରେ ୨.୫୦.୦୦୦ ଟଙ୍କା ମଞ୍ଜୁରୀ ହୋଇ କାର୍ଯ୍ୟକାରୀ ହୋଇଥିଲା । କିନ୍ତୁ ଖେଳ ପଡିଆ ନାମକୁ ମାତ୍ର ଫଳକ ଲଗେଇ ପଞ୍ଚାୟତ ନିର୍ବାହୀ ଯନ୍ତ୍ରୀ ସାଗରିକ ରାଉତ ଏବଂ ସରପଞ୍ଚ ପ୍ରଶାନ୍ତ କୁମାର ସ୍ଵାଇଁ ଙ୍କ ମିଳିତ ସହଯୋଗରେ ସରକାରୀ ହଡ଼ପ କରିଥିବା କୁହା ଯାଉଛି । ଯାହା ବର୍ତମାନ ଖେଳ ପଡ଼ିଆ ନିର୍ମାଣ କୁ ମାତ୍ର କେତେଟା ଦିନ ହୋଇଥିବାବେଳେ ଉକ୍ତ ଖେଳ ପଡିଆ ଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବାବେଳେ ସେହି ସ୍ଥାନରେ ମହାତ୍ମାଗାନ୍ଧୀ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାରେ ଯେଉଁଠି ସଧାରଣ ଲୋକଙ୍କୁ କାମ ଯୋଗାଇଦେବା ଦେବା କଥା ସେଠି ମେସିନ୍ ସାହାଯ୍ୟରେ ଏକ ପୋଖରୀ ଖୋଳି ଉକ୍ତ ଖେଳ ପଡ଼ିଆ କୁ ପୋତି ଦେଇଥିବା ଦେଖିବାକୁ ମିଳିଛି । ତେବେ ଉକ୍ତ ଖେଳ ପଡ଼ିଆ ନା ରେ ଲୋକ ଦେଖାଣିଆ କରି ଆସିଥିବା ଅର୍ଥକୁ ପଞ୍ଚାୟତ ନିର୍ବାହୀ ଯନ୍ତ୍ରୀ ଏବଂ ସରପଞ୍ଚ ଙ୍କ ସହଭାଗିତାରେ ହରିଲୁଟ କରାଯାଇଛି । ଯାହାକୁ ନେଇ ଖେଳ ପଡ଼ିଆ ନିର୍ମାଣ ନାଁ ଆସିଥିବା ସରକାରୀ ଅର୍ଥ ହରିଲୁଟ କରିଥିବା ଲୋଭି ଙ୍କ ଉପରେ ଭିଜିଲାନ୍ସ ତଦନ୍ତ ପାଇଁ ଅଞ୍ଚଳ ବାସି ଦାବି କରିଛନ୍ତି ।