ବ୍ୟାଙ୍କ ରେ ନାହିଁ ଶୁ ବ୍ୟବସ୍ଥା ଲୋକେ ଭୋଗୁଛନ୍ତି ହିନସ୍ଥା
ଏରସମା – ୧୩/୧:-ଜଗତସିଂହପୁର ଜିଲ୍ଲା ଉପକୁଳ ଅଞ୍ଚଳ ଏରସମା ଅଧୀନରେ ଥିବା ଗୋଡା ରେ ଥିବା ଇଣ୍ଡିଆନ୍ ବ୍ୟାଙ୍କ ରେ ଶୁ ବ୍ୟବସ୍ତା ମିଳିପାରୁନାହିଁ। ଯାହାଫଳରେ ଲୋକମାନେ ନାହିଁନଥିବାର ଅସୁବିଧା ର ସମ୍ମୁଖୀନ ଭୋଗୁଛନ୍ତି। ଏହି ବ୍ୟାଙ୍କ୍ ଉପାରେ ଉପକୂଳ ଅଞ୍ଚଳବର୍ତ୍ତି ହୋଇଥିବାରୁ ଏହି ବ୍ୟାଙ୍କ୍ ଉପରେ ଶହ ଶହ ଖାତା ଧାରି ନିର୍ଭର କରିଥାନ୍ତି। କିନ୍ତୁ ଏହି ବ୍ୟାଙ୍କ୍ ରେ ବର୍ତ୍ତମାନ୍ ଖାତା ଧାରୀ ଇ.କେୟାଇସି କରିବା ପାଇଁ ଭିଡ଼ ଦେଖିବକୁ ମିଳିଛି । କିନ୍ତୁ ପରିତାପ ର ବିଷୟ ବ୍ୟାଙ୍କ୍ କର୍ମଚାରୀ ଙ୍କ ବ୍ୟବହାର କୁ ନେଇ ଲୋକେ ଅସନ୍ତୋଷ ହେଉଥିବା ଦେଖା ଦେଇଛି, ଅନ୍ୟ ପଟରେ ଲୋକ ମାନେ ଇ.କେୟାଇସି ଏବଂ ଟଙ୍କା ଲେନ୍ ଦେନ୍ ପାଇଁ ଘଣ୍ଟା ଘଣ୍ଟା ଗୋଡ଼ ଭାଙ୍ଗି ଛିଡ଼ା ହୋଇ ଅସନ୍ତୋଷ ପ୍ରକାଶ ପାଉଥିବା ଦେଖା ଦେଇଛି, ସେହିପରି ଗୋଟିଏ ଧାଡ଼ିରେ ପୁରୁଷ ଏବଂ ମହିଳା ମାନଙ୍କୁ ଛିଡ଼ା ହେବା ଫଳରେ ଅନେକ ସମସ୍ୟା ଉପୁଜୁଥିବା ଦେଖାଦେଇଛି । ତେବେ ବ୍ୟାଙ୍କ୍ ର କର୍ମଚାରୀ ମାନଙ୍କ ବ୍ଯବହାର କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଏଭଳି ଅବ୍ୟବସ୍ଥା କୁ ନେଇ କେବେ ବ୍ୟାଙ୍କ୍ କର୍ମଚାରୀ ସଚେତନ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।