JSW ବେଆଇନ୍ ଗଛ କଟାକୁ ଗ୍ରାମବାସୀଙ୍କ ବି0
ରୋଧ
କିଛିଦିନ ପରେ ମେଗା ଶିଳ୍ପ ପ୍ରସ୍ତାବିତ ଜେ ଏସ୍ ବ୍ଲୁ ଅଞ୍ଚଳରେ ପୁଣି ଉତ୍ତେଜନା ଦେଖା ଦେଇଛି। ଗଛ କଟାକୁ ବିରୋଧ କରିଛନ୍ତି ଗୋବିନ୍ଦପୁର ଗ୍ରାମର ମା ତେନ୍ତୁଳେଇ ଗ୍ରାମ କମିଟି। କମ୍ପାନୀ ଦେଇଥିବା ପ୍ରତିଶୃତି କୁ ପୂରଣ ନ କରି କିଛି ଲୋକଙ୍କ ସହଯୋଗ ରେ ଜେଏସଡବ୍ଲୁ କମ୍ପାନୀ ତରଫରୁ ଗଛ କଟା ଯାଉଥିବାରୁ ଗ୍ରାମବାସୀ ମାନେ ଘଟଣାସ୍ଥଳରେ ପହଞ୍ଚି କମ୍ପାନୀ ର ଗଛକଟା କାର୍ଯ୍ୟକୁ ବିରୋଧ କରିବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି l ଗ୍ରାମବାସୀ ମାନଙ୍କ ଅଭିଯୋଗ ଅନୁଯାୟୀ ଜେଏସଡବ୍ଲୁ କମ୍ପାନୀ ତରଫରୁ ଗ୍ରାମ୍ୟ କମିଟି କୁ ଦିଆଯାଇଥିବା ୧୧ ଦଫା ଦାବିପୂରଣ କରିବାରେ କମ୍ପାନୀ ସମ୍ପୂର୍ଣ ଅବହେଳା ପ୍ରଦର୍ଶନ କରିଥିବା ବେଳେ ଦୁଇଦିନ ହେବ ଗ୍ରାମ୍ୟ କମିଟି କୁ ନ ଜଣାଇ କମ୍ପାନୀ ଗଛ କାଟିବାକୁ ନେଇ ଗ୍ରାମବାସୀ ମାନେ ମଙ୍ଗଳା ମନ୍ଦିର ରେ ଏକଜୁଟ ହୋଇ ବୈଠକ କରିବା ସହିତ କମ୍ପାନୀ ର ଗଛକଟା କାର୍ଯ୍ୟ କୁ ବନ୍ଦ କରିଛନ୍ତି l ଘଟଣାସ୍ଥଳ ରେ ଅଭୟଚାନ୍ଦପୁର ପୁଲିସ ଓ ଶିଳ୍ପ ପ୍ରକଳ୍ପ ଅଧିକାରୀ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମବାସୀ ମାନେ ନିଜ ଜିଦରେ ଅଟଳ ରହିବା ସହିତ ଜେ ପର୍ଯ୍ୟନ୍ତ କମ୍ପାନୀ ଦେଇଥିବା ପ୍ରତିଶୃତି ପାଳନ କରିନାହିଁ ସେ ପର୍ଯ୍ୟନ୍ତ ଗଛକଟା ବନ୍ଦ ରହିବ ବୋଲି ଜିଦ କରିବାରୁ କମ୍ପାନୀ ତରଫରୁ ଗଛକଟା କାର୍ଯ୍ୟ ବନ୍ଦ ହୋଇଥିବା ଦେଖିବାକୁ ମିଳିଛି l ଗୋଟିଏ ପଟେ କମ୍ପାନୀ ତରଫରୁ ଗ୍ରାମବାସୀ ମାନଙ୍କ ଦାବି ପୂରଣ ପରେ ଗଛକଟା କାର୍ଯ୍ୟ କରାଯାଉଥିବା ନେଇ କମ୍ପାନୀ ର କିଛି ଅଧିକାରୀ ପ୍ରକାଶ କରିଥିବା ବେଳେ ଗ୍ରାମବାସୀ ମାନେ ଜେଏସଡବ୍ଲୁ ଗୋ ବ୍ୟାକ ଏବଂ ଗଛକଟାଳି ଗୋ ବ୍ୟାକ୍ ନାରା ଦେଇ ଧାରଣାରେ ବସିଵା ସହିତ ଜିଦରେ ଅଟଳ ରହିବାରୁ ଗଛକଟା ବନ୍ଦ ରଖାଯାଇଥିଲେ ବି ବିରୋଧ ଜାରି ରହିଛି।ଅପରପକ୍ଷେ କମ୍ପାନୀ କର୍ତ୍ତୃପକ୍ଷ ଜଙ୍ଗଲ କାଟିବା ପାଇଁ ବନ ବିଭାଗ ପକ୍ଷରୁ ଅନୁମତି ପାଇଥିବା ପ୍ରମାଣ ଦର୍ଶାଉ ଥିବା ବେଳେ ,ରାଜନଗର ଡିଏଫଓ ସୁଦର୍ଶନ ଜି ଯାଦବ କହିଛନ୍ତି ଯେ ,କମ୍ପାନୀକୁ ଗଛ କାଟିବା ପାଇଁ ଅନୁମତି ଦିଆଯାଇଛି ।କିନ୍ତୁ ସେହି ଅଞ୍ଚଳରେ କେଉଁ ଦିନ କେତେ ଗଛ କଟା ଗଲା ତାକୁ ଦେଖିବାକୁ କୌଣସି ବନ ଅଧିକାରୀ ଉପସ୍ଥିତ ରହୁ ନାହାନ୍ତି କି ସେ ସମ୍ପର୍କରେ ତଥ୍�