ଯୁବତୀକୁ ଅପହରଣ, ଥାନାରେ ଅଭିଯୋଗ ପରେବି ଯୁବତୀର ପତ୍ତା ମିଳୁନି 

By digbalayalive

Published on:

ଯୁବତୀକୁ ଅପହରଣ, ଥାନାରେ ଅଭିଯୋଗ ପରେବି ଯୁବତୀର ପତ୍ତା ମିଳୁନି

ଏରସମା – ୨୬/୭/୨୪(ବ୍ୟୁରୋ):-ଚାକିରୀ କରିବାକୁ ଡାକି ପରେ ଯୁବତୀ ଫେରାର ହୋଇ ଯାଇଛି ବୋଲି ପରିବାର ଲୋକଙ୍କୁ ସଫେଇ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଏରସମା ଥାନା ଅନ୍ତର୍ଗତ ଆମ୍ବିକୀ ପଞ୍ଚାୟତ ଆମ୍ଵିକୀ ଗ୍ରାମରେ । ଘଟଣାରୁ ପ୍ରକାଶ ଗତ ୧୩ତାରିଖ ଦିନ ଆମ୍ୱିକୀ ଗ୍ରାମର ବେନୁ ଦାସଙ୍କ ଝିଅକୁ ସେହି ଗ୍ରାମର ଶଙ୍କର କାଣ୍ଡିଙ୍କ ପୁଅ ସଞ୍ଜୟ କାଣ୍ଡି ଫୋନ କରି ଚାକିରୀକୁ କରାଇବାକୁ ଡାକିଥିଲା ।ଏମିତକି ତୁରନ୍ତ ନଗଲେ ଚାକିରୀ ଚାଲିଯିବ ବୋଲି କହିଥିଲା । ସେହି ଦିନ ଵେନୁଙ୍କ ଝିଅ ଚାକିରୀ ସ୍ଥଳକୁ ଯାଇଥିଲା । ମାତ୍ର ଦୁଇ ଦିନ ପରେ ସଞ୍ଜୟ ଘରକୁ ଆସି ଵେନୁଙ୍କ ଘର ସମ୍ମୁଖରେ ତୋ ଝିଅ କୁଆଡେ ଗଲା ବୋଲି କହି ଗାଳି ଗୁଲଜ କରିଥିଲା । ଵେନୁଙ୍କ ସ୍ତ୍ରୀ ପ୍ରତିବାଦ କରି କହିଥିଲେ, ତୁ ଆମ ଝିଅକୁ ଫୋନ କରି ଡାକି ନେଇ କଣ ଏପରି କହୁଛୁ ବୋଲି ସଂଜୟକୁ କହି ଏ ବିଷୟରେ ଥାନାରେ ଅଭିଯୋଗ କରିଥିଲେ । ପରେ ଥାନା ପକ୍ଷରୁ ସଞ୍ଜୟକୁ ଥାନାକୁ ଡ଼ାକି ପଚରା ଉଚରା ପରେ ସ୍ଥାନୀୟ ସରପଂଚ ଙ୍କ ମାର୍ଫରେ ଛାଡିଥିଲେ । ପରେ ଗ୍ରାମରେ ଆପୋଷ ବୁଝାମଣା ପାଇଁ ଉଭୟ ପକ୍ଷ ଆଲୋଚନା ପାଇଁ ବସିଥିଲେ । ମାତ୍ର ଆଲୋଚନାରେ କୌଣସି ନିଷ୍ପତି ହୋଇପାରିନଥିଲା । ପରେ ସଞ୍ଜୟ ଵେନୁଙ୍କ ଘରକୁ ଯେଉଁ ମୋବାଇଲ ଫୋନକୁ କଲ କରି ତାଙ୍କ ଝିଅକୁ ଡାକିଥିଲା ସେହି ଫୋନ ସୁନା ରୂପା ଅଳଂକାର ଓ ନଗଦ ୨୦ହଜାର ଟଙ୍କା ନେଇ ଯାଇଛି ବୋଲି ଆଉ ଏକ ଅଭିଯୋଗ ଥାନାରେ ହୋଇଥିଲା । ଅପର ପଟେ ସଂଜୟର ସ୍ତ୍ରୀ ଵେନୁଙ୍କ ନାମରେ ମଧ୍ୟ ଏକ ଅଭିଯୋଗ କରିଛନ୍ତି । ଏତେ ସବୁ ଘଟଣା ପରେ ବି ଯୁବତୀ ଜଣକର ପତ୍ତା ମିଳିନାହିଁ । ତୁରନ୍ତ ପୋଲିସ ଏ ସମର୍କରେ ତଦନ୍ତ କରି ଯୁବତୀ ଜଣକୁ ଖୋଜି ଦୋଷୀକୁ ଉପଯୁକ୍ତ ଦଣ୍ଡ ବିଧାନ କରିବାକୁ ଯୁବତୀର ବାପା ଵେନୁ ଦାସ ଓ ମାଆ ମାଳତୀ ଦାସ ଦାବି କରିଛନ୍ତି ।

Leave a Comment