ସତ ହେଉଛି ଖଡୀରତ୍ନ ପଞ୍ଜିକା l ଅକ୍ଟୋବରରେ ବାତ୍ୟା ନେଇ ଉଲ୍ଲେଖ Cyclone

By digbalayalive

Published on:

Date 23/10/2024

୧. ସତ ହେଉଛି ଖଡୀରତ୍ନ ପଞ୍ଜିକା। …..
୨. ବାତ୍ୟା ନେଇ ପଞ୍ଜିକାରେ ପୂର୍ବରୁ ଉଲ୍ଲେଖ ରହିଛି…
୩. ଅକ୍ଟୋବର ୧୭ରୁ ୨୩ ଓ ୨୬ରୁ ୩୦ ତାରିଖ ମଧ୍ୟରେ ବାତ୍ୟା ନେଇ ପଞ୍ଜିକାରେ ଗଣନା ମଧ୍ୟ ହୋଇଥିଲା…
୪. ସାମୁଦ୍ରିକ ଝଡ ମହାବାତ୍ୟା ଭଳି ସାଂଘାତିକ ପରିସ୍ଥିତି ସୃଷ୍ଟି କରିବ ବାତ୍ୟା ….
୫. ବନ୍ୟା ବିତ୍ପାତ ଦ୍ୱାରା ବହୁ ଧନଜୀବନ ପ୍ରଭାବିତ ହେବ ବୋଲି ପଞ୍ଜିକାରେ ମଧ୍ୟ ଆକଳନ କରାଯାଇଛି।…..

News h lIve
ହଁ ଦର୍ଶକ ବନ୍ଧୁ ସତ ହେଉଛି ଖଡୀରତ୍ନ ପଞ୍ଜିକା। ଅକ୍ଟୋବର ମାସରେ ବାତ୍ୟା ନେଇ ପଞ୍ଜିକାରେ ପୂର୍ବରୁ ଉଲ୍ଲେଖ ରହିଛି। ଅକ୍ଟୋବର ୧୭ରୁ ୨୩ ଓ ୨୬ରୁ ୩୦ ତାରିଖ ମଧ୍ୟରେ ବାତ୍ୟା ନେଇ ପଞ୍ଜିକାରେ ଗଣନା ହୋଇଥିଲା। ଅସଲି ଖଡୀରତ୍ନ ପଞ୍ଜିକାର ବର୍ଷକ ମଧ୍ୟରେ ରାଜ୍ୟର ଫଳ କଣ ହେବ ଏବଂ ରାଷ୍ଟ୍ରର ଫଳ କଣ ହେବ ବୋଲି ଉଲ୍ଲେଖ ମଧ୍ୟ କରାଯାଇଥାଏ। ତେବେ ଖଡୀରତ୍ନ ପଞ୍ଜିକାର ୧୯୬ ନଂ ପୃଷ୍ଠାରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ ରାଜ୍ୟର ଉପକୂଳ ଜିଲା ତଥା ପୁରୀ, କଟକ, ଗୋପାଳପୁର, କୋଣାର୍କ, ଅସ୍ତରଙ୍ଗ, ଯାଜପୁର, ନୟାଗଡ଼, କାକଟପୁର, ନିଆଳି ପ୍ରଭୁତି ଅଞ୍ଚଳରେ ଘୂର୍ଣ୍ଣିବାତ୍ୟା ପୁନଶ୍ଚ ସାମୁଦ୍ରିକ ଝଡ ମହାବାତ୍ୟା ଭଳି ସାଂଘାତିକ ପରିସ୍ଥିତି ସୃଷ୍ଟି କରିବ। ଏହା ମଧ୍ୟରେ ବାତ୍ୟା ହେବା ସହ ଆଗାମୀ ନଭେମ୍ବର ମାସରେ ପୁଣି ଏକ ବାତ୍ୟା ହେବ ବୋଲି ଗଣନା କରାଯାଇଛି। ନଭେମ୍ବର ୫ରୁ ୯ତାରିଖ ଏବଂ ୧୧ରୁ ୧୫ତାରିଖ ମଧ୍ୟରେ ପ୍ରଚଣ୍ଡ ବାୟୁ ପ୍ରବାହ, ସାମୁଦ୍ରିକ ଝଡ, ଲଘୁଚାପ, ଜୁଆର ଓ ବନ୍ୟା ବିତ୍ପାତ ଦ୍ୱାରା ବହୁ ଧନଜୀବନ ପ୍ରଭାବିତ ହେବ ବୋଲି ପଞ୍ଜିକାରେ ଆକଳନ କରାଯାଇଛି।

Leave a Comment