୧୬/୭/୨୪ ଏରସମା:(ବ୍ୟୁରୋ):-ଘଟି ଯାଇଛି ଏକ ଅଭାବନିୟ ଘଟଣା । ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ସନ୍ଦେହ ପ୍ରକାଶ ପାଉଛି । ଏରସମା ଥାନା ଅଧୀନରେ ଥିବା ପଦ୍ମପୁର ପଞ୍ଚାୟତ ରାମତରା ଗ୍ରାମ ଦକ୍ଷିଣପଡା ଏଭଳି ଘଟଣା ଦେଖିବାକୁ ମିଳିଛି । ରାମତରା ଗ୍ରାମର ଶ୍ରୀକାନ୍ତ ଗିରି ଙ୍କ ୨୯ବର୍ଷିୟ ସାନ ପୁଅ ବଳରାମ ଗିରି ଘରଠାରୁ କିଛି ଦୂରରେ ଥିବା ସୁଧୀର ଦାସ ଙ୍କ କାଜୁ ବାରିରେ ମୃତ ଦେହ ପଡ଼ିଥିବା ଲୋକେ ଦେଖି ଏରସମା ପୋଲିସ କୁ ଖବର ଦେଇଥିଲେ ।
ଘଟଣା ସ୍ଥଳରେ ଏରସମା ପୋଲିସ ପହଞ୍ଚି ଘଟଣା ର ତଦନ୍ତ କରୁଥିବାବେଳେ । ମୃତ ବଳରାମ ର ବାପା , ପୁଅ ବିଷ ଖାଇ ଆତମହତ୍ୟା କରିଥିବା ଥାନାରେ ଅଭିଯୋଗ କରିଛନ୍ତି କିନ୍ତୁ ମଝିଆଁ ପୁଅ ଫେରାର ଥିବାରୁ ଅନେକ ସ୍ତରରୁ ସନ୍ଦେହ ପ୍ରକାଶ ପାଉଛି । ସୂଚନା ଅନୁଯାୟୀ ଗ୍ରାମବାସୀ ମାନେ ଙ୍କ କହିବା କଥା ବଳରାମ ଙ୍କୁ କେହି ଜଣେ ଫୋନ୍ କରି ଡାକିଥିଲେ , ହେଲେ ବଳରାମ ସେଠାକୁ ଜାଇ ଆଉ ଘରକୁ ଫେରିନଥିଲେ , କୁହାଯାଉଛି କି କେହି ମଦ ପିଇବା ପାଇଁ ଡ଼ାକିନେଇ ହତ୍ୟା କରାଯାଉଥିବା ନେଇ ସନ୍ଦେହ ଯାଉଥିବା ଆଲୋଚନା କରାଯାଇଛି, ଏବଂ ରାତିରେ କେହି ତାଙ୍କ ବାଡ଼ିର ଫସଲ ଗଛ ଓପଡ଼ି ଦେଇଥିଲେ । ବଣ ଭିତରେ ମୃତ୍ୟ ଦେହ, ହତ୍ୟା ନା ଆତ୍ମହତକିନ୍ତୁ ବଡ଼ ଭାଇ ଘଟଣା ସ୍ଥଳରେ ରହିଥିବାବେଳେ ମୋ ଭାଇକୁ ହତ୍ୟା କରାଯାଇଛି ବୋଲି ସନ୍ଦେହ ସୃଷ୍ଟି ହଉଛି ବୋଲି ଏରସମା ପୋଲିସ ସାମ୍ନାରେ କହିଛନ୍ତି । ମଝିଆଁ ଭାଇ ଜଗନ୍ନାଥ ଗିରି ଏବଂ ତା ସହିତ ସାମିଲ୍ ହରିପଦ ମାଇତି ଅନୁପସ୍ଥିତ ଥିବା ନେଇ ହତ୍ୟା କରାଯାଉଥିବା ନେଇ ସନ୍ଦେହ ପ୍ରକାଶ ପାଇଛି । ତେବେ ଏରସମା ପୋଲିସ ଘଟଣା ସ୍ଥଳରୁ ଏକ ପ୍ଲାଷ୍ଟିକ ଗ୍ଲାସ୍, ଚପଲ , ଏବଂ ଏକ ଜରିରେ ଥିବା ବିଷ ଜବତ କରିଛି ।
VIDEO