ଜଣେ ସମାଜସେବୀ ଙ୍କୁ କୁରାଢ଼ି ରେ ପିଟି ନିର୍ମମ ଭାବେ ହତ୍ୟା କରିଲେ ବାବା ବେଶଧାରି ଯୁବକ । ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ । ଅଭିଯୋଗ ପରେ ବାବା ବେଷଧାରି କୁ ଗିରଫ କରିଛି ପୋଲିସ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ଗଣ୍ଡକିପୁର ପଞ୍ଚାୟତ କାବଲପୁର ଗ୍ରାମରେ ।
ଜଣେ ଯୁବକ କୁରାଢ଼ି ସାହାଯ୍ୟରେ ଜଣେ ସମାଜସେବୀ ଙ୍କୁ ହତ୍ୟା କରିଥିବା ଜଣାପଡିଛି । ତେବେ ସମାଜସେବୀ ଦୀନବନ୍ଧୁ ସାମଲ ରାସ୍ତାରେ ଚାଲି ଚାଲି ଯିବା ସମୟରେ ତପନ ମାଝୀ ଯେ କି ବାବା ବେଶଧାରୀ ଘରୁ କୁରାଢ଼ି ଆଣି ତାଙ୍କ ମୁଣ୍ଡର ପଛ ପଟକୁ ପିଟିଥିଲା । ଘଟଣା ସ୍ଥଳରେ ଦିନବନ୍ଧୁ ତଳେ ପଡ଼ିଯାଇଥିବା ଦେଖି ପାଖ ପଡ଼ୋଶୀ ଓ ପରିବାର ଲୋକେ ତାଙ୍କୁ ତୁରନ୍ତ କୁଜଙ୍ଗ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଆଣିଥିବା ବେଳେ ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ ।
ଏନେଇ ମୃତ ଦିନବନ୍ଧୁଙ୍କ ପରିବାର ପକ୍ଷରୁ ଭାଇ ଗୌରାଙ୍ଗ ସାମଲ ସ୍ଥାନୀୟ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ କୁଜଙ୍ଗ ଥାନା ଅଧିକାରୀ ବାବା ବେଶଧାରି ତପନ ମାଝୀକୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରୀ ରଖିଛନ୍ତି । ଅନ୍ୟପଟେ ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ତଥା ଶିଳ୍ପ,ବୈଷୟିକ ଓ ଦକ୍ଷତା ମନ୍ତ୍ରୀ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିବା ସହ ଦୁଃଖ ପ୍ରକାଶ କରିବା ସହ ଆସାମୀ ଗିରଫ ହୋଇଛି, ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି ।