ପରଲୋକରେ ନୀଳମଣି ଓଝା ଝୁରୁଛି ମହାକାଳପଡ଼ା ଅଞ୍ଚଳ

By digbalayalive

Published on:

ପରଲୋକରେ ନୀଳମଣି ଓଝା ଝୁରୁଛି ମହାକାଳପଡ଼ା ଅଞ୍ଚଳ 

ମହାକାଳପଡ଼ା, 0୪l0୪ : ଅବିଭକ୍ତ କଟକ ଜିଲ୍ଲାର ଜଣାଶୁଣା ଜ୍ୟୋତିର୍ବିଦ , ବାସ୍ତୁବିତ୍ , ଶିଳ୍ପୀକାର ,ତଥା ଖ୍ୟାତିପ୍ରାପ୍ତ କାଷ୍ଠଶିଳ୍ପୀ କାରିଗର ନୀଳମଣି ଓଝାଙ୍କର ଜଗତପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଅପ୍ରେଲ୍ ୧ ତାରିଖ ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା l ଅନ୍ତିମଶଯ୍ୟା ନିକଟରେ ଦୁଇ ପୁତ୍ର ନିରଞ୍ଜନ ଓ ନିର୍ମଳ ଉପସ୍ଥିତ ଥିଲେ l ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ l ପ୍ରାୟ ତିନି ସପ୍ତାହ ବ୍ୟାପୀ କଟକର ଏକ ଘରୋଇ ହସ୍ପିଟାଲ୍, ଏସ୍.ସି.ବି. ମେଡିକାଲ୍ କଲେଜ, ଭୁବନେଶ୍ୱର କିମ୍ସ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ମାର୍ଚ୍ଚ ୨୯ ତାରିଖ ଦିନ ଜଗତପୁର ଘରୋଇ ହସ୍ପିଟାଲ୍ ଆଇ.ସି.ୟୁ.ରେ ଆସି ସେ ଚିକିତ୍ସିତ ହେଉଥିଲେ ଏବଂ ସମସ୍ତ ଚେଷ୍ଟା ସତ୍ତ୍ୱେ ମଙ୍ଗଳବାର ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି l ଖବର ପାଇ ତାଙ୍କର ଦୁଇ ଭାଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଡେପୁଟି ସେକ୍ରେଟାରୀ ଡ. କୁଳମଣି ଓଝା ଓ ନାଗମଣି ଓଝା ବୁଧବାର ଭୋର୍ ସମୟରେ ଆସି ହସ୍ପିଟାଲରେ ପହଞ୍ଚିଥିଲେ l ମରଶରୀର ପୈତୃକ ଗ୍ରାମ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ନିଆଯାଇ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା l ପୁତ୍ର ନିରଞ୍ଜନ ମୁଖାଗ୍ନି ଦେଇଥିଲେ , ବାସ୍ତୁଶିଳ୍ପୀ ଶ୍ରୀ ଓଝାଙ୍କ ତିରୋଧାନରେ ନିଖିଳ ଉତ୍କଳ ବିଶ୍ୱକର୍ମା ସମିତି, ମହାକାଳପଡ଼ା ବିକାଶ ମଞ୍ଚ ପରିଷଦ, ବେଳାଭୂମି ସାହିତ୍ୟ ସଂସଦ ପରିଷଦ , କେନ୍ଦ୍ରାପଡ଼ା ଜିଲ୍ଲା ତଥା ମହାକାଳପଡ଼ା ପ୍ରେସ କ୍ଲବ , ଓଡ଼ିଆ ଅଧ୍ୟାପକ ସଂଗୋଷ୍ଠୀ, ବାଣୀବିହାର-୧୯୮୯, ଭି.ଭି.-୮୯ : ସ୍ମୃତି ଏକ ରୂପା ଜହ୍ନ ପ୍ରଭୃତି ଅନୁଷ୍ଠାନର ବହୁ ସଦସ୍ୟ ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି l ସ୍ବର୍ଗତ ଓଝା ନିଖିଳ ଉତ୍କଳ ବିଶ୍ୱକର୍ମା ସମିତିର ଅବିଭାଜ୍ୟ କଟକ ଜିଲ୍ଲା ଶାଖାର ପ୍ରାକ୍ତନ ସଭାପତି, ବିଶିଷ୍ଟ ଅଧ୍ୟାତ୍ମବାଦୀ ଲେଖକ, ‘ବୃହତ୍ କାଷ୍ଠଶିଳ୍ପ କଳ୍ପଦ୍ରୁମ’ର ପ୍ରଣେତା ସ୍ବର୍ଗତ ନିଶାମଣି ଓଝାଙ୍କ ଜ୍ୟେଷ୍ଠପୁତ୍ର ଓ ନିଖିଳ ଉତ୍କଳ ବିଶ୍ୱକର୍ମା ସମିତି କେନ୍ଦ୍ରାପଡ଼ା ଜିଲ୍ଲା ଶାଖାର ପୂର୍ବତନ ସଭାପତି ଥିଲେ l ତାଙ୍କ ଅପ୍ରତ୍ୟାଶିତ ବିୟୋଗରେ ବିଭିନ୍ନ ମହଲରେ ଶୋକର ଲହରୀ ଖେଳିଯାଇଛି l

Leave a Comment