ପାରିବାରିକ କଳହକୁ କେନ୍ଦ୍ରକରି ବଧୂ ହତ୍ୟା କରିବାକୁ ଉଦ୍ୟମ କରି ବଧୂ କୁ ଛୁରା ମାଡ଼ କରି ଗୁରୁତର କରି ଜେଲ୍ ଗଲେ ଶାଶୁ ଘର ଲୋକେ ।
ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ତଳକୁସୁମା ଗାଁରେ । ସୂଚନାରୁ ପ୍ରକାଶ ଯେ ତଳକୁସୁମା ଗାଁର ସୁବୋଧ ସାହାଣୀଙ୍କ ଝିଅ ରିଙ୍କିନା ଗତ ୭ ବର୍ଷତଳେ କୋଠି ଗ୍ରାମର ମାନସ ନାୟକଙ୍କୁ ବିବାହ କରିଥିଲେ । କୈାଣସି କାରଣରୁ ରିଙ୍କିନା ଓ ମାନସଙ୍କ ମଧ୍ୟରେ ମତାନ୍ତର ଯୋଗୁଁ ରିଙ୍କିନା କିଛି ଦିନଧରି ବାପଘରେ ରହିଆସୁଥିଲେ । ତେବେ ଗତ ୪ ତାରିଖ ରାତିରେ ରିଙ୍କିନାଙ୍କ ଦାଦା ଶଶୁର ବିଚିତ୍ର ନାୟକ,ଖୁଡି ଶାଶୁ କୁନି ଲତା ନାୟକ ଓ ତାଙ୍କ ପୁଅ ପ୍ରକାଶ ନାୟକ ଉଭୟ ମିଶି ରିଙ୍କିନାଙ୍କ ବାପଘର ତଳକୁସୁମା ଗ୍ରାମକୁ ଯାଇ,ଘରେପସି ରିଙ୍କିନାଙ୍କୁ ଛୁରୀରେ ଆକ୍ରମଣ କରିଥଲେ ଫଳରେ ଗୁରୁତର ଅବସ୍ଥାରେ ଡାକ୍ତଖାନା ରେ ଚିକିତ୍ସା ପରେ ରିଙ୍କିନା ଙ୍କ ମା ଅଞ୍ଜନା ସାହାଣୀ ଏରସମା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ କରି ଏରସମା ପୋଲିସ ଉକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବାର ପୁଲିସ ସୂତ୍ରରୁ ଜଣାପଡ଼ିଛି ।