ଅଭିଭାବକ ଓ ଛାତ୍ର ଛାତ୍ରୀ ବିଦ୍ୟାଳୟରେ ତାଲା ପକାଇଲେ
ଏରସମା,୨୮|୭/୨୪(ବ୍ୟୁରୋ):ଏରସମା ବ୍ଲକ ଅନ୍ତର୍ଗତ କୁଞୀକୋଠୀ ପଞ୍ଚାୟତ କାଳିକୁଦ ସରକାରୀ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ନିହାର ରଞ୍ଜନ ଜେନାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ନିମନ୍ତେ ନିର୍ଦ୍ଦେଶନା ଜାରି ହୋଇଥିବାରୁ କାଳିକୁଦ ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ , ସ୍କୁଲ ପରିଚାଳନା କମିଟି ସଦସ୍ୟ ଓ ଅଭିଭାବକମାନେ ଆଜି ସକାଳ ୭ଘଟିକା ଠାରୁ ,୧୦ଘଟିକା ଦୀର୍ଘ ତିନି ଘଣ୍ଟା ପର୍ଯ୍ୟନ୍ତ ସ୍କୁଲ ଗେଟକୁ ତାଲା ପକାଇ ସ୍କୁଲ ବାହାରେ ଧାରଣାରେ ବସିଥିଲେ। ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟମାନଙ୍କ କହିବା କଥା ହେଲା ଏହି ସ୍କୁଲରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୫ଟି ଶ୍ରେଣୀ ଅଛି। ଏଥିନିମନ୍ତେ ପ୍ରଧାନ ଶିକ୍ଷକ ଓ ସରକାରୀ ଶିକ୍ଷକ ଶିକ୍ଷୟତ୍ରୀ ମୋଟ ୪ଜଣ ଶିକ୍ଷାଦାନ କରୁଛନ୍ତି। ଶିକ୍ଷୟତ୍ରୀ କାଞ୍ଚନ ବାଳା ସାମଲ କିମ୍ବା ଶ୍ରୀମତୀ ରିନାରାଣୀ ପ୍ରଧାନଙ୍କ ମଧ୍ୟରୁ ଜଣଙ୍କୁ ବଦଳି କରାଯାଇ ଶିକ୍ଷକ ନିହାର ରଞ୍ଜନ ଜେନା ସ୍କୁଲରେ ପୁନର୍ବାର ଯୋଗଦେବାକୁ ଦାବି କରିଛନ୍ତି। ଏଥିନିମନ୍ତେ ସ୍କୁଲର ପ୍ରଧାନଶିକ୍ଷକ ଆସି ଧାରଣାରୁ ଉଠିବା ପାଇଁ ଅନୁରୋଧ କରିଥିଲେବି ଅଭିଭାବକ ମାନେ ଧାରଣାରୁ ଉଠି ନଥିଲେ। ଅଭିଭାବକ ମାନେ ଏରସମା ବ୍ଲକ ଏ ବିଇଓଙ୍କ ସହିତ ଟେଲିଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ ଶିକ୍ଷକ ନିହାର ରଞ୍ଜନ ଜେନା ପୁନର୍ବାର ସ୍କୁଲରେ ଯୋଗଦେବାପାଇଁ। ଏ ବିଇଓ ଅଲ୍ଲୀ ଖାଁ ଟେଲିଫୋନ ମାଧ୍ୟମରେ ଅଭିଭାବକ ମାନଙ୍କୁ ଜଣାଇଛନ୍ତି , ମୁଁ ଦୁଇ ଶିକ୍ଷୟତ୍ରୀ ମାନଙ୍କୁ ଜଣାଇଛି ଅଭିଭାବକ ମାନେ ଆପଣଙ୍କୁ କାଳିକୁଦ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ରଖିବାକୁ ଚାହୁଁ ନାହାନ୍ତି ଆମକୁ ଦରଖାସ୍ତ ଲେଖିକିରି ଦେଇଛନ୍ତି। ଆପଣ ଦୁଇଜଣ ଆମକୁ ଦରଖାସ୍ତ ଲେଖିକି ଦିଅ ଆମେ ତମକୁ ଅର୍ଡର ଅନୁସାରେ ପାଖ ସ୍କୁଲରେ ରଖିବୁ ତମେ ନିଜ ସୁବିଧା ଅନୁସାରେ ଯେଉଁ ସ୍କୁଲରେ ରହିବାକୁ ଚାହୁଁଛ ସେଇଠି ରହିବ ।ଦରଖାସ୍ତ ନ ଦେଲେ ଆମେ ତମକୁ ଦୁର ବାଟକୁ ପଠେଇଦବୁ । କିନ୍ତୁ ଆମ କଥାରେ ଦୁଇ ଶିକ୍ଷୟତ୍ରୀ ରାଜି ହୋଇଛନ୍ତି ଦରଖାସ୍ତ ଲେଖିଛି ଦେବାପାଇଁ କହିଛନ୍ତି। ଆମେ ଅଭିଭାବକ ଦରଖାସ୍ତ ଓ ଶିକ୍ଷୟତ୍ରୀ ଦୁଇଜଣଙ୍କ ଦରଖାସ୍ତ ଜଗତସିଂହପୁର ଜିଲ୍ଲା ପାଳ ଅଫିସକୁ ପଠେଇବୁ ଜିଲ୍ଲାପାଳ ଆପ୍ରୁଭ୍ କଲାପରେ ଅର୍ଡର ଇଶୁ ହେବ। ସରକାରୀ ଶିକ୍ଷକ ନିହାର ରଞ୍ଜନ ଜେନା ବିଡ଼ି ପାସ କରିଛନ୍ତି। ଇଲେକ୍ସନ ସକାଶେ ତାଙ୍କର ପ୍ରମୋସନ ହୋଇପାରିନଥିଲା । ଚାରି ଛଅମାସ ଭିତରେ ଶ୍ରୀଯୁକ୍ତ ଜେନା ପ୍ରମୋସନ ପାଇଁ ଏମି ସ୍କୁଲକୁ ଚାଲିଯିବେ।ଏ ବିଇଓଙ୍କ ପ୍ରତିଶ୍ରୁତି ପରେ ଧାରଣ ପ୍ରତ୍ୟାହୃତ ହୋଇଥିଲା, ଛାତ୍ରଛାତ୍ରୀମାନେ ସ୍କଲକୁ ପାଠ ପଢିବା ପାଇଁ ଯାଇଥିଲେ।