ଗୋଟିଏ ଗାଁ ଭିତରେ ଚାଲିଛି ଦୁଇ ଗୋଷ୍ଠି ବିବାଦ । ଯାହାକୁ ନେଇ ରାଜ୍ୟ ମାନବାଧିକାର ଆୟୋଗ, ଅଦାଲତ ପର୍ୟ୍ୟନ୍ତ ମାମଲା ରହିଛି l ଦୁଇ ଗୋଷ୍ଠୀ ମଧ୍ୟରୁ କିଏ କହିଛି ସତ । ତେବେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଗୋଡ଼ା ପଞ୍ଚାୟତର ଭଜାଖିଆ ଗାଁ ରେ । ଗାଁ ରେ ଦୁଇ ଗୋଷ୍ଠି ବିବାଦ କୁ ସମାଧାନ ପାଇଁ ଆଜି ବାଲିକୁଦା ଏରସମା ବିଜେପି ବିଧାୟକ ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତି ଓ ବିଜେପି ନେତ୍ରୀ ରାଜଶ୍ରୀ ପଟ୍ଟନାୟକ ଭଜା ଖିଆ ଗାଁ ରେ ପହଁଚି ସମାଧାନ ପାଇଁ ଉଦ୍ୟମ କରିଛନ୍ତି। ଉଭୟ ପକ୍ଷର ବୟାନ ଶୁଣିଛନ୍ତି। ସୂଚନା ଯୋଗ୍ୟ ଯେ ଗାଁ ରେ କିଛି ବର୍ଷ ତଳେ ଚିଙ୍ଗୁଡ଼ି ଘେରିରୁ ଚିଙ୍ଗୁଡ଼ି ଚୋରି କରିବା ବେଳେ ଧରା ପଡ଼ିବା ଏବଂ ପୁରୁଣା ଶତ୍ରୁତା କୁ ନେଇ ନଅ ଘର ପାରିବାର କୁ ବାଛନ୍ଦ କରିବା ,ଗାଁ ପୂଜା ଘରେ ତାଲା ପକାଇବା ଏମିତି ଅନେଇ ଘଟଣା କୁ ନେଇ ବିବାଦ ଉପୁଜିଥିଲା । ପରେ ଗ୍ରାମବାସୀ ଓ ଅନ୍ୟ ଗୋଷ୍ଟି ଙ୍କ ମଧ୍ୟରେ ଥାନା, ରାଜ୍ୟ ମାନବାଧିକାର ଆୟୋଗ, ଅଦାଲତ ପର୍ୟ୍ୟନ୍ତ ମାମଲା ହୋଇଥିଲା ।
୨୦୨୨ ଠାରୁ ବିବାଦ ଅଧିକ ଗୁରୁତର ହୋଇ ୨୦୨୩ରେ ଗ୍ରାମବାସୀ ଙ୍କ ନାମରେ ରାଜ୍ୟ ମାନବାଧିକାରଙ୍କ ପାଖରେ ଅଭିଯୋଗ ହେଇଥିଲା । ଚଳିତ ଜୁଲାଇ ମାସରେ ଅତିରିକ୍ତ ଏସପି ଅଳକା ପଣ୍ଡା ଗାଁ କୁ ଆସି ତଦନ୍ତକରି ରିପୋର୍ଟ ପ୍ରଦାନ କରିଛନ୍ତି । କିନ୍ତୁ ଏବେ ସ୍ଵୋମିତ୍ର ଦାସ ଙ୍କୁ ବରଗଛ ରେ ବାନ୍ଧି ମାଡ଼ ମାରିଥିଲେ ,ଏହାକୁ ନେଇ ସ୍ୱୋମିତ୍ର ଦାସ ଏରସମା ଥାନା ରେ ପୁଣି ଏକ ମାଡ ମରାଯିବାନେଇ ଅଭିଯୋଗ କରିବାସହ ଭବାନୀ ଦାସ, ମମତା ସାମନ୍ତ ଙ୍କୁ ସ୍ୱମେତ୍ର ମାଡ ମାରିଛନ୍ତି ବୋଲି ପାଲଟା ଅଭିଯୋଗ ପରେ ବିବାଦ ଶୃଷ୍ଟି ହୋଇଥିଲା । ଏରସମା ପୋଲିସ ପକ୍ଷରୁ ସମାଧାନ ପାଇଁ ଉଦ୍ୟମ ସ୍ଵତେ ସଫଳ ହୋଇ ପାରିନଥିଲା । ଆଜି ବିଜେପି ତତଫରୁ ସତ୍ୟସାରଥି ମହାନ୍ତି ଟିମ ଗାଁ ରେ ପହଁଚି ରଂଜନ ଦାସ ଙ୍କ ପାଖରୁ ଅଭିଯୋଗ ଶୁଣିଥିବା ବେଳେ ଗ୍ରାମ ବାସୀଙ୍କ ତରଫରୁ ପ୍ରତାପ ସାମନ୍ତ, ପିଯୁସ ମଣ୍ତଳ, ରବୀନ୍ଦ୍ର ପାଳ, ଭବାନୀ ସାମନ୍ତ ଙ୍କ ଠାରୁ ଅଭିଯୋଗ ଶୁଣିଥିଲେ । ଉଭୟ ପକ୍ଷ ଙ୍କ ଅଭିଯୋଗ ଶୁଣି ଖୁବ୍ ଶୀଘ୍ର ପଞ୍ଚାୟତର ସରପଞ୍ଚ ବିଶ୍ଵ କଲ୍ୟାଣୀ ନାୟକ, ମୂରବୀ ମାନକ ଉପସ୍ଥିତିରେ ଶାନ୍ତି କମିଟି ଗଠନ କରାଯାଇ ଆପୋଷ ସମାଧାନ କରାଯିବ ବୋଲି ଶ୍ରୀଯୁକ୍ତ ମହାନ୍ତି ଗ୍ରାମବାସୀ ଙ୍କୁ ପ୍ରସ୍ତାବ ଦେଇଥିଲେ। ଗ୍ରାମବାସୀ ମାନେ ଏହାକୁ ସ୍ଵାଗତକରିଛନ୍ତି ।