ଭିଜିଲାନ୍ସ ଜାଲରେ SI

By digbalayalive

Updated on:

ନୂତନ ସରକାର ଆସିବାପରେ ଆଇନରେ ନୂତନ ପରିବର୍ତ୍ତନ ଆସିଛି , ଯାହାକୁନେଇ ସାଧାରଣ ଲୋକେ କିଭଳି ନ୍ୟାୟ ପାଇବେ ତାହାକୁ ନେଇ ଆଇନ ଶୃଙ୍ଖଳା କୁ କଡାକଡି କରାଯାଇଛି କିନ୍ତୁ କିଛି ଲାଞ୍ଚୁଆ ପୋଲିସ ଅଧିକାର ଙ୍କ ପାଇଁ ଆଇନ ଶୃଙ୍ଖଳା ବିଗିଡିବାରେ ଲାଗିଛି ।

ଯେମିତିକି ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଥାନାର ଏସ. ଆଇ. ବିବେକାନନ୍ଦ ସାହୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । କୁଜଙ୍ଗ ଥାନା ଅନ୍ତର୍ଗତ ବାଗୋଇ ଗ୍ରାମର ସରୋଜ କୁମାର ସ୍ୱାଇଁଙ୍କ ଏକ ଗାଁ ଗଣ୍ଡଗୋଳ କୁ ନେଇ ଥାନାରେ ଲିଖିତ ଅଭିଯୋଗ କରିଥଲେ । ଉକ୍ତ ଅଭିଯୋଗ କୁ ଭିର୍ତି କରି ସରୋଜ ଙ୍କ ଠାରୁ ଏସ.ଆଇ. ବିବେକାନନ୍ଦ ସାହୁ ୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ସରୋଜ ଙ୍କ ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ଏସ . ଆଇ । ଜଗତସିଂହପୁର ଓ କଟକ ଭିଜିଲାନ୍ସ ଟିମ ଥାନା ଭିତରେ ଥିବା ତାଙ୍କ କ୍ଵାଟରରେ ଅନୁସନ୍ଧାନ ଜାରୀ ରଖିଛି । ଅତୀତରେ ଏସ. ଆଇ. ବିବେକାନନ୍ଦ ସାହୁ ନାଉଗାଁ ଥାନାରେ ଥିବା ବେଳେ ମଦ ପିଇବା ଭିଡିଓ ଭାଇରାଲ ପୋଷ୍ଟ କୁ ନେଇ ବେଶ ଚର୍ଚ୍ଚାରେ ଥିଲେ । କିନ୍ତୁ ଆଜି ତାର ପୂର୍ଣ୍ଣଛେଦ ପଡ଼ିଛି l

Leave a Comment