*ଜଗନ୍ନାଥପୁର ଉଚ୍ଚ ବିଦ୍ୟାଳୟ ରେ ନାହାଁନ୍ତି ପ୍ରଧାନ ଶିକ୍ଷକ।*
ଛାତ୍ର ଛାତ୍ରୀ ଙ୍କ ଭବିସ୍ଵତ କୁ ନେଇ ଚିନ୍ତାରେ ଅବିଭାବକ ସ୍କୁଲ ରେ ନାହାନ୍ତି ଶିକ୍ଷକ
ଶିକ୍ଷା କ୍ଷେତ୍ରରେ ଛାତ୍ର ଛାତ୍ରୀ ମାନଙ୍କୁ ଉଛ କୋଟିର ଶିକ୍ଷା ବ୍ୟବସ୍ତା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ମାନ କରାଯାଉଛି । ପୁର୍ବତନ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସ୍କୁଲ ଗୁଡିକୁ 5ଟି ଅଧୀନରେ ଉଛ କୋଟିର ଶ୍ରେଣୀ ଗୃହ ତଥା ସ୍ମାର୍ଟ କ୍ଲାସ କରିଥିବା ଜଣାପଡ଼ିଛି । କିନ୍ତୁ ଏ ପର୍ଯ୍ୟନ୍ତ ଶିକ୍ଷା କ୍ଷେତ୍ରରେ ଉର୍ଣତି ଆସିଲ ନାହିଁ । ଯାହାକୁ ନେଇ ଛାତ୍ର ଛାତ୍ରୀ ତଥା ଅବିଭାବକ ମାନେ ଅସନ୍ତୁଷ୍ଟ ପ୍ରକାଶ କରିବା ସହ ଛାତ୍ର ଛାତ୍ରୀ ଙ୍କ ଭବିଶ୍ୱତ ଅନ୍ଧାର ଭିତରକୁ ଠେଲି ଦେଉଥିବା ଦେଖା ଦେଇଛି । ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ର ବହୁଦିନର ବହୁ ପୁରାତନ ସ୍କୁଲ ଜଗନ୍ନାଥପୁର ରେ ନାହାଁନ୍ତି ସ୍ଥାୟୀ ପ୍ରଧାନ ଶିକ୍ଷକ, ଏହି ସ୍କୁଲ ବହୁ ପୁରାତନ ହୋଇଥିବାରୁ ଏଠାରୁ ବହୁ ଛାତ୍ର ଛାତ୍ରୀ ଆଇ ଏ ଏସ , ଓଏ ଏସ,ପାଇବା ସହ ଭାରତର ବହୁ ବଡ ପଦ ପଦବୀ ରେ ରହିଛନ୍ତି। ଦୀର୍ଘ ଦିନ ହେବ ଏହି ସ୍କୁଲ ରେ ପ୍ରଧାନ ଶିକ୍ଷକ ପଦବୀ ଖାଲିପଡ଼ିଛି ଯାହା ଫଳରେ ଅଞ୍ଚଳର ଜନସାଧାରଣ ଅଭିଯୋଗ କରିଛନ୍ତି।
ସାଧାରଣ ଲୋକେ କହିବା କଥା ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିବାରୁwww. ବିଦ୍ୟାଳୟର ବିଭିନ୍ନ ଉନ୍ନତି ମୂଳକ କାମ ଠପ୍ ହେବା ସହ ଗତବର୍ଷ ଏହି ପୂରାତନ ସ୍କୁଲ୍ ର ରେଜଲ୍ଟ ସେତେ ଆଖିଦୃଷ୍ଟିଆ ହୋଇନାହିଁ। ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ଘଟିଛି । ତୁରନ୍ତ ସ୍ଥାୟୀ ଭାବେ ପ୍ରଧାନ ଶିକ୍ଷକ ନିଯୁକ୍ତି ପାଇଁ ଦାବି ହୋଇଛି।