ସରସ୍ଵତୀ ପୂଜା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତା 

By digbalayalive

Published on:

ସରସ୍ଵତୀ ପୂଜା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତା 

ଏରସମା:୩/୨୫(ସତ୍ୟବ୍ରତ ସାମଲ):ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ କୁଞ୍ଜକୋଠି ପଞ୍ଚାୟତର ଖୁରାଣ୍ଟ ବାଲିତୁଠର ମା ଶୀତଳା ଯୁବ ପରିଷଦ ଆନୁକୂଲ୍ୟରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସରସ୍ବତୀଙ୍କ ପୂଜା ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ପୂଜା ଉପଲକ୍ଷେ ସନ୍ଧ୍ୟା ସମୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ସାଂସ୍କୃତିକ କାର୍ଯକ୍ରମ କୁ ଦେଖିବା ପାଇଁ ଗ୍ରାମବାସୀ ମାନଙ୍କ ବେଶ୍ ଉତ୍ସାହ ସହିତ ଭିଡ଼ ଦେଖିବକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ୪ ଗୋଟି ଡାନ୍ସ ଗ୍ରୁପ ଭାଗ ନେଇଥିଲେ. ମା ଶୀତଳା ଡାନ୍ସ ଗ୍ରୁପ, ମା ସରସ୍ବତୀ ଡାନ୍ସ ଗ୍ରୁପ, ସାଇ ଡାନ୍ସ ଗ୍ରୁପ ଓ ଷ୍ଟାର ଡାନ୍ସ ଗ୍ରୁପ ମଧ୍ୟରେ ଏକ ପ୍ରତିଯୋଗିତା ହୋଇଥିଲା , ପ୍ରତିଯୋଗିତାରେ ମା ଶୀତଳା ଡାନ୍ସ ଗ୍ରୁପ ପ୍ରଥମ ସ୍ଥାନ ଗ୍ରହଣ କରିଥିଲେ । ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସହ ସହ ଦର୍ଶକଙ୍କ ସମାଗମ ହୋଇଥିବା ବେଳେ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅମଲ କୁମାର ସାସମଲ୍ । ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ଯୁବ ସମାଜସେବୀ ଗୋବିନ୍ଦ ପାତ୍ର, ରାଜେନ୍ଦ୍ର ସାମନ୍ତ ଓ ବିକାଶ ଚନ୍ଦ୍ର ମାନ୍ନା । ସଭାପତି ମୁରଲିଧର ସାମନ୍ତଙ୍କ ଅଧକ୍ଷତାରେ ଏ ସଭାକାର୍ଯ୍ୟ ପରିଚାଳନା କରାଯାଇଥିଲା । ସହଯୋଗରେ ଥିଲେ କୁମାର ଲିଟୁ ଓ ଦିବାକର କୁଅଁର ରହି ବେଶ ସୁରୁଖୁର ରେ ସମାପନ କରିଥିଲେ ।

Leave a Comment