ସରସ୍ଵତୀ ବିଦ୍ୟା ଶିଶୁ ମନ୍ଦିରରେ ୨୩ ତମ ବାର୍ଷିକ ଉତ୍ସବ ପାଳନ 

By digbalayalive

Published on:

ସରସ୍ଵତୀ ବିଦ୍ୟା ଶିଶୁ ମନ୍ଦିରରେ ୨୩ ତମ ବାର୍ଷିକ ଉତ୍ସବ ପାଳନ 

 

କେନ୍ଦ୍ରାପଡ଼ା:୧୨/୦୨(ନିରଞ୍ଜନ ଓଝା):ଗରିବ ପରିବାରର ଶିଶୁ ମାନେ କେମିତି ପାଠ ପଢି ସୁନାମ ଅର୍ଜନ କରିପାରିବେ ନିଜର ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟର ଦାୟିତ୍ଵ ପ୍ରଦାନ କରି ବୃଦ୍ଧ ବୟସରେ ଆଜି ମଧ୍ୟ ପ୍ରଚ୍ଛଦ ପଟରେ ରହି ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ କରି ଆସୁଥିବା ବାଳୁତ ବତ୍ସଳ , ପରୋପକାରି , ସଙ୍ଗୀତ ଓ କବିରେ ପାରଙ୍ଗମ ଏବଂ ସମସ୍ତ ବିଷୟରେ ପାଣ୍ଡିତ୍ୟ ଅର୍ଜ୍ଜନ କରିଥିବା ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ସତ୍ୟବ୍ରତ ସେନାପତି ଓ କୁନି କୁନି ଶିଶୁ ମାନଙ୍କର ଭବିଷ୍ୟତ ଉଜ୍ବଳ କରିବା ପାଇଁ ସବୁବେଳେ ସବୁ ସମୟରେ ଶିଶୁ ମାନଙ୍କ ସହିତ ସମୟ ବିତାଉଥିବା ବାଳୁତ ବତ୍ସଳ , ଅଞ୍ଚଳର ଶିକ୍ଷିତ , ସମାଜ ସେବୀ ସ୍ବର୍ଗତ ପ୍ରଶାନ୍ତ କୁମାର ସାହାଣୀ ଓରଫ ଡମ୍ବୁରା ଭାଇଙ୍କ ଦ୍ଵାରା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ମହାକାଳପଡ଼ା ପଞ୍ଚାୟତ ଅଧିନସ୍ଥ ଶ୍ରୀ ଶ୍ରୀ ବାୟାବାବା ମହାବିଦ୍ୟାଳୟ ନିକଟରେ ସରସ୍ଵତୀ ବିଦ୍ୟା ଶିଶୁ ମନ୍ଦିର ପ୍ରତିଷ୍ଠା ହୋଇଥିଲା , କିନ୍ତୁ ଆଜି ସ୍ବର୍ଗତ ପ୍ରଶାନ୍ତ କୁମାର ସାହାଣୀ ଓରଫ ଡ଼ମ୍ବୁରା ଭାଇ ଆମ ଗହଣରେ ନାହାନ୍ତି , ସ୍ବର୍ଗତ ସାହାଣୀଙ୍କର ଶିଶୁ ମାନଙ୍କର ଭବିଷ୍ୟତ ଉଜ୍ବଳ ପାଇଁ ଯେଉଁ ପ୍ରଚେଷ୍ଟା ଥିଲା ତାହା ଆଜି ସଫଳ ହେବାକୁ ଯାଉଛି , ତେଇଶି ତମ ବାର୍ଷିକ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି , ସ୍ବର୍ଗତ ସାହାଣୀ ଆଜି ନାହାନ୍ତି ସତ କିନ୍ତୁ ଭାରତୀୟ ଜନତା ପାର୍ଟିର ମହାକାଳପଡ଼ା ବିଧାୟକ ଡକ୍ଟର ଦୁର୍ଗା ପ୍ରସନ୍ନ ନାୟକଙ୍କ ଦ୍ଵାରା ବାର୍ଷିକ ଉତ୍ସବ ପୂର୍ବରୁ ସରସ୍ଵତୀ ବିଦ୍ୟା ଶିଶୁ ମନ୍ଦିରର ବିକାଶ ପାଇଁ ଆଠ ଲକ୍ଷ୍ୟ ଅର୍ଥରାଶି ଅନୁଦାନ ଆସିଥିଲା ବୋଲି ସୂଚନା ମିଳିଛି , ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମହାକାଳପଡ଼ାର ବିଧାୟକ ଡକ୍ଟର ଦୁର୍ଗା ପ୍ରସନ୍ନ ନାୟକ ଯୋଗ ଦେଇ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ସହିତ ନାଚ ଗୀତରେ ମଜି ଯାଇଥିଲେ ଏବଂ ଶିଶୁ ଓ ଅଭିଭାବକ ମାନଙ୍କୁ ଭବିଷ୍ୟତ ଉଜ୍ବଳ ପାଇଁ ଉଦ୍ଦବୋଧନ ଦେଇଥିଲେ , ମୁଖ୍ୟ ବକ୍ତା ଦିନେଶ ଚନ୍ଦ୍ର ଦେବନାଥ , ସମ୍ମାନିତ ଅତିଥି ଭାବରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରତିନିଧି ସରୋଜକାନ୍ତ ସାହୁ , ଶିଶୁ ମନ୍ଦିରର ପ୍ରତିଷ୍ଠାତା ଅବସର ପ୍ରାପ୍ତ ଶିକ୍ଷକ ସତ୍ୟବ୍ରତ ସେନାପତି , ସଭାପତି ପବିତ୍ର ମୋହନ ଚୌଧୁରୀ , ସମ୍ପାଦକ ଦୁଷ୍ମନ୍ତ କୁମାର ପାଇକରାୟ , କୋଷାଧ୍ୟକ୍ଷ ପ୍ରତାପରୁଦ୍ର ପାଇକରାୟ ପ୍ରଧାନ ଆଚାର୍ଯ୍ୟ କଳ୍ପନା ରାଉତରାୟ ପ୍ରମୁଖ ମଞ୍ଚାଷିନ ଥିଲେ , ବିଦ୍ୟାଳୟର ସହ ସଂପାଦକ ବିଶ୍ଵନାଥ ସାମଲ , ପରିଚାଳନା କମିଟି ସଭ୍ୟା ଗୌରୀ ସାମନ୍ତରାୟ , ସଭ୍ୟ ପ୍ରତ୍ୟୁଷ ରଞ୍ଜନ ବିଦ୍ୟାର୍ଥୀ , ପ୍ରଧାନ ଆଚାର୍ଯ୍ୟ କଳ୍ପନା ରାଉତରାୟ , ବିଦ୍ୟାଳୟର ଗୁରୁଜୀ ପ୍ରଣୟ ଗୁରୁଜୀ , ଦ୍ରୁପଦ ଦାସ , ସତ୍ୟପ୍ରକାଶ ପ୍ରଧାନ , ଗୁରୁ ମାଆ ପ୍ରିୟତମା ସେନାପତି , ରଶ୍ମିତା ଜେନା , ରୋଜାଲିନ ଲେଙ୍କା , ରୁବିତା ଭକ୍ତା , ସ୍ୱର୍ଣଲତା ପ୍ରଧାନ , ପ୍ରିୟମ୍ବଦା ରାଉତରାୟ , ଲକ୍ଷ୍ମୀପ୍ରିୟା ବେହେରା , ବିଶ୍ଵଭାରତୀ ପ୍ରଧାନ , ମୁଷ୍କାନ ଚୌଧୁରୀ , ମଧୁମତି ଲେଙ୍କା , ସ୍ଵପ୍ନାରାଣି ପ୍ରଧାନ , ମାଉସୀ ସାବିତ୍ରୀ ଛଟାଇ ଉପସ୍ଥିତ ରହି ବାର୍ଷିକ ଉତ୍ସବଟିକୁ ସୁନ୍ଦର ଭାବରେ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ

Leave a Comment