T20 ୱାଲ୍ଡକପ୍ ଫାଇନାଲ ରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଭାରତର ରୋମାଞ୍ଚକର ବିଜୟ

By digbalayalive

Updated on:

T20 ୱାଲ୍ଡକପ୍ ଫାଇନାଲ ରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଭାରତର ରୋମାଞ୍ଚକର ବିଜୟ


୨୯/୬/୨୪(ବ୍ୟୁରୋ)-ଆଜି ୱେଷ୍ଟଇଣ୍ଡିଜ୍‌ର ବାର୍ବଡାସରେ ଭାରତ-ଦକ୍ଷିଣ ଆଫ୍ରିକ ମଧ୍ୟରେ ଖେଳାଯାଇଥିବା T20 ୱାଲ୍ଡକପ୍ ଫାଇନାଲ ଫାଇଟ୍ ରେ ଭାରତର ରୋମାଞ୍ଚକର ବିଜୟ ହାସଲ କରିଛି । ଦକ୍ଷିଣ ଆଫ୍ରିକା କୁ ୭ ରନ୍ ରେ ପରାସ୍ତ କରି T20 ୱାଲ୍ଡକପ୍ ଫାଇନାଲ ରେ ନୂଆ ଇତିହାସ ରଚିଛି ଭାରତ । ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ୍‌ ଜିତିଲା ଭାରତ ର ଦୂର ହେଲା ଆଇସିସି ଟ୍ରଫି ଜିତିବା ଆଶା । ଦଷିଣ ଆଫ୍ରିକାକୁ ୭ ରନ୍‌ରେ ପରାସ୍ତ କରି ଟାଇଟଲ୍‌ ହାତେଇଲା ଟିମ୍‌ ଇଣ୍ଡିଆ । ୨୦୦୭ ପରେ ୨୦୨୪ରେ ଟି-୨୦ ବିଶ୍ୱକପ୍‌ ଜିତିଲା ଭାରତ ।

0

ଏହି ହାଇ ଭୋଲେଟେଜ୍‌ ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ଓଭରରୁ ବିରାଟ କୋହଲି ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । କିନ୍ତୁ ଦ୍ୱିତୀୟ ଓଭରରେ କେଶବ ମହାରାଜ ଅଧିନାୟକ ରୋହିତ ଶର୍ମା ଓ ଋଷଭ ପନ୍ତଙ୍କ ୱିକେଟ ନେଇ ଭାରତକୁ ବ୍ୟାକଫୁଟ୍‌ କୁ ଠେଲିଦେଇଥିଲେ । ଏହାପରେ ସୂର୍ଯ୍ୟକୁମାର ଯାଦବ ବ୍ୟାଟିଂ କରିବାକୁ ଆସି ମାତ୍ର ୩ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ । ମାତ୍ର ୩୪ ରନ୍‌ରେ ୩ଟି ୱିକେଟ୍‌ ପରେ ବ୍ୟାଟିଂ କରିବାକୁ ଆସିଥିଲେ ଅକ୍ଷର ପଟେଲ । ବିରାଟ ଙ୍କ ସହ ଦମଦାର ପାର୍ଟନରସିପ୍‌ କରିଥିଲେ ଅକ୍ଷର । ଚତୁର୍ଥ ୱିକେଟ୍ ପାଇଁ ଦୁଇ ବ୍ୟାଟ୍ସମ୍ୟାନ୍‌ ୭୩ ରନ୍‌ କରିଥିଲେ । ତେବେ ମାତ୍ର ୩୧ ବଲ୍ ରେ ୪୭ ରନ୍‌ କରି ରନ୍‌ ଆଉଟ୍‌ ହୋଇଥିଲେ ଅକ୍ଷର ପଟେଲ । ଅକ୍ଷରଙ୍କ ପରେ ବିରାଟ ଓ ଶିବମ ଦୁବେ ପାଳି ସମ୍ଭାଳିଥିଲେ ଏବଂ କୋହଲିଙ୍କ ଦମଦାର ୭୬ ରନ୍‌ ଫଳରେ ଭାରତ ୧୭୬ ରନ୍‌ କରିବାରେ ସଫଳ ହୋଇଥିଲା ।

ଭାରତ ପକ୍ଷରୁ ବିରାଟଙ୍କ ବ୍ୟତୀତ ଅକ୍ଷର ପଟେଲ ୪୭, ଶିବମ ଦୁବେ ୨୭ ରନ୍‌ କରି ୧୭୬ ରନ୍ ରେ ସୀମିତ ରଖିଥିଲେ । ସେହିପରି ସାଉଥ ଆଫ୍ରିକା ପକ୍ଷରୁ କେଶବ ମହାରାଜ ଓ ନର୍କିଆ ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ । ୧୭୭ ରନର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ଦୁଇଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ରେଜା ହେଣ୍ଡରିକ୍ସ ମାତ୍ର ୪ ରନ ଓ ଅଧିନାୟକ ଆଇଡେନ ମାର୍କରାମ ୭ ରନ କରି ଆଉଟ ହୋଇଥିଲେ । କିନ୍ତୁ କ୍ବିଣ୍ଟନ ଡିକକ୍ ଓ ଟ୍ରଷ୍ଟାନ ଷ୍ଟବସ୍ ଏକ ଭଲ ପାର୍ଟନରସିପ କରି ପାଳିକୁ ସମ୍ଭାଳିଥିଲେ । ଷ୍ଟବସ ୩୧ ରନ କରି ଆଉଟ ହେବା ପରେ ଡିକକ୍ ଓ ହେନରିକ କ୍ଲାସେନଙ୍କ ମଧ୍ୟରେ ବି ଏକ ଭଲ ପାର୍ଟନରସିପ ହୋଇଥିଲା ।

TT2024 ଶୁ

ଡିକକ୍ ୩୯ ରନ କରିଥିବାବେଳେ କ୍ଲାସେନ ୫୨ରନ କରିଥିଲେ । ଡେଭିଡ ମିଲର ୨୧ ରନ କରି ଆଉଟ ହୋଇଥିଲେ । ଶେଷ ଓଭର ରେ ହାର୍ଦ୍ଦିକ ପାଣ୍ଡିଆ ଚମତ୍କାର ବୋଲିଂ କରି ଦୁଇଟି ୱିକେଟ ନେଇ ଦଳ କୁ ବିଜୟର ସ୍ଵାଦ ଚଖେଇ ଥିଲେ । ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୬୯ ରନ କରିପାରିଥିଲା ।

 

Leave a Comment