ସନ୍ଦେହ ଘେରରେ ଚିଙ୍ଗୁଡ଼ି ଘେରି ରୁ ନାବାଳକ ର ମୃତ ଦେହ ଉଦ୍ଧାର
ଏରସମା:୨୯/୯/୨୪:-ଏରସମା ଥାନା ଅନ୍ତର୍ଗତ ଗୋଡ଼ା ପଞ୍ଚାୟତ ଆଉଁରି ବୀରକିଶୋରପୁର ଚାଷ ଜମି ମଧ୍ୟରେ ଥିବା ଏକ ଚିଙ୍ଗୁଡ଼ି ଘେରି ରୁ ଏକ ୧୬ ବର୍ଷିୟ ମୃତ ଦେହ ଉଦ୍ଧାର କରାଯାଇଛି , ନାବାଳକ ଜଣକ ଚିଙ୍ଗୁଡ଼ି ଘେରି ରେ ରହି ଏକ ମାସ ହେବ କାର୍ଯ୍ୟ କରୁଥିଲା,
ନାବାଳକ ଜଣକ ଦୁଇଦିନ ହେବ ନିଖୋଜ ରହିଥିଲେ , ଗତ କାଲି ହଠାତ୍ ଘେରି ରେ ଭାସୁଥିବା ଦେଖି ଘେରି ମାଲିକ ପିନାକୀ ମହାନ୍ତି ସନ୍ଧ୍ୟା ସମୟରେ ଏରସମା ଥାନାରେ ଏତଲା ଦେଇଛନ୍ତି, ଆଜି ସକାଳୁ ଏରସମା ଥାନା ପୋଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ , ନାବାଳକ ଜଣକ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଧୀନରେ ଥିବା ଓଡ଼ିଶ ପଞ୍ଚାୟତ ର ବେଲପାଳ ଗ୍ରାମର ହରି ମୁଣ୍ଡା ଙ୍କ ପୁଅ ଅଜୁ ମୁଣ୍ଡା ବୋଲି ଜଣାପଡିଛି ,
ଏରସମା ପୋଲିସ୍ ଏହାକୁ ନେଇ କେସ ନଂ ୩୦/୨୦୨୪ ଏକ ଅପମୃତ୍ କେସ ରୁଜୁ କରି ଶବ କୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । କିନ୍ତୁ ନାବାଳକ ଜଣକ ମୃତ କୁ ନେଇ ଅଞ୍ଚଳ ଚର୍ଚ୍ଚା ଜୋର ଧରିଥିବାବେଳେ କିଭଳି ଘେରି ମାଲିକ ନାବାଳକ ମାନଙ୍କୁ କାର୍ଯ୍ୟ ରେ ନିୟୋଜିତ କରୁଛନ୍ତି ତାହା ପ୍ରଶ୍ନବାଚି ସୃଷ୍ଟି କରିଥିବାବେଳେ ଏହା ଉପରେ ଶିଶୁ ସୁରକ୍ଷା ତଥା ଲେବର ଅଫିସର୍ ପ୍ରଶାସନିକ ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି , ଅନ୍ୟ ପଟରେ ଘେରି ମାଲିକ ପିନାକୀ ମହାନ୍ତି ଦୀର୍ଘ ଦିନ ହେବ ଆଉଁରି ଗ୍ରାମରେ ରହି କିଛି ଲୋକ ମାନଙ୍କୁ ହାତରେ ରଖି ବେ ଆଇନ ଭାବେ ଘେରି କରି ଆସୁଥିବା ବେଳେ ଶିଶୁ ଶ୍ରମିକ ମାନଙ୍କୁ କାମରେ ନିୟୋଜିତ କରୁଥିଲେ ।
ଅନେକ ଦିନ ହେବ ଘେରି ରେ କ୍ଷତି ସହିବାପରେ ଘେରି ରେ ପୂଜା ପାଠ କରିବା ପରେ ନାବାଳକ ଜଣକ ମୃତ କୁ ନେଇ ଗ୍ରାମବାସୀ ତଥା ଅଞ୍ଚଳ ବାସି ଙ୍କ ମନରେ ଗୁଣି ଗାରେଡ଼ି ହୋଇଥିବା ନେଇ ସନ୍ଦେହ ସୃଷ୍ଟି କରିଛି ଯାହା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ତେବେ ଏରସମା ଅଞ୍ଚଳରେ ପ୍ରତିବର୍ଷ ଘେରି ମାଲିକ ମାନେ ଜିଲ୍ଲା ବାହାରୁ ନା ବାଳକ ପିଲାମାନଙ୍କୁ ଆଣି ଅଳ୍ପ ବେତନରେ କାମରେ ଲଗାଉଛନ୍ତି ,ଅନେକ ପିଲା ମଧ୍ୟ ମୃତ୍ୟୁବରଣ କରୁଛନ୍ତି, ତୁରନ୍ତ ଏହା ଶିଶୁ ସୁରକ୍ଷା ତଥା ଲେବର ଅଫିସର୍ ଏହା ଉପରେ ଦୃଷ୍ଟି ଦେବାସହ ପୋଲିସ ତଦନ୍ତ କରି ଏହାର ସତ୍ୟାସତ ବାହାର କରିବାପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି