ଐତିହାସିକ ଏରସମା ବିପ୍ଳବ ଦିବସ ପାଳିତ
…
ଏରସମା,୭/୯/୨୪(ବ୍ୟୁରୋ):- ୧୯୪୨ ମସିହା ସେପ୍ଟେମ୍ବର ୬ତାରିଖ ସମଗ୍ର ଏରସମା ବାସୀଙ୍କ ପାଇଁ ଏକ ସ୍ମରଣୀୟ ଦିନ। ଗାନ୍ଧୀଜୀଙ୍କ କର ବା ମର ଡାକରାରେ ସାରା ଭାରତବର୍ଷରେ ଯେତେବେଳେ ବିପ୍ଳବର ଵହ୍ନି ଜଳି ଉଠିଥିଲା ସେତେବେଳେ ଏରସମା ଅଞ୍ଚଳର ସ୍ବାଧିନ ଚେତା ଦେଶପ୍ରେମୀ ଯୁବକ ମାନେ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇ ଏରସମାର ବ୍ରିଟିଶ ଥାନାକୁ ପୋଡ଼ି ଦେଇଥିଲେ। ସେହି ଦିନଠାରୁ ୧୯୪୨ମସିହା ସେପ୍ଟେମ୍ବର ୬ ତାରିଖ ଏରସମା ବିପ୍ଳବ ଦିବସ ନାମରେ ପରିଚୟ ଲାଭ କରିଥିଲା। ତତ୍ କାଳୀନ ଯୁବକ ଗୈରୀଶ୍ୟାମ ନାୟକ, ଶ୍ୟାମସୁନ୍ଦର ତ୍ରିପାଠୀ, ଦୁର୍ଯୋଧନ ପଟ୍ଟନାୟକ ଓ ଶ୍ରୀବନ୍ତ ପଟ୍ଟନାୟକଙ୍କ ଭଳି ଶହ ଶହ ଦେଶପ୍ରେମୀ ଇଂରେଜ ଦ୍ୱାରା ବନ୍ଦୀ ହୋଇ ନିର୍ଯ୍ୟାତନାର ଶିକାର ହୋଇଥିଲେ। ଏହି ଦିବସକୁ ଜନ ସ୍ମୃତି ରେ ଉଜ୍ଜିବିତ ରଖିବା ପାଇଁଁ ଏରସମା ଅଂଚଳର ସଂକଳ୍ପ ସାମାଜିକ ସଂଗଠନ ଆନୁକୁଲ୍ୟରେ ପ୍ରତିବର୍ଷ ପାଳିତ ହେଉଛିଏରସମା ବିପ୍ଳବ ଦିବସ । ଚଳିତ ବର୍ଷ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ସଂକଳ୍ପ ର ଅଧ୍ୟକ୍ଷ ଚନ୍ଦ୍ରଜିତ୍ ଦାସଙ୍କ ଅଧ୍ୟକ୍ଷତାରେ ବିପ୍ଳବ ଦିବସ ଅନୁଚିନ୍ତା ଶିର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୂଖ୍ୟ ଅତିଥି ଏରସମା ବିଡ଼ିଓ ଲମ୍ବୋଦର ଖୁଣ୍ଟିଆ ବାର୍ଷିକ ସ୍ମରଣୀକା ଵହ୍ନିଶିଖା କୁ ଉନ୍ମୋଚନ କରିଥିଲେ। ସେପ୍ଟେମ୍ବର ୬ତାରିଖ ଶୁକ୍ରବାର ସନ୍ଧ୍ୟା ରେ ସଂକଳ୍ପ ଦ୍ଵାରା ଆୟୋଜିତ ଏକ ମଶାଲ ଶୋଭାଯାତ୍ରା ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରୁ ବାହାରି ଗାନ୍ଧି ସ୍ମୃତି ପୀଠରେ ପହଂଚିଥିଲା। ଏଥିରେ ଅଟଳ ସ୍ମୃତି ସଂସଦ ଅଧ୍ୟକ୍ଷ ନୃସିଂହ ଚରଣ ସାହୁ, ସ୍ବାଧିନତା ସଂଗ୍ରାମୀ ଉତ୍ତରାଧିକାରୀ ସଂଘର ସଭାପତି ଅମ୍ବିକା ପ୍ରସାଦ ମହାନ୍ତି, ନିର୍ଲିପ୍ତ ଜେନା, ସରୋଜ ବେହେରା, ପ୍ରବୀର ପଣ୍ଡା , ବୈଦ୍ୟନାଥ ସାହୁ, ନିବାରଣ ନାୟକ, ନିତ୍ୟାନନ୍ଦ ଦାସ, ଶଶିଭୂଷଣ ସ୍ଵାଇଁ , ଅକ୍ଷୟ କୁମାର ସ୍ବାଇଁ,ଯଯାତି କେଶରୀ ସାମନ୍ତରାୟ ଙ୍କ ସମେତ ବହୁ ବରିଷ୍ଠ ନାଗରିକ ଅଶଂଗ୍ରହଣ କରି ସଂଗ୍ରାମୀ ଙ୍କ ସ୍ମୃତି ଚାରଣ କରିଥିଲେ।