*ଖଡଗପୁର ଛକରେ ବୁଲା କୁକୁର ଆତଙ୍କ ।*
୨୫/୭/୨୪:ତିର୍ତ୍ତୋଲ ‘(ବ୍ୟୁରୋ):-ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ଖଡଗପୁର ଛକ ରେ ବୁଲା କୁକୁରଙ୍କ ଆତଙ୍କ ଚାଲିଛି , ପ୍ରତି ଦିନ ବହୁ ଲୋକ ଏହାର ଶିକାର ହେଉଛନ୍ତି। ମଣିଜଙ୍ଗା-ଏରସମା ରାସ୍ତାର ଏକ ଜନଗହଳି ପୁର୍ଣ୍ଣ ରାସ୍ତା ହେଉଛି ଜଗନ୍ନାଥପୁର ଓ ଖଡ଼ଗପୁର ଛକ, ଏହି ବାଟଦେଇ ପ୍ରତିଦିନ ହଜାର ହଜାର ଲୋକ ଯାତାୟାତ କରିଥାନ୍ତି । କିନ୍ତୁ ଏହି ଦୁଇଟି ବଜାର ରେ କିଛି ଅସାମାଜିକ ବ୍ୟକ୍ତି ଓ ମହିଳା ପ୍ରାୟ ୩୦ ରୁ ୪୦ କୁକୁର ଙ୍କୁ ଖାଇବାକୁ ଦେଇ ରଖିଛନ୍ତି, କୁକୁର ମାନେ ଗାଡ଼ିରେ ଆସୁଥିବା ଲୋକଙ୍କୁ ଆକ୍ରମଣ କରିବା ପାଇଁ ଗୋଡାନ୍ତି ଏବଂ ଏହାକୁ ପାଳିଥିବା ମାଲିକ ଓ ମାଲିକିଆଣି ଦେଖି ମନୋରଞ୍ଜନ କରନ୍ତି ଓ ତାଙ୍କୁ ଖାଇବାକୁ ଦିଅନ୍ତି । ଯଦି କେହି ଜଣେ ଅଭିଯୋଗ କରେ ତାହାଲେ ତାକୁ ମହିଳା କେଶ୍ ରେ ଥନାରେ ଦେବାକୁ ଧମକ ଦିଅନ୍ତି ଏହି ମହିଳା ।
ଜଗନ୍ନାଥପୁର ବଜାର ଓ ଖଡଗପୁର ଛକ ବୁଲା କୁକୁରଙ୍କ ଆତଙ୍କ ସ୍ଥଳୀ ପାଲଟିଛି ପ୍ରାୟ ପ୍ରତି ସପ୍ତାହରେ ବହୁ ନିରୀହ ଲୋକମାନେ ବୁଲା କୁକୁରଙ୍କ ଶିକାର ହୋଇ ଆମ୍ବୁଲାନ୍ସ ଜରିଆରେ ମେଡ଼ିକାଲ ରେ ଭର୍ତ୍ତି ହେଉଛନ୍ତି ।
ଗତକାଲି ମଧ୍ୟ ଦୁଇଜଣ ମଟର ଗାଡି ରେ ଯାଉଥିବା ବେଳେ ୧୦ ରୁ ଅଧିକ କୁକୁର ଆକ୍ରମଣରେ ଆମ୍ବୁଲାନ୍ସ ରେ ଏରସମା ମେଡ଼ିକାଲ ଓ ପରେ ପରେ ଜଗତସିଂହପୁର ସ୍ଥାନାନ୍ତରିତ ହେଲେ।
ବହୁ ବାର ଏହି ଛକ କୁକୁର ଉତ୍ପାତ କରିବା ବାବଦରେ ପୋଲିସ୍ ଓ ତାହସିଦାର ଙ୍କୁ ଅଭିଯୋଗ ହେଲାଣି ତଥାପି ରେଜଲ୍ଟ ସୁନ,
ଦେଖାଯାଉ ଆଉ କେତେ ନୀରିହ ଲୋକଙ୍କ ଜୀବନ ନେଲାପରେ ସରକାର ଙ୍କ ଚେତା ପଶୁଛି ।