ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ
ତିର୍ତ୍ତୋଲ :୧୪/୧୧(ବ୍ୟୁରୋ):-ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ସରକାରୀ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ସମ୍ମିଳନୀ ଏବଂ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ୨୦୨୪/୨୫ !ଏହି ସମ୍ମିଳନୀ ରେ ମୁଖ୍ୟ ଅତିଥିଭାବେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଥିଲେ ସାଂସଦ ବିଭୁ ପ୍ରସାଦ ତରାଇ !ସଭା ପ୍ରାରମ୍ଭରୁ ପ୍ରଦୀପ ପ୍ରଜ୍ବଳନ କରାଯାଇ ଉଦଘାଟନ କରିବା ପରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ ଓ ନୃତ୍ୟାଭିନୟ କରାଯାଇଥିଲା !ଏହି ସଭାରେ ସମ୍ମାନିତ ଅତିଥିଭାବେ ମଞ୍ଚ ମଣ୍ଡନ କରିଥିଲେ ମଣିଜଙ୍ଗା ସରକାରୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସ,ସମାଜସେବୀକା ସୁଭଦ୍ରା ସାହୁ, ଏବିଓ ବିଷ୍ନୁପ୍ରିୟା ଦେବୀ, ପ୍ରାକ୍ତନ ଶିକ୍ଷାବିତ୍ ଅକ୍ଷୟ କୁମାର ସାହୁ, ଜଡତିରା ପଞ୍ଚାୟତ ର ସରପଞ୍ଚ ଶିବ ପ୍ରସାଦ ସାହୁ, କୃଷିବିଜ୍ଞାନୀ ଡଃ. ଦ୍ୱାରିକା ମୋହନ ଦାସ,! ତିର୍ତ୍ତୋଲ ମଣ୍ଡଳ ଶିକ୍ଷାଧିକାରୀ ଅକ୍ଷୟ କୁମାର ବେହେରା ସଭାପତିତ୍ୱ କରିଥିବା ବେଳେ ଅକ୍ଷୟ ମୁକର ନାୟକ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ ! ଏହି ବିଜ୍ଞାନ ପ୍ରଦର୍ଶିନୀ ରେ ମୋଟ ୧୮୩ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ୨୫୦ ରୁ ଅଧିକ ବିଜ୍ଞାନ ଭିତ୍ତିକ କୌଶଳ ମାନ ପ୍ରଦର୍ଶନ କରିଥିଲେ !ଏସବୁ ପରିଚାଳନା କ୍ଷେତ୍ରରେ ସମସ୍ତ ସିଆରସିସି ଓ ମଣିଜଙ୍ଗା ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା !ବିଜ୍ଞାନର ବିକାଶ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ସ୍ତରରୁ ଉପଯୁକ୍ତ ଶିକ୍ଷା ଯୋଗାଇ ଦେଲେ ଦେଶର ଭବିଷ୍ୟତ ଉଜ୍ବଳ ହୋଇପାରିବ ବୋଲି ଆମନ୍ତ୍ରିତ ଅତିଥିମାନେ ତଥ୍ୟ ଭିତ୍ତିକ ସ୍ୱ ସ୍ଵ ବକ୍ତବ୍ୟ ପ୍ରଦାନ କରି ପ୍ରଦର୍ଶନୀରେ ଭାଗ ନେଇଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ସହିତ ଆସିଥିବା ଅବିଭାବକ ମାନଙ୍କୁ ଉତ୍ସାହିତ କରିଥିବାର ଦେଖିବାକୁ ମିଳିଥିଲା !!