ତିର୍ତ୍ତୋଲ ବ୍ଲକରେ ମନମୁଖୀ କାର୍ଯ୍ୟ,ଲୋକେ ହନ୍ତସନ୍ତ !*
୧୨/୭/୨୪(ବ୍ୟୁରୋ):ତିର୍ତ୍ତୋଲ ବ୍ଲକ ରେ କର୍ମଚାରୀ ମାନଙ୍କ ମନମୁଖୀ ଯୋଗୁ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି । ସରକାରୀ ସମୟକୁ ବିନିପଯୋଗ କରି ନିଜ ମନ ଇଚ୍ଛା ମୁତାବକ ଆସୁଛନ୍ତି । ସାଧାରଣରେ ବ୍ଲକ କାର୍ଯ୍ୟରେ ଆସୁଥିବା ଲୋକେ ନାହିଁ ନଥିବାର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।ବହୁ ସମୟ କମ୍ପ୍ୟୁଟର ପ୍ରୋଗ୍ରାମର କର୍ମଚାରୀ ଅନୁପସ୍ଥିତ ରହୁଥିବାରୁ ବହୁ ପଞ୍ଚାୟତ ର ଜନ ହିତକର କାମର ଫାଇଲ୍ ପଡିଯିବାରୁ ଲୋକେ ହନ୍ତସନ୍ତ ହେବାରେ ଲାଗିଛନ୍ତି । କେବଳ ଏତିକି ନୁହେଁ ଦୀର୍ଘ ଦିନର ଉନ୍ନତି ମୂଳକ କାର୍ଯ୍ୟର ଫାଇଲ୍ ପଡ଼ିକି ରହିଛି , କର୍ମଚାରୀ ମାନେ କେତେବେଳେ ବ୍ଳକ୍ କୁ ବୁଲି ଆସିଲା ପରି ଆସୁଛନ୍ତି ଏବଂ ଗୋଟେ ଫାଇଲ୍ କାର୍ଯ୍ୟକରି ଫୁଣୀ ଆଠ ଦିନ ପାଇଁ କୁଆଡେ ଉଭାନ୍ ହେଇ ଯାଉଚ୍ଚନ୍ତି ! ଏହି ବାବଦରେ ସଧାରଣ ଲୋକେ ବିଡ଼ିଓ ଙ୍କୁ ବାରମ୍ବାର କହିବା ପରେ ମଧ୍ୟ ବିଡ଼ିଓ ଚୁପ୍ ହୋଇ ବସିଛନ୍ତି । ଏହାକୁ ନେଇ ସାଧାରଣ ରେ ଜନ ଅସନ୍ତୋଷ ପ୍ରକାଶ ପାଇବା ସହ , ଚାପା ଉତ୍ତେଜନା ଦେଖା ଦେଇଛି , କିଛି ଲେକେ ସିପି (କର୍ମଚାରୀ )ଙ୍କ କବାଟରେ ଏକ କାଗଜ ପୋଷ୍ଟରରେ ଲେଖିଥିଲେ ଯେ (ତିର୍ତ୍ତୋଲ ବ୍ଲକ ର ସିପି ସବୁବେଳ ଅନୁପସ୍ଥିତ) ଏହି ଫଟୋ ଚାରିଆଡ଼େ ମୋବାଇଲ ରୁ ମୋବାଇଲ ଭାଇରଲ ପରେ କୌତୁହଳ ସୃଷ୍ଟି ହୋଇଛି । ତେବେ ସାଧାରଣ ଲୋକଙ୍କ ପଞ୍ଚାୟତ ବିଭିନ୍ନ ଯୋଜନା ଫାଇଲ ଗୁଡିକ ପଡିରହିଥିବା ବେଳେ ଏହା ବହୁ ବିଳମ୍ବ ହେବା ଓ ମନଇଛା କାମ କରିବା , ଛୁଟିରେ ରହିବା ପରେ ଏହି ବାବଦରେ ତିର୍ତ୍ତୋଲ ବିଡ଼ିଓ ସିପି ଙ୍କ ଚାର୍ଜ ଅନ୍ୟତ୍ର କାହାକୁ ନ ଦେବା,ଏଭଳି ଅଭହେଲା ପାଇଁ ଜିଲ୍ଲା ପି.ଡି. ଙ୍କ ଦ୍ୱାରସ୍ଥ ହୋଇଛନ୍ତି ସାଧାରଣ ଲୋକେ । ତେବେ ବିଡ଼ିଓ ସିପି କର୍ମଚାରୀ ଙ୍କୁ ଘଣ୍ଟ ଘୋଡାଇବାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛି ।