ପ୍ରେଟ୍ରୋକେମିକାଲ କଂପ୍ଲେକ୍ସ ପ୍ରକଳ୍ପ ପାଇଁ ଜନ ଶୁଣାଣି ଶିବିରରେ ଜାଲପଦା କନ୍ଧା ଚାଷୀମାନଙ୍କ ତ୍ରୀର୍ବ ବିରୋଧ ଜମି ଦେବେ ନାହିଁ
ଏରସମା ୪/୮/୨୪(ବ୍ୟୁରୋ):- ଏରସମା ଅନ୍ତର୍ଗତ ବାମଦେଇପୁର ପଞ୍ଚାୟତର ଜାଲପଦା କନ୍ଧା ମୌଜା ପେଟ୍ରୋକେମିକାଲ କଂପ୍ଲେକ୍ସ ପାଇଁ ୫୧.୨୪୫୩ ଏକର ଜମି ଅଧିଗ୍ରହଣ ନିମନ୍ତେ ଜାଲପଦା କନ୍ଧାର ଗୌରୀଚଣ୍ଡୀ ଠାକୁରାଣୀଙ୍କ ପୀଠ ପଡ଼ିଆରେ ଆଜି ଏକ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି।ଆୟୋଜିତ ଜନଶୁଣାଣୀ ଶିବିରରେ ବାମଦେଇପୁର ପଞ୍ଚାୟତ ସରପଞ୍ଚ ବୈଜୟନ୍ତି ମହାନ୍ତି ସଭାପତିତ୍ବ କରିଥିଲେ।କାର୍ଯ୍ୟକ୍ରମରେ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ ଲଳିତ କୁମାର ବେହେରା,ଏରସମା ଅତିରିକ୍ତ ତହସିଲଦାର ଦେବେନ୍ଦ୍ର କୁମାର ପାଲ୍, ସହକାରୀ ଜୋନେରାଲ୍ ମ୍ୟାନେଜର ଇଡକୋ ଅଧିକାରୀ ଡ଼ ସ୍ୱାତି ମିଶ୍ର,ମୁଖ୍ୟ ଭୂ- ଅଜ୍ଜନ ଅଧିକାରୀ, ଜଗତସିଂହପୁର ଶିବ ଶଙ୍କର ମିଶ୍ର, ପୁରୁଷୋତ୍ତମ ଦାସ୍,ଏନ୍ ସିଡି ଏସ୍ ସିଗ୍ମା ରିସର୍ଚ୍ଚ ବରିଷ୍ଠ ଅଧିକାରୀ ଅକ୍ଷୟ ପରିଡା, ସତ୍ୟବାଦୀ ରାଧାମୋହନ ବିଶ୍ୱାଳ ଯୋଗଦେଇଥିଲେ। କ୍ଷତିଗ୍ରସ୍ତ ହେବାକୁ ଥିବା ଚାଷୀମାନେ ଗୋପୀନାଥ ସାମନ୍ତରା ,ହରିହର ଲିଙ୍ଗରାଜ ମହାନ୍ତି, ସୌରି ଚରଣ ସ୍ୱାଇଁ, ସୁବଳ ରାଉତ, ବିଜୟ କୁମାର ଦାସ୍,ଚିତ୍ରସେନା ରାଉତ, ରମାକାନ୍ତ ସ୍ୱାଇଁ, ବାବାଜୀ ରାଉତ, ହରେକୃଷ୍ଣ ପଲାଇ, ଶିଶିର ମହାପାତ୍ର, ପ୍ରମୁଖ ବହୁ ଚାଷୀ ମତାମତ ପ୍ରଦାନ କରିଥିଲେ। ୨୦୧୩ ବିସ୍ଥାପନ ଓ ଥଇଥାନ ନୀତି ଅନୁଯାୟୀ ଜମିର ମୁଲାୟନ କୁ ବିରୋଧ କରିଥିଲେ ଓ ବିଗତ ଦିନରେ ପାରାଦୀପ ଅଞ୍ଚଳରେ ଶିଳ୍ପ କାରଖାନା ପାଇଁ ଜମି ଦେଇ ପରବର୍ତ୍ତୀ ସମୟରେ ଚାଷୀ ମାନେ ପ୍ରତାରିତ ହେଉଥିବା ଅଭିଯୋଗ କରିଥିଲେ ଏବଂ ଆମ ଜିବନ ଜୀବିକା ହରେଇବୁ ଆମ ଅଞ୍ଚଳରେ ଚାରିପଟେ କମ୍ପାନୀ ଆମୋମାନେ ବଞ୍ଚିବା କଷ୍ଟକର ହେଇପଡୁଛି କମ୍ପାନୀର ଯେଉଁ ଦୁଗନ୍ଧ ଗ୍ୟାସ ଛଡାଯାଉଛି ଦୁଗନ୍ଧରେ ରହିହୋଉନାହିଁ ଅତିତରେ ପାରାଦୀପ ଯେଉଁ ଶିଳ୍ପ ଅନୁଷ୍ଠାନମାନ ଗଢିଉଠିଛି ତା ପାଇଁ ଏଅଞ୍ଚର ଚାଷୀ ଟିଏ ନିଜର ମୂଲ୍ୟ ବାନ ଚାଷଜମି ଦେଇ ପାଇଛି କଣ କୁହନ୍ତୁ ,ତାର ପିଲା କମ୍ପାନୀରେ ନିଯୁକ୍ତି ପାଇପାରୁନି ପାରିପାର୍ଶ୍ବିକ ଉନ୍ନତି ଦିଗରେ କଣ ପଦକ୍ଷେପ ନିଆଯାଇଛି କେତେ ବୃକ୍ଷ ରୋପଣ କରାଯାଇଛି କିଛି ବି ପୂରଣ କରିନାହିଁ ଏବଂ ଆମେ ଅଣ ନିଶ୍ୱାଶି ହୋଇପଡିଲୁଣୀ ଆମ ବାଡି ବଗିଚାରେ ନଡ଼ିଆ ଗଛରେ ନଡ଼ିଆ ଟେ ଫଳୁନି କି ଗୁଆ ଗଛରେ ଗୁଆ ଫଳୁନି ଏବଂ ପନିପରିବା ଚାଷ ବି ଭଲ ହେଉନାହିଁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ଡାଇବେଟିସ, କ୍ୟାନସର ,ହାଟହାଟାକ ପରି ଦୂରାରୋଗରେ ଆମେମାନେ କବଳିତ ହେଲୁଣି ଏଣୁ ଆମ ବଂଶଧର ଯେଉଁ ମାନେ ସବୁ ସୁସ୍ଥସବଳ ଥିଲେ ବିଲରେ ଚାଷ କରି ନିରେଗୀ ରହି ହସ ଖୁସିରେ ଫରିବାର ଚଳଉଥିଲେ ଏଣୁ ଆମେ ଏ ଶସ୍ୟ ଶାମଳା ଶୁଫଳା ଚାଷ ଜମି ଆମେ ହରେଇ ଅତିରେ ଘଟିଥିବା ଘଟଣାକୁ ଆଉ ଦେହେରେଇବୁନୁ ବେଲି ପୂର୍ବତନ ସାଂସଦ ଡାକ୍ତର କୁଳମଣି ସାମଲ କହିଥିଲେ ଏବଂ ବାମଦେଇପୁର ପଞ୍ଚାୟତ ସମିତି ସଭ୍ୟ ବିକ୍ରମ ମହାପାତ୍ର କହିଥିଲେ କି ଆମେ କମ୍ପାନୀ କୁ ଜମି ଦେବୁନୁ ଆମେ ଖୁସିରେ ଅଛୁ ଆମେ ଆମର ଚାଷ ଜମିରେ ଚାଷ କରି ଆମେ ପରିବାର ପତିପୋଷଣ କରିପାରିବୁ ଆପଣମାନେ ଯାଆନ୍ତୁ ଏ ଜାଗା ଛାଡି ଅନ୍ୟ କେଉଁ ସ୍ଥାନରେ ପକଳ୍ପ କରନ୍ତୁ ଏବଂ ସମାଜ ସେବୀ ତଥା ମହିଳା କଳିଙ୍ଗ ଶକ୍ତିର ସଭାପତି ମନୋରମା ଖଟୁଆ ମଧ୍ୟ ଅଧିକାରୀ ମାନଙ୍କୁ ଭଲକି ଦୁଇ ପଦ କହି ଝାଡିଦେଇ କହିଥିଲେ
ସାଧାରଣ ଚାଷୀଟେ ତାର ଜମିକୁ ହରାଇ ସବୁଦିନ ପାଇଁ ଦାଣ୍ଡର ଭିକାରି ହେବ ଆମେ ଜମି ଦବୁ ଆମ ଜମିରେ କମ୍ପାନୀ ପ୍ରତିଷ୍ଠା ହେବ ବାହାର ରାଜ୍ୟରୁ ଆସି ଚାକିରୀ କରିବେ ଆମ ପିଲା ଦାଦନ ଖଟିବାକୁ ବାହାରକୁ ଯିବେ ଅତିତରେ ଆମକୁ ପ୍ରତିଶ୍ରୁତି ଦେଇ କମ୍ପାନୀ ପ୍ରତାରିତ କରିଛି ଆମ ଜମିରେ ଆମେ ପକଳ୍ପ କରେଇ ଦେବୁନାହିଁ ଏବଂ ସଭା ହେଉଥିବା ସ୍ଥାନରେ ଦେଖିବାକୁ ମିଳିଥିଳା ଚାଷୀ ମାନେ ପକଳ୍ପ କୁ ତ୍ରୀର୍ବ ବିରେଧ କରି ଜମି ଦେବନି ବେଲି ସମସ୍ତେ ପ୍ରକାଶ କରିଥିଲେ।ଚାଷୀ ମାନଙ୍କର ଏ ସମ୍ପର୍କିତ ସମସ୍ତ ମତାମତକୁ ଆଧାରକରି ଉପସ୍ଥିତ ଅଧିକାରୀ ମାନେ ସମସ୍ତ ମତାମତକୁ ଜିଲ୍ଲା ପାଳଙ୍କୁ ଅବଗତ କରାଯିବ ବୋଲି କହିଥିଲେ ଅଧିକାରୀ ମାନେ ପ୍ରକାଶ କରିଥିଲେ