ବାଲିକୁଦା ବ୍ଲକ ଯାଦବ ମହାସଭା ପକ୍ଷରୁ ସରବନ୍ତ ସମୁଦ୍ର ବେଳାଭୂମିରେ ମହୋଦଧି ଆଳତୀ ଅନୁଷ୍ଠିତ ।

By digbalayalive

Published on:

ବାଲିକୁଦା ବ୍ଲକ ଯାଦବ ମହାସଭା ପକ୍ଷରୁ ସରବନ୍ତ ସମୁଦ୍ର ବେଳାଭୂମିରେ ମହୋଦଧି ଆଳତୀ ଅନୁଷ୍ଠିତ ।

 

ବାଲିକୁଦା:୧୫/୧୨(ସତ୍ୟବ୍ରତ ସାମଲ)-ବ୍ଲକ ଯାଦବ ମହାସଭା ଆନୁକୂଲ୍ୟରେ ସମଗ୍ର ବିଶ୍ୱ ତଥା ଆମ ଅଞ୍ଚଳର କଲ୍ୟାଣ ନିମନ୍ତେ ଏରସମା ବ୍ଲକର ଗଡ଼ହରିଶପୁର ପଞ୍ଚାୟତର ସରବନ୍ତ ଠାରେ ପୁରାଣ ବର୍ଣ୍ଣିତ ଝାଡୁଆ ଜଗନ୍ନାଥ ଭାବେ ପୂଜିତ ଶ୍ରୀଶ୍ରୀ ବଳଦେବ ଜୀଉଙ୍କ ପୀଠରେ ପୂର୍ବାହ୍ନ ରେ ପୂଜାର୍ଚ୍ଚନା କରାଯାଇଥିଲା । ନିକଟସ୍ଥ ସମୁଦ୍ର ବେଳାଭୂମିକୁ ଯାଇ ମହୋଦଧି କୂଳରେ ପୂଜାର୍ଚ୍ଚନା କରିବା ସହିତ ମହୋଦଧି ଆଳତୀ କରାଯାଇ ମଙ୍ଗଳ କାମନା କରାଯାଇଥିଲା । ବାଲିକୁଦା ବ୍ଲକ୍ ଯାଦବ ମହାସଭା ଡିସେମ୍ବର ୧୨ ତାରିଖ ୨୦୨୨ ମସିହା ଆଜିର ଦିନରେ ସରକାରୀ ସ୍ତରରେ ସ୍ୱୀକୃତି ପାଇବା ସହିତ ଆମ ଅଞ୍ଚଳରେ ଜନସାଧାରଣଙ୍କ ସେବା କାର୍ଯ୍ୟ କରିବାର ପ୍ରୟାସ ଆରମ୍ଭ କରାଯାଇଥିଲା । ବାଲିକୁଦା ଅଞ୍ଚଳର ଯାଦବ ଭାଇ ମାନଙ୍କର ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି, ସେହି ସବୁ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ସରକାର ପଦକ୍ଷେପ ନେବା ସହିତ ଯାଦବ ମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଆର୍ଥିକ ଓ ସାମାଜିକ ବିକାଶ ପାଇଁ ସମସ୍ତେ ଯତ୍ନବାନ ହେବା ଉଚିତ ବୋଲି ଏହି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା । ଗତ ୧୯୯୯ ମହାବାତ୍ୟା ରେଆମର ଗୋପାଳ ଜାତିର ବହୁ ସଂଖ୍ୟକ ଲୋକ ସମୁଦ୍ର ନିକଟସ୍ଥ ତଣ୍ଡା ଅଞ୍ଚଳରେ ନିଜର ଜୀବନ ଜୀବିକା ନିର୍ବାହ ପାଇଁ ମଇଁଷି ରଖି ରହିଥିବା ବେଳେ ମହାବାତ୍ୟାରେ ସମୁଦ୍ର ର କରାଳ ଢେଉ ସେମାନଙ୍କୁଭସାଇ ନେଇ ଜୀବନ ନେଇ ଯାଇଥିଲା,।ସେହି ଦିନଠାରୁ ପ୍ରତିବର୍ଷ ମହାସଭା ତରଫରୁ ମହୋଦଧି ଆଳତୀ କରି ଆସୁଅଛୁ।ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା ଯାଦବ ମହାସଭା ର ସୁବାସ ଚନ୍ଦ୍ର ବେହେରା, ବ୍ଲକ ଯାଦବ ମହାସଭାର ଉପ ସଭାପତି ଶରତ ଚନ୍ଦ୍ର ଦାସ, ସାଧାରଣ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ବେହେରା, ବିଷ୍ଣୁ ପ୍ରସାଦ ଦାସ,ସୁଶାନ୍ତ କୁମାର ଦାସ, ନରେଶ ଚନ୍ଦ୍ର ଦାସ, ରବିନ୍ଦ୍ର ମାଦେଳି,ଗୁରୁଜୀ ସୁଶାନ୍ତ କୁମାର ଦାସ,ମାୟାଧର ଦାସ, ରବିନ୍ଦ୍ର ଦାସ,କୃତିବାସ ଦାସ, ଅଜୟ ଦାସ,ଭୀମସେନ ଦାସ, ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

Leave a Comment