ବାଲିକୁଦା ବ୍ଲକ୍ ଯାଦବ ମହାସଭା ତରଫରୁ ଅହିର୍ ସୌର୍ଯ୍ୟ ଦିବସ ପାଳିତ | ବୀର ଯାଦବ ସୈନିକଙ୍କର ଗୌରବଗାନ

By digbalayalive

Published on:

ବାଲିକୁଦା ବ୍ଲକ୍ ଯାଦବ ମହାସଭା ତରଫରୁ ଅହିର୍ ସୌର୍ଯ୍ୟ ଦିବସ ପାଳିତ | ବୀର ଯାଦବ ସୈନିକଙ୍କର ଗୌରବଗାନ

ବାଲିକୁଦା:୧୯/୧୧(ସତ୍ୟବ୍ରତ ସାମଲ):-ଯାଦବ ମହାସଭା ପକ୍ଷରୁ ଅହିର୍ ସୌର୍ଯ୍ୟ ଦିବସ ପାଳିତ ହୋଇଯାଇଛି। ଏହି ଦିନଟି ବୀର ଯାଦବ ସୈନିକମାନଙ୍କ ସାହସ ଏବଂ ତ୍ୟାଗକୁ ସ୍ମରଣ କରିବା ନିମନ୍ତେ ଆୟୋଜିତ ହୋଇଥିଲା। ୧୯୬୨ ମସିହା ନଭେମ୍ବର ୧୮ ତାରିଖରେ ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ଯୁଦ୍ଧରେ, ଲଦାଖର ରେଜାଙ୍ଗଲା ଗିରିପଥରେ ଅହିର୍ ସୈନିକମାନଙ୍କ ବୀରତାର କାହାଣୀ ଆଜି ବି ମନୁଷ୍ୟତା ପାଇଁ ପ୍ରେରଣା ରହିଛି। ଏହି ସମ୍ମୁଖ ସଂଗ୍ରାମରେ, ୧୩ କୁମାୟୁଁ ରେଜିମେଣ୍ଟର ୧୨୦ ଯାଦବ ସୈନିକ ସହିଦ ହୋଇଥିଲେ l ଚୀନ୍ ସେନାର ୩,୦୦୦ ସୈନିକଙ୍କ ସହ ଯୁଦ୍ଧ କରିଥିଲେ। ସେମାନଙ୍କ ସାହସିକତା ଫଳରେ, ଚୀନ୍ ସେନାର ୧,୪୦୦ରୁ ଅଧିକ ସୈନିକ ମୃତ୍ୟୁବରଣ କରିଥିଲେ ଏବଂ ଚୀନ୍ ସେନା ପଛକୁ ଫେରିବାକୁ ବାଧ୍ୟ ହେଲା। କିନ୍ତୁ ଏହି ବୀରତାର ମୂଲ୍ୟ ଭାରତ ପାଇଁ ଭାରି ଅଧିକ ଥିଲା। ଏହି ଯୁଦ୍ଧରେ ୧୧୪ ଜଣ ଯାଦବ ସୈନିକ ତାଙ୍କ ଜୀବନ ବଳିଦାନ ଦେଇଥିଲେ । ସେମାନଙ୍କ ତ୍ୟାଗକୁ ସ୍ମରଣ କରିବା ପାଇଁ ଆଜି ଲଦାଖର ରେଜାଙ୍ଗଲାରେ ଥିବା “ଅହିର୍ ସ୍ତମ୍ଭ” ସେମାନଙ୍କ ସାହସର ଜୀବନ୍ତ ସାକ୍ଷୀ ଭାବେ ରହିଛି। ଅହିର୍ ସୌର୍ଯ୍ୟ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବାଲିକୁଦା ବ୍ଲକ ଯାଦବ ମହାସଭା ର କାର୍ଯ୍ୟଳୟ ଠାରୁ ବୋରିକିନା, ପାଳଧୁଆବନ୍ଧ, ଆମ୍ବଶାଳ ଓ ମାଛଗାଁ ପର୍ଯ୍ୟନ୍ତ ଏକ ମୋଟସାଇକେଲ ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଯାଦବ ମହାସଭାର ସଭାପତି ବାବାଜୀ ଚରଣ ଦାସ, ଉପସଭାପତି ଶରତ ଚନ୍ଦ୍ର ଦାସ, ସାଧାରଣ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ବେହେରା, କୋଷାଧକ୍ଷ ପ୍ରଫୁଲ୍ଲ କୁମାର ବାହାଲିଆ, ଅକ୍ଷୟ କୁମାର ଜେନା, ନରେଶ ଚନ୍ଦ୍ର ଦାସ, ସୁଶାନ୍ତ କୁମାର ଦାସ, ଚିତ୍ତ ରଞ୍ଜନ ଦାସ, ବିଷ୍ଣୁ ପ୍ରସାଦ ଦାସ, ବାବୁଲି ଦାସ,ସୌମେନ୍ଦ୍ର କୁମାର ଦାସ, ଉଲ୍ଲାସ ଚନ୍ଦ୍ର ଦାସ, ପୁରୁଷୋତ୍ତମ ଦାସ, ରବିନ୍ଦ୍ର ଦାସ, ଚକ୍ରଧର ଦାସ, ଗୟାଧର ମାଳତୀ, ରବିନ୍ଦ୍ର ମାଦେଳି, ହେମନ୍ତ ଦାସ, ମିଟୁ ଦାସ, ଗୌରାଙ୍ଗ ଚରଣ ପରିଡ଼ା, ବିକାଶ ଦାସ, ବଳରାମ ଦାସ, ଶଙ୍କର ବହିରା ପ୍ରମୁଖ ଯୋଗଦେଇ ଶହୀଦ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ମୋଟରସାଇକେଲ ଶୋଭାଯାତ୍ରାରେ ସାମିଲ ହୋଇ ସହିଦ ହୋଇଥିବା ଅହିର୍ ଯବାନ ଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ଏବଂ ସଂଧ୍ୟାରେ ମାଛଗାଁ ବଜାର ଠାରେ ସହିଦ ହୋଇଥିବା ଅହିର୍ ଯବାନ ଙ୍କ ଉଦ୍ଦେଶ୍ୟରେ ମହମବତୀ ଶୋଭାଯାତ୍ରା କରାଯାଇଥିଲା l

Leave a Comment