ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ 

By digbalayalive

Published on:

ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ବାଲିକୁଦା:୧୬/୧୧/(ସତ୍ୟବ୍ରତ ସାମଲ):-ବାଲିକୁଦା ବ୍ଲକ ଶିକ୍ଷା ମଣ୍ଡଳୀ ଅଧୀନ ସରକାରୀ ଉଚ୍ଚ ବିଦ୍ୟାଳୟ ବୋରିକିନା ପରିସରରେ ମଣ୍ଡଳ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଏବଂ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନୁଷ୍ଠିତ ହୋଇଯାଉଛି । ଏହି ଅଭିଯାନ ରେ ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ଅତିଥି ସାଂସଦ ବିଭୁପ୍ରସାଦ ତରାଇ, ଆନୁସାଙ୍ଗିକ ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ , ବ୍ଲକ ଶିକ୍ଷା ମଣ୍ଡଳୀ ଅଧିକାରୀ ଶ୍ରୀଯୁକ୍ତ ବିଜୟ କୁମାର ସ୍ବାଇଁ ଙ୍କ ସଭାପତିତ୍ବରେ , ସମ୍ମାନିତ ଅତିଥି ଅତିରିକ୍ତ ଶିକ୍ଷା ଅଧିକାରିଣୀ ଝରଣା ମହାନ୍ତି, ମୁଖ୍ୟ ବକ୍ତା ଜୀବନ ସାହୁ ,ଭୀମସେନ ମୁଦୁଲି , ସମୀର ପରିଡ଼ା, ସୁଶାନ୍ତ ପାତ୍ର, ଏବଂ ବୋରିକିନା ପ୍ରଧାନ ଶିକ୍ଷକ ବିଜୟ ମଲ୍ଲିକ । ବିସ୍ମୟ ମଲ ଓ ଜ୍ଞାନରଞ୍ଜନ ସ୍ୱାଇଁ, ବିଜ୍ଞାନ ସମ୍ପାଦକ ସୌଭାଗ୍ୟ ମିଶ୍ର ପ୍ରମୁଖ ଉପସ୍ଥିତି ରହି ଛାତ୍ର ଛାତ୍ରୀ ମାନଙ୍କ ବୈଜ୍ଞାନିକ କୌଶଳ ଉପରେ ଆଲୋକପାତ କରିଥିଲେ , ଏବଂ କିଭଳି ଛାତ୍ର ଛାତ୍ରୀ ମାନେ ଆହୁରି ଅନେକ ଗୁଣାତ୍ମକ କୌଶଳ ପଦ୍ଧତି ରେ ଉନ୍ନତି ପ୍ରଦଶନ କରି ଅଞ୍ଚଳର ନାମ ଆଗକୁ ନେବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ୧୨୦ ଟି ବିଜ୍ଞାନ କଳା କୌଶଳ ପ୍ରଦର୍ଶନ କରାଯାଇଥିଲା । ପରିଶେଷରେ ଉଦଯାପନି କାର୍ଯ୍ୟକ୍ରମ ବାଲିକୁଦା ଏରସମା ବିଧାୟକ ଶାରଦା ପ୍ରସନ୍ନ ଜେନା ବ୍ଲକ ଅଧକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନ , ଜିଲ୍ଲା ପରିଷଦ ରୁନିଲତ ବେହେର ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ପ୍ରଦାନ କରିଥିଲେ , ଏହି ପୁରସ୍କାର ବିତରଣି ରେ ଜାତୀୟ ସ୍ତରରେ ଭାଗ ନେବାକୁ ଯାଉଥିବା ସୌମ୍ୟ ରଞ୍ଜନ ସାହୁ ଙ୍କୁ ସାଂସଦ ବିଭୁ ପ୍ରସାଦ ତରେଇ ସମ୍ବର୍ଦ୍ଧିତ କରିବା ସହିତ ୫୦୦୦ ଟଙ୍କା ପ୍ରଦାନ କରିଥିଲେ ଏବଂ ୭ ଜଣ ଛାତ୍ର ଛାତ୍ରୀ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଭାଗ ନେବାପାଇଁ ମନୋନୀତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ସି.ଆର୍.ସି.ସି ସହଯୋଗ କରିଥିଲେ ।

 

 

 

Leave a Comment